Bhagavad Gita: Chapter 3, Verse 23

ଯଦି ହ୍ୟହଂ ନ ବର୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।। ୨୩ ।।

ଯଦି - ଯଦି; ହି- ନିଶ୍ଚିତ ଭାବେ; ଅହଂ - ମୁଁ; ନ ବର୍ତେୟଂ - ଏହିପରି ଭାବରେ କର୍ମରେ ନିଯୁକ୍ତ ନହୁଏ; ଜାତୁ- କେବେ; କର୍ମଣି - କର୍ତ୍ତବ୍ୟ ସଂପାଦନରେ; ଅତନ୍ଦ୍ରିତଃ - ଯତ୍ନର ସହିତ; ମମ- ମୋର; ବର୍ତ୍ମ- ପଥ; ଅନୁବର୍ତନ୍ତେ-ଅନୁସରଣ କରିବେ; ମନୁଷ୍ୟାଃ- ମନୁଷ୍ୟମାନେ; ପାର୍ଥ - ହେ, ପୃଥାପୁତ୍ର; ସର୍ବଶଃ-ସବୁ ପ୍ରକାରେ ।

Translation

BG 3.23: ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।

Commentary

ମର୍ତ୍ତ୍ୟଲୋକରେ ତାଙ୍କର ଦିବ୍ୟ ଲୀଳାରେ, ଶ୍ରୀକୃଷ୍ଣ ଜଣେ ରାଜା ଓ ଶ୍ରେଷ୍ଠ ମାର୍ଗଦର୍ଶକର ଭୂମିକା ନିର୍ବାହ କରୁଛନ୍ତି । ସଂସାରରେ ତାଙ୍କର ଆବିର୍ଭାବ ବୃଷ୍ଣି ବଂଶର ଧାର୍ମିକ ରାଜା ବସୁଦେବଙ୍କର ପୁତ୍ର ରୂପେ ହୋଇଥିଲା । ଶ୍ରୀକୃଷ୍ଣ ଯଦି ତାଙ୍କର କର୍ତ୍ତବ୍ୟ ପାଳନ କରି ନ ଥାଆନ୍ତେ, ତା ହେଲେ ତାଙ୍କର ଅଧସ୍ତନ ବ୍ୟକ୍ତିିମାନେ କର୍ତ୍ତବ୍ୟ ନ କରିବା ଉଚିତ ପ୍ରଥା ଭାବି ତାଙ୍କର ପଦାଙ୍କ ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ସେପରି କରିବା ଦ୍ୱାରା ମାନବ ସମାଜକୁ ପଥଭ୍ରଷ୍ଟ କରିବାରେ ସେ  ଉତ୍ତରଦାୟୀ  ହୋଇଥାଆନ୍ତେ ।

Watch Swamiji Explain This Verse