Bhagavad Gita: Chapter 3, Verse 15

କର୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷରସମୁଦ୍ଭବମ୍ ।
ତସ୍ମାତ୍‌ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜେ୍ଞ ପ୍ରତିଷ୍ଠିତମ୍ ।।୧୫।।

କର୍ମ- କର୍ମ ; ବ୍ରହ୍ମ-ବେଦ (ରୁ) ; ଉଦ୍ଭବଂ-ଜାତ; ବିଦ୍ଧି - ଏହା ଜାଣିରଖିବା ଉଚିତ୍‌; ବ୍ରହ୍ମ - ବେଦ; ଅକ୍ଷର- ପରମ ବ୍ରହ୍ମ(ପରମପୁରୁଷ ଭଗବାନ୍‌), ସମୁଦ୍ଭବମ୍‌- ପ୍ରତ୍ୟକ୍ଷ ଭାବରେ ପ୍ରକଟିତ, ତସ୍ମାତ୍ - ତେଣୁ, ସର୍ବଗତଂ- ସର୍ବବ୍ୟାପକ, ବ୍ରହ୍ମ-ବ୍ରହ୍ମ, ନିତ୍ୟ-ଶାଶ୍ୱତଭାବେ, ଯଜେ୍ଞ- ଯଜ୍ଞରେ, ପ୍ରତିିଷ୍ଠିିତମ୍ - ପ୍ରତିଷ୍ଠିିତ ।

Translation

BG 3.15: ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।

Commentary

ଭଗବାନଙ୍କ ଶ୍ୱାସରୁ ବେଦ ପ୍ରକଟିତ: ଅସ୍ୟ ମହତୋ ଭୂତସ୍ୟ ନିଶ୍ୱସିତମେତଦ୍ୟଦ୍ରିଗ୍‌ବେଦୋ ଯଜୁର୍ବେଦଃ ସାମବେଦୋଽର୍ଥବାଙ୍ଗିରସଃ (ବୃହଦାରଣ୍ୟକ ଉପନିଷଦ ୪.୫.୧୧)  “ ପରମ ପୁରୁଷ ଭଗବାନଙ୍କର ଶ୍ୱାସରୁ ଚାରିବେଦ ଯଥା-  ଋଗ୍ ବେଦ,  ଯଯୁର୍ବେଦ,  ସାମବେଦ ଏବଂ ଅଥର୍ବ ବେଦ ପ୍ରକଟ କରିଥାଆନ୍ତି ” ଏହି ଚିରନ୍ତନ ବେଦ ଗୁଡିିକରେ ସ୍ୱୟଂ ଭଗବାନ ମନୁଷ୍ୟ ମାନଙ୍କର କର୍ତ୍ତବ୍ୟ ନିର୍ଦ୍ଧାରିତ କରିଛନ୍ତି । ଏହିସବୁ କର୍ତ୍ତବ୍ୟର ପରିଯୋଜନା ଏପରି ଭାବରେ କରାଯାଇଛି ଯେ କର୍ତ୍ତବ୍ୟ ପାଳନ ଦ୍ୱାରା ଜଣେ ମାୟାବଦ୍ଧ ମନୁଷ୍ୟ କ୍ରମଶଃ ନିଜର କାମନାକୁ ନିୟନ୍ତ୍ରଣ କରି ଗୁଣାତ୍ମକ ସ୍ତରରେ ଧୀରେ ଧୀରେ ନିଜକୁ ତାମସିକ  ଗୁଣରୁ ରାଜସିକ ଗୁଣ ଓ ରାଜସିକ ଗୁଣରୁ ସ୍ୱାତ୍ତ୍ୱିକ ଗୁଣ ଅଭିମୁଖରେ ଉନ୍ନୀତ କରିଥାଏ । ଏହିସବୁ କର୍ତ୍ତବ୍ୟ ଭଗବାନଙ୍କ ପ୍ରତି ଯଜ୍ଞ ଭାବରେ ସମର୍ପିତ ହେବା ପାଇଁ ଉଦ୍ଦିଷ୍ଟ । ସୁତରାଂ, ଭଗବାନଙ୍କୁ ଯଜ୍ଞରୂପରେ ଅର୍ପିତ କର୍ମ ବାସ୍ତବରେ ଭଗବଦୀୟ ଗୁଣ ଯୁକ୍ତ ତଥା ଭଗବାନଙ୍କ ଠାରୁୁ ଅଭିନ୍ନ ହୋଇଥାଏ ।

ତନ୍ତ୍ର ସାର ଯଜ୍ଞକୁ ସ୍ୱୟଂ ପରମ ପୁରୁଷ ଭଗବାନ ରୂପେ ଅଭିହିତ କରିଥାଏ । 

ଯଜେ୍ଞା ଯଜ୍ଞ ପୁମାଂଶ ଚୈବ ଯଜ୍ଞଶୋ ଯଜ୍ଞ  ଯଜ୍ଞଭାବନଃ
ଯଜ୍ଞଭୂକ୍ ଚେତି ପଞ୍ଚାତ୍ମା ଯଜେ୍ଞଷି୍ୱଜ୍ୟୋ ହରିଃ ସ୍ୱୟଂ

ଭାଗବତ ମହାପୁରାଣ(୧୧.୧୯.୩୯)ରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହୁଛନ୍ତି  :   ଯଜେ୍ଞାଽହଂ ଭଗବତ୍ତମଃ “ମୁଁ, ବାସୁଦେବ, ସ୍ୱୟଂ ଯଜ୍ଞ ଅଟେ । ” ବେଦ କହୁୁଛି : ଯଜେ୍ଞା ବୈ  ବିଷ୍ଣୁଃ “ଯଜ୍ଞ ବାସ୍ତବରେ ଭଗବାନ ବିଷ୍ଣୁ ହିଁ ଅଟନ୍ତି ।”  ଏହି ସିଦ୍ଧାନ୍ତର ପୁନରାବୃତ୍ତି କରିବାକୁ ଯାଇ ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରତ୍ୟେକ ଯଜ୍ଞ କାର୍ଯ୍ୟରେ ସେ ସର୍ବଦା ବିଦ୍ୟମାନ ରହନ୍ତି ।