ନ ମେ ପାର୍ଥାସ୍ତି କର୍ତବ୍ୟଂ ତ୍ରିଷୁ ଲୋକେଷୁ କିଂଚନ ।
ନାନବାପ୍ତମବାପ୍ତବ୍ୟଂ ବର୍ତ ଏବ ଚ କର୍ମଣି ।। ୨୨ ।।
ନ- କିଛି ନାହିଁ; ମେ - ମୋର; ପାର୍ଥ - ହେ ପୃଥାପୁତ୍ର; ଅସ୍ତି - ଅଛି; କର୍ତ୍ତବ୍ୟ- କୌଣସି କର୍ତ୍ତବ୍ୟ; ତ୍ରିଷୁ ଲୋକେଷୁ - ତ୍ରିଭୂବନରେ; କିଂଚନ - କୌଣସି; ନ - ନାହିଁ; ଆନବାପ୍ତମ୍ - ଅଭାବ; ଅବାପ୍ତବ୍ୟଂ - ପାଇବାକୁ; ବର୍ତେ- ନିଯୁକ୍ତ; ଏବ - ନିଶ୍ଚିତଭାବେ; ଚ - ମଧ୍ୟ, କର୍ମଣି- କର୍ତ୍ତବ୍ୟ କର୍ମରେ ।
BG 3.22: ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।
ଆମ୍ଭେମାନେ କାହିଁକି କର୍ମ କରୁ, ତା’ର ପୃଷ୍ଠଦେଶରେ ଉଦ୍ଦେଶ୍ୟ ହେଉଛି ଆମେ ସମସ୍ତେ କିଛି ପାଇବାକୁ ଇଚ୍ଛା କରୁ । ଭଗବାନ ଅନନ୍ତ ଆନନ୍ଦର ସାଗର ଅଟନ୍ତି ଏବଂ ତାଙ୍କର କ୍ଷୁଦ୍ର ଅଂଶ ହୋଇଥିବା କାରଣରୁ ଆମେ ସମସ୍ତେ ଆନନ୍ଦର ଅନ୍ୱେଷଣ କରିଥାଉ । ଯେହେତୁ ଏ ପର୍ଯ୍ୟନ୍ତ ଆମେ ସେହି ପରିପୂର୍ଣ୍ଣ ଆନନ୍ଦ ପ୍ରାପ୍ତ କରିପାରି ନାହେଁ, ଆମେ ଅତୃପ୍ତି ତଥା ଅପୂର୍ଣ୍ଣତା ଅନୁଭବ କରୁଅଛୁ । ଅତଏବ, ଆମେ ଯାହା କିଛି କରୁ, ତାହା ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାଉ । କିନ୍ତୁ ଆନନ୍ଦ ଭଗବାନଙ୍କର ଏକ ଶକ୍ତି ଅଟେ ଏବଂ ତାହା କେବଳ ତାଙ୍କ ପାଖରେ ହିଁ ଅନନ୍ତ ମାତ୍ରାରେ ରହିଛି । ସେ ନିଜ ଭିତରେ ନିଜେ ପରିପୂର୍ଣ୍ଣ ଅଟନ୍ତି ଏବଂ ତାଙ୍କ ପାଇଁ ବାହାରର କୌଣସି ବସ୍ତୁର କିଛି ଆବଶ୍ୟକତା ନ ଥାଏ । ସେଥିପାଇଁ ତାଙ୍କୁ ଆତ୍ମାରାମ (ନିଜ ଭିତରେ ନିଜେ ଆନନ୍ଦିତ), ଆତ୍ମ-ରତି (ନିଜେ ନିଜ ପ୍ରତି ଆକର୍ଷିତ) , ଆତ୍ମ-କ୍ରୀଡ (ନିଜ ସହିତ ନିଜେ ଦିବ୍ୟ ଲୀଳାରେ ସଂଲଗ୍ନ) କୁହାଯାଇଥାଏ ।
ଏପରି ଜଣେ ବ୍ୟକ୍ତିତ୍ୱ ଯଦି କର୍ମ କରୁ ଥାଆନ୍ତି, ତେବେ ତା’ର ଗୋଟିଏ ମାତ୍ର କାରଣ ହୋଇପାରେ - ତାହା ତାଙ୍କ ନିଜ ପାଇଁ ନୁହେଁ, ବରଂ ଅନ୍ୟର କଲ୍ୟାଣ ପାଇଁ ହୋଇଥାଏ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯଦିଓ ଶ୍ରୀକୃଷ୍ଣ ସ୍ୱରୂପରେ, ତାଙ୍କର ବିଶ୍ୱବ୍ରହ୍ମାଣ୍ଡ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, ତଥାପି ଅନ୍ୟମାନଙ୍କର କଲ୍ୟାଣ ନିମନ୍ତେ ସେ କର୍ମ କରନ୍ତି । ପରବର୍ତ୍ତୀ ଶ୍ଳୋକରେ, ସେ କର୍ମ କରିବା ଦ୍ୱାରା ଯେଉଁ କଲ୍ୟାଣ ସାଧିତ ହୋଇଥାଏ, ତାହା ସ୍ପଷ୍ଟ କରୁଛନ୍ତି ।
ନ ମେ ପାର୍ଥାସ୍ତି କର୍ତବ୍ୟଂ ତ୍ରିଷୁ ଲୋକେଷୁ କିଂଚନ ।
ନାନବାପ୍ତମବାପ୍ତବ୍ୟଂ ବର୍ତ ଏବ ଚ କର୍ମଣି ।। ୨୨ ।।
ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily