ଶ୍ରୀଭଗବାନ ଉବାଚ
କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍ ।
ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ ।।୨।।

ଶ୍ରୀଭଗବାନ ଉବାଚ-ପରମ ପୁରୁଷ ଭଗବାନ କହିଲେ; କୁତଃ- କେଉଁଠାରୁ; ତ୍ୱା-ତୁମ ପାଖକୁ; କଶ୍ମଳଂ-ଅଜ୍ଞାନ; ଇଦଂ-ଏହି ; ବିଷମେ- ବିଷମ ସମୟରେ; ସମୁପସ୍ଥିତମ୍‌-ଉପସ୍ଥିତ ହେଲା; ଅନାର୍ଯ୍ୟ- ଅଜ୍ଞାନୀ ବ୍ୟକ୍ତି; ଜୁଷ୍ଟଂ- ଅଭ୍ୟାସ କରାଯାଉଥିବା; ଅସ୍ୱର୍ଗ୍ୟମ୍‌- ଯାହା ଉଚ୍ଚତର ଲୋକକୁ ଯିବାକୁ ଦିଏନାହିଁ; ଅକୀର୍ତିକରଂ-ଯାହା ଅପଯଶର କାରଣ; ଅର୍ଜୁନ-ହେ ଅର୍ଜୁନ ।

ଅନୁବାଦ

BG 2.2: ଭଗବାନ କହିଲେ, ପ୍ରିୟ ଅର୍ଜୁନ! ଏହି ବିପଦପୂର୍ଣ୍ଣ ସମୟରେ ଏପରି ଦ୍ୱନ୍ଦ୍ୱ ତୁମଠାରେ ଉତ୍ପନ୍ନ ହେଲା କିପରି? ଏହା ଏକ ଯଶସ୍ୱୀ ପୁରୁଷକୁ ଶୋଭା ଦିଏନାହିଁ । ଏହା ଉଚ୍ଚଲୋକକୁ ନ ନେଇ ଅପଯଶ ପ୍ରଦାନ କରିଥାଏ ।

ଭାଷ୍ୟ

ଆମ ଧର୍ମଗ୍ରନ୍ଥମାନଙ୍କରେ ଆର୍ଯ୍ୟ ଶବ୍ଦଟି କୌଣସି ଏକ ଜାତି ବା ଜାତୀୟତାକୁ ସୂଚିତ କରି ନ ଥାଏ । ମନୁସ୍ମୃତି ଅନୁଯାୟୀ ଜଣେ ଅତ୍ୟଧିକ ବିକଶିତ ଏବଂ ସଭ୍ୟ ବ୍ୟକ୍ତିଙ୍କୁ ଆର୍ଯ୍ୟ କୁହାଯାଏ । “ଆର୍ଯ୍ୟ” ଏକ ସଦ୍‌ଗୁଣକୁ ସୂଚିତ କରିଥାଏ, ଯେପରିକି ଜଣେ ଭଦ୍ରଲୋକ । ବୈଦିକ ଶାସ୍ତ୍ରମାନଙ୍କର ଉଦ୍ଦେଶ୍ୟ ହେଉଛି, ମନୁଷ୍ୟକୁ ସବୁ ଦିଗରୁ ଆର୍ଯ୍ୟ ହେବା ପାଇଁ ପ୍ରେରିତ କରିବା । ଶ୍ରୀକୃଷ୍ଣ ଦେଖୁଛନ୍ତି ଅର୍ଜୁନଙ୍କର ବର୍ତ୍ତମାନ ସ୍ଥିତି ସେହି ଆଦର୍ଶ ଅନୁରୂପ ନୁହେଁ ଏବଂ ତାଙ୍କର ଦ୍ୱନ୍ଦ୍ୱ ପ୍ରତି ଧ୍ୟାନ ଆକର୍ଷଣ କରି ସେ ତାଙ୍କୁ ସ୍ନେହପୂର୍ଣ୍ଣ ଭର୍ତ୍ସନା କରୁଛନ୍ତି କିପରି ବର୍ତ୍ତମାନ ସ୍ଥିତିରେ ମଧ୍ୟ ସେ ସେହି ଆଦର୍ଶରେ ସ୍ଥିତ ରହିପାରିବେ ।

ଭଗବଦ୍ ଗୀତା ବା ‘ଭଗବାନଙ୍କର ଗୀତ’ ଯଥାର୍ଥରେ ଏହିଠାରୁ ହିଁ ଆରମ୍ଭ ହୋଇଛି, କାରଣ ଶ୍ରୀକୃଷ୍ଣ, ଯିଏ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ଚୁପ୍ ରହିଥିଲେ, ଏହି ଶ୍ଳୋକ ଠାରୁ କହିବାକୁ ଆରମ୍ଭ କରିଛନ୍ତି । ପ୍ରଥମେ ସେ ଅର୍ଜୁନଙ୍କ ମନରେ ଜ୍ଞାନ ପ୍ରତି କ୍ଷୁଧା ଉତ୍ପନ୍ନ କରାଇଛନ୍ତି ।  ସେହି ଉଦ୍ଦେଶ୍ୟରେ ସେ କହୁଛନ୍ତି ଯେ ତାଙ୍କର ଏହି ଦ୍ୱନ୍ଦ୍ୱ ଜଣେ ଧର୍ମାତ୍ମାଙ୍କ ପକ୍ଷରେ ଅନୈତିକ ଓ ଅନୁପଯୁକ୍ତ ଅଟେ । ତାପରେ ସେ ଅର୍ଜୁନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ମୋହର ପରିଣାମ କଷ୍ଟ, ଅପଯଶ, ଜୀବନରେ ବିଫଳତା ଏବଂ ଆତ୍ମାର ଅଧୋଗତି ଅଟେ ।

ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ବର୍ତ୍ତମାନ ସ୍ଥିତିକୁ ନେଇ ଅଶାନ୍ତ କରିଦେଉଛନ୍ତି । ଆମେ ସମସ୍ତେ ଦ୍ୱିଧା ଗ୍ରସ୍ତ ହେଲେ ଆଶାନ୍ତି ଅନୁଭବ କରିଥାଏ କାରଣ ଏହା ଆତ୍ମାର ସ୍ୱାଭାବିକ ସ୍ଥିତି ନୁହେଁ । ଅସନ୍ତୋଷର ଏହି ଅନୁଭୂତି, ଯଦି ଠିକ୍ ମାର୍ଗରେ ପରିଚାଳିତ ହୁଏ, ତେବେ ତାହା ପ୍ରକୃତ ଜ୍ଞାନ ଅନ୍ୱେଷଣର ଏକ ଶକ୍ତିଶାଳୀ ଅଭିପ୍ରେରଣା ହୋଇପାରିବ । ସଂଶୟର ସଠିକ୍ ସମାଧାନ ସେହି ବିଷୟରେ ବ୍ୟକ୍ତିର ଜ୍ଞାନକୁ ପୂର୍ବାପେକ୍ଷା ଅଧିକ ଗଭୀର କରିଥାଏ । ସେଥିପାଇଁ ଭଗବାନ ବେଳେ ବେଳେ ବ୍ୟକ୍ତିକୁ ଜାଣିଶୁଣି ଜଟିଳ ପରିସ୍ଥିତିର ସମ୍ମୁଖୀନ କରାଇ ଥାଆନ୍ତି, ଯଦ୍ୱାରା ସେ ନିଜ ଦ୍ୱନ୍ଦ୍ୱର ସମାଧାନ ପାଇଁ ସତ୍ୟର ଅନ୍ୱେଷଣ କରିବାକୁ ବାଧ୍ୟ ହୁଏ ଏବଂ ପରିଶେଷରେ ଯେତେବେଳେ ସଂଶୟର ସମାଧାନ ହୋଇଯାଏ, ବ୍ୟକ୍ତି ଜ୍ଞାନର ଉଚ୍ଚତର ସୋପାନରେ ପହଞ୍ôଚଯାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency