Bhagavad Gita: Chapter 2, Verse 35

ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ।।୩୫।।

ଭୟାତ୍‌-ଭୟ ଯୋଗୁଁ; ରଣାତ୍‌-ଯୁଦ୍ଧରୁ; ଉପରତଂ-ବିମୁଖ ହେବା; ମଂସ୍ୟନ୍ତେ- ବିଚାର କରାଯିବା; ତ୍ୱାଂ-ତୁମକୁ; ମହାରଥାଃ-ମହାରଥୀମାନେ; ଯେଷାଂ-ଯେଉଁମାନଙ୍କର; ଚ-ଏବଂ; ତ୍ୱଂ-ତୁମେ; ବହୁମତଃ- ସମ୍ମାନସ୍ପଦ; ଭୂତ୍ୱା-ହୋଇଯାଇ; ଯାସ୍ୟସି -ହରାଇବ; ଲାଘବମ୍ -ମୂଲ୍ୟ କମିଯିବ ।

Translation

BG 2.35: ଯେଉଁ ମହାରଥୀ ମାନେ ତୁମର ସମ୍ମାନ କରୁଥିଲେ, ସେମାନେ ଏପରି ମନେକରିବେ ଯେ ଭୟରେ ତୁମେ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଛ ଏବଂ ତଦ୍ୱାରା ତୁମେ ନିଜର ସମ୍ମାନ ହରାଇବ ।

Commentary

ଅର୍ଜୁନ ଜଣେ ବୀର ଯୋଦ୍ଧା ଭାବରେ ଖ୍ୟାତ ଥିଲେ ଓ କୌରବ ସେନାର ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଇତ୍ୟାଦି ଅତ୍ୟନ୍ତ ପରାକ୍ରମଶାଳୀ ଯୋଦ୍ଧାମାନଙ୍କର ପ୍ରତିପକ୍ଷୀ ହେବାର ଯୋଗ୍ୟ ଥିଲେ । ସ୍ୱର୍ଗର ଅନେକ ଦେବତାଙ୍କ ସହ ଯୁଦ୍ଧ କରି ସେ ଯଶ ଅର୍ଜନ କରିଥିଲେ । ଭଗବାନ ଶିବ, ଯିଏ ଜଣେ ଶିକାରୀର ଛଦ୍ମ ରୂପରେ ଆସିଥିଲେ, ତାଙ୍କ ସହିତ ଯୁଦ୍ଧ କରି ମଧ୍ୟ ସେ ତାଙ୍କୁ ପରାସ୍ତ କରିଥିଲେ । ତାଙ୍କର ବୀରତ୍ୱ ଏବଂ ପ୍ରତିଭାରେ ମୁଗ୍ଧ ହୋଇ ଭଗବାନ ଶିବ ତାଙ୍କୁ ସ୍ୱର୍ଗର ପାଶୁପତାସ୍ତ୍ର ଦେଇ ପୁରଷ୍କୃତ କରିଥିଲେ । ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ଧର୍ନୁବିଦ୍ୟାରେ ଏକ ବିଶେଷ ଅସ୍ତ୍ର ଦେଇ ତାଙ୍କୁ ଆଶୀର୍ବାଦ କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ଯଦି ଯୁଦ୍ଧ କ୍ଷେତ୍ରରୁ ପଳାୟନ କରନ୍ତି, ତେବେ ଏହି ଯୋଦ୍ଧାମାନେ ଏପରି ଭାବିବେ ନାହିଁ ଯେ ନିଜର ଆତ୍ମୀୟସ୍ୱଜନଙ୍କ ପ୍ରତି ସ୍ନେହ ତାଙ୍କୁ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବାକୁ ପ୍ରେରିତ କରିଛି । ସେମାନେ ତାଙ୍କୁ ଜଣେ ଭୀରୁ ରୂପେ ବିବେଚିତ କରି ଏପରି ମନେକରିବେ ଯେ ସେମାନଙ୍କ ଭୟରେ ସେ ଯୁଦ୍ଧରୁ ନିବୃତ୍ତ ହୋଇଛନ୍ତି ।

Watch Swamiji Explain This Verse