Bhagavad Gita: Chapter 2, Verse 44

ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ।।୪୪।।

ଭୋଗ-ଭୌତିକ ସୁଖଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ପ୍ରସକ୍ତାନାଂ-ଯେଉଁମାନେ ସେଥିରେ ଆସକ୍ତ; ତୟା-ତଦ୍ୱାରା; ଅପହୃତ ଚେତସାମ୍‌-ବିଚଳିତ ବୁଦ୍ଧି; ବ୍ୟବସାୟାତ୍ମିକା-ଦୃଢନିଶ୍ଚିତ; ବୁଦ୍ଧିଃ-ବୁଦ୍ଧି; ସମାଧୌ-ଏକାଗ୍ର; ନ ବିଧୀୟତେ- ହୁଏ ନାହିଁ ।

Translation

BG 2.44: ଯାହାର ମନ ସଂସାରିକ ସୁଖ ପ୍ରତି ଗଭୀର ଭାବରେ ଆସକ୍ତ ରହିଥାଏ ଏବଂ ବୁଦ୍ଧି ସେହି ସୁଖରେ ସମ୍ମୋହିତ ହୋଇଯାଇଥାଏ, ଭଗବତ୍ ପ୍ରାପ୍ତିର ମାର୍ଗରେ ସଫଳ ହେବା ପାଇଁ ସେମାନଙ୍କ ଠାରେ ଦୃଢ଼ ନିଷ୍ଠା ନ ଥାଏ ।

Commentary

ଯେଉଁମାନଙ୍କର ମନ ଇନ୍ଦ୍ରିୟ ସୁଖରେ ଆସକ୍ତ ରହିଥାଏ, ସେମାନଙ୍କର ଲକ୍ଷ୍ୟ କେବଳ ଭୋଗ ଏବଂ ଐଶ୍ୱର୍ଯ୍ୟ ଅଟେ । ସେମାନେ ତାଙ୍କର ବୁଦ୍ଧିକୁ ଆୟ ବୃଦ୍ଧି କରିବାରେ ଏବଂ ସଂସାରିକ ବସ୍ତୁ ସଂଗ୍ରହ କରି ଅଧିକରୁ ଅଧିକ ଉପଭୋଗ କରିବାରେ ଉପଯୋଗ କରନ୍ତି । ଏହିପରି ଭ୍ରଷ୍ଟବୁଦ୍ଧି ହୋଇ ସେମାନେ ଭଗବତ୍ ପ୍ରାପ୍ତି ପଥରେ ଯାତ୍ରା କରିବା ପାଇଁ ଆବଶ୍ୟକୀୟ ଦୃଢ଼ସଂକଳ୍ପ ହାସଲ କରି ପାରନ୍ତି ନାହିଁ ।

Watch Swamiji Explain This Verse