Bhagavad Gita: Chapter 2, Verse 30

ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ।।୩୦।।

ଦେହୀ-ଶରୀରଧାରୀ ଜୀବ; ନିତ୍ୟଂ-ନିତ୍ୟ; ଅବଧ୍ୟଃ-ବଧ କରାଯାଇପାରିବ ନାହିଁ; ଅୟଂ-ଏହି ଆତ୍ମା; ଦେହେ-ଦେହରେ; ସର୍ବସ୍ୟ-ପ୍ରତ୍ୟେକଙ୍କର; ଭାରତ-ହେ ଭରତ ବଂଶଜ; ତସ୍ମାତ୍‌-ତେଣୁ; ସର୍ବାଣି-ସମସ୍ତ; ଭୂତାନି-ଜୀବଗଣ; ନ-କେବେ ନୁହେଁ; ତ୍ୱଂ-ତୁମେ; ଶୋଚିତୁମ୍‌- ଶୋଚନା କରିବା; ଅର୍ହସି- ଉଚିତ୍ ।

Translation

BG 2.30: ହେ ଅର୍ଜୁନ! ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ଅମର ଅଟେ । ତେଣୁ ତୁମ କାହାପାଇଁ ଶୋକ ପ୍ରକାଶ କରିବା ଅନୁଚିତ ।

Commentary

ଅନେକ ସମୟରେ ଶିକ୍ଷା ଦାନ କରିବାକୁ ଯାଇ ଶ୍ରୀକୃଷ୍ଣ କୌଣସି ତଥ୍ୟକୁ କେତୋଟି ଶ୍ଲୋକରେ ବର୍ଣ୍ଣନା କରି ସାରିବା ପରେ, ଗୋଟିଏ ଶ୍ଲୋକରେ ସେ ସମସ୍ତ ଶିକ୍ଷାର ସାରାଂଶ କହିଥାନ୍ତି । ଏହି ଶ୍ଲୋକଟି ଆତ୍ମାର ଅମରତ୍ୱ ଓ ଶରୀରଠାରୁ ତା’ର ପାର୍ଥକ୍ୟ ସମ୍ବନ୍ଧୀୟ ବିଷୟର ସାରାଂଶ ଅଟେ ।

Watch Swamiji Explain This Verse