ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ।।୨୫।।
ଅବ୍ୟକ୍ତଃ- ଅବ୍ୟକ୍ତ (ଅପ୍ରକଟ); ଅୟଂ-ଏହି ଆତ୍ମା; ଅଚିନ୍ତ୍ୟଃ-ଅଚିନ୍ତ୍ୟ; ଅୟଂ- ଏହି ଆତ୍ମା; ଅବିକାର୍ଯ୍ୟଃ- ଅପରିବର୍ତ୍ତନୀୟ; ଅୟଂ- ଏହି ଆତ୍ମା; ଉଚ୍ୟତେ-କୁହାଯାଏ; ତସ୍ମାତ୍- ତେଣୁ; ଏବଂ-ଏହିପରି; ବିଦିତ୍ୱା-ଜାଣି; ଏନଂ-ଏହି ଆତ୍ମା; ନ ଅନୁଶୋଚିତୁଂ- ଦୁଃଖ ନ କରିବା; ଅର୍ହସି- ଉଚିତ୍ ।
BG 2.25: ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।
ଆମର ଚକ୍ଷୁ ମାୟିକ ଶକ୍ତିରେ ଗଠିତ ହୋଇଥିବାରୁ କେବଳ ମାୟିକ ବସ୍ତୁକୁ ଦେଖିପାରେ । ଆତ୍ମା ଦିବ୍ୟ ଅଟେ ଏବଂ ଏହାର ସ୍ଥିତି ମାୟିକ କ୍ଷେତ୍ରର ଊର୍ଦ୍ଧ୍ୱରେ ହୋଇଥିବା କାରଣରୁ ଏହା ଆମ ଚକ୍ଷୁ ଦ୍ୱାରା ଅଦୃଷ୍ଟ ଅଟେ । ବୈଜ୍ଞାନିକମାନେ ଏହାର ଅସ୍ତିତ୍ୱ ବିଷୟରେ ଜାଣିବା ପାଇଁ ଅନେକ ପରୀକ୍ଷା କରିଛନ୍ତି । ସେମାନେ ଏକ ମରଣାସନ୍ନ ବ୍ୟକ୍ତିକୁ ଗୋଟିଏ ନିବୁଜ କାଚ ବାକ୍ସ ମଧ୍ୟରେ ରଖି ଏହା ଦେଖିବାକୁ ଚାହୁଁଥିଲେ ଯେ ଆତ୍ମା ବାହାରି ଗଲେ କାଚ ବାକ୍ସଟି ଭାଙ୍ଗିଯାଉଛି କି ନାହିଁ । କିନ୍ତୁ କାଚ ବାକ୍ସଟି ନ ଭାଙ୍ଗି ଆତ୍ମା ଶରୀର ତ୍ୟାଗ କରି ଚାଲିଗଲା । ଆତ୍ମା ଅତି ସୂକ୍ଷ୍ମ ହୋଇଥିବା ଯୋଗୁଁ ଏହାର ଗତି ପାଇଁ କୌଣସି ଭୌତିକ ସ୍ଥାନ ଆବଶ୍ୟକ କରେ ନାହିଁ ।
ଆତ୍ମା ଭୌତିକ ଶକ୍ତିଠାରୁ ସୂକ୍ଷ୍ମତର ହୋଇଥିବା କାରଣରୁ ଆମ ବୁଦ୍ଧି ଦ୍ୱାରା ଅଚିନ୍ତ୍ୟ ଅଟେ । କଠୋପନିଷଦ କହେ:
ଇନ୍ଦ୍ରିୟେଭ୍ୟଃ ପରା ହ୍ୟର୍ଥା ଅର୍ଥେଭ୍ୟଶ୍ଚ ପରଂ ମନଃ
ମନସସ୍ତୁ ପରା ବୁଦ୍ଧିର୍ବୁଦ୍ଧେରାତ୍ମା ମହାନ୍ ପରଃ (୧.୩.୧୦)
“ଇନ୍ଦ୍ରିୟମାନଙ୍କର ଊର୍ଦ୍ଧ୍ୱରେ ଇନ୍ଦ୍ରିୟର ବିଷୟ । ଇନ୍ଦ୍ରିୟ ବିଷୟ ଠାରୁ ସୂକ୍ଷ୍ମ ମନ । ମନ ଠାରୁ ଊର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ସୂକ୍ଷ୍ମ ଆତ୍ମା ଅଟେ ।” ମାୟିକ ବୁଦ୍ଧି କେବଳ ମାୟିକ ଜ୍ଞାନକୁ ବୁଝିପାରିବ, କିନ୍ତୁ ଚିନ୍ତନ ଦ୍ୱାରା ଦିବ୍ୟ ଆତ୍ମାକୁ ଜାଣି ପାରିବ ନାହିଁ । ସେଥିପାଇଁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବାହ୍ୟ ଉତ୍ସ ଆବଶ୍ୟକ କରିଥାଏ ଏବଂ ତାହା ହେଉଛି ଶାସ୍ତ୍ର ଏବଂ ଗୁରୁ ।
ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ।।୨୫।।
ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ ଏବଂ ଅପରିବର୍ତ୍ତନଶୀଳ କୁହାଯାଏ । ଏହା ଜାଣିବା ପରେ, ତୁମେ ଶରୀର ପାଇଁ ଶୋକ କରିବା ଉଚିତ ନୁହେଁ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily