Bhagavad Gita: Chapter 3, Verse 24

ଉତ୍ସୀଦେୟୁରିମେ ଲୋକା ନ କୁର୍ଯ୍ୟାଂ କର୍ମ ଚେଦହମ୍ ।
ସଂକରସ୍ୟ ଚ କର୍ତା ସ୍ୟାମୁପହନ୍ୟାମିମାଃ ପ୍ରଜାଃ ।। ୨୪ ।।

ଉତ୍ସୀଦେୟୁୁଃ -ଧ୍ୱଂସ ପଥରେ ପଥିକ କରାଇବା; ଇମେଲୋକାଃ - ଏ ସମସ୍ତ ଜଗତକୁ; ନ - ନୁହେଁ; କୁର୍ଯ୍ୟାଂ-କରେ; କର୍ମ- କର୍ତ୍ତବ୍ୟ; ଚେତ୍‌-ଯଦି; ଅହମ୍ -ମୁଁ; ସଂକରସ୍ୟ - ଅସଭ୍ୟ ସମାଜ; ଚ-ଏବଂ; କର୍ତା- ଦାୟୀ; ସ୍ୟାମ- ହେବି; ଉପହନ୍ୟାମ୍‌- ଧ୍ୱଂସ କରିବି; ଇମାଃ-ଏହି ସବୁ; ପ୍ରଜାଃ-ଜୀବଗଣ ।

Translation

BG 3.24: ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।

Commentary

ଶ୍ରୀକୃଷ୍ଣ ଯେତେବେଳେ ମନୁଷ୍ୟ ରୂପରେ ସଂସାରରେ ଅବତରିତ ହୋଇଥିଲେ, ସେ ତାଙ୍କର ରାଜକୀୟ ଯୋଦ୍ଧା ପରିବାରର ସାମାଜିକ ସ୍ଥିତି ଅନୁଯାୟୀ ସର୍ବତୋ ଭାବରେ ଉପଯୁୁକ୍ତ ବ୍ୟବହାର ପ୍ରଦର୍ଶନ କରିଥିଲେ । ସେ ଯଦି ଉପଯୁକ୍ତ ବ୍ୟବହାର କରି ନ ଥାଆନ୍ତେ ତେବେ ଆମ୍ଭେମାନେ ଧର୍ମାତ୍ମା ବସୁଦେବଙ୍କର ସୁଯୋଗ୍ୟ ପୁତ୍ରଙ୍କର ପଦାଙ୍କ ଅନୁସରଣ କରିବା ଉଚିତ୍ ଭାବି ଅନ୍ୟମାନେ ତାଙ୍କର ଅନୁସରଣ କରିଥାଆନ୍ତେ । ଶ୍ରୀକୃଷ୍ଣ ଯଦି ତାଙ୍କର ବୈଦିକ କର୍ମ କରି ନ ଥାଆନ୍ତେ, ତାଙ୍କୁ ଅନୁକରଣ କରି ମନୁଷ୍ୟ କର୍ମର ଅନୁଶାସନରୁ ବିଚ୍ୟୁତ ହୋଇଯାଆନ୍ତା ଏବଂ ତାହା ଏକ ବିଶୃଙ୍ଖଳିତ ଅବସ୍ଥା ସୃଷ୍ଟି କରିଥାଆନ୍ତା । ଏହା ଏକ ଜଘନ୍ୟ ଅପରାଧ ହୋଇଥାଆନ୍ତା ଏବଂ ସେଥିପାଇଁ ଶ୍ରୀକୃଷ୍ଣ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତେ । ତେଣୁ ସେ ଅର୍ଜୁନଙ୍କୁ କହୁଛନ୍ତି, ସେ ଯଦି ତାଙ୍କର  କର୍ତ୍ତବ୍ୟ ପାଳନ ନ କରନ୍ତି, ତାହା ସମାଜରେ ବିଶୃଙ୍ଖଳା ଉତ୍ପନ୍ନ କରିବ ।

ସେହିପରି ଅର୍ଜୁନ ଧର୍ମରାଜ ଯୁଧିଷ୍ଠିରଙ୍କର ଭାଇ ଥିଲେ ଏବଂ ଯୁଦ୍ଧରେ ଅପରାଜେୟ ଭାବରେ ସେ ବିଶ୍ୱ ପ୍ରସିଦ୍ଧ ଥିଲେ । ଧର୍ମରକ୍ଷା କରିବା ଦିଗରେ ତାଙ୍କର କର୍ତ୍ତବ୍ୟକୁ ସେ ଯଦି ଅସ୍ୱୀକାର କରିଥାଆନ୍ତେ ତେବେ ଅନ୍ୟ ସମର୍ଥ ଯୋଦ୍ଧାମାନେ ଆଦର୍ଶ ଭାବରେ ତାଙ୍କର ଅନୁକରଣ କରି, ଧାର୍ମକ ପୁରୁଷଙ୍କୁ ରକ୍ଷା କରିବାର ନିଜର କର୍ତ୍ତବ୍ୟ ତ୍ୟାଗ କରିଦେଇ ଥାଆନ୍ତେ । ଏହା ଦ୍ୱାରା ସମାଜର ସନ୍ତୁଳନ ନଷ୍ଟ ହୋଇଥାଆନ୍ତା ଏବଂ ନିରୀହ ଧର୍ମ ପରାୟଣ ବ୍ୟକ୍ତି ମାନେ ନିଶ୍ଟିହ୍ନ ହୋଇଯାଇ ଥାଆନ୍ତେ ।  ସୁତରାଂ, ସମଗ୍ର ମାନବ ଜାତି ଏବଂ ଜଗତର କଲ୍ୟାଣ ନିମନ୍ତେ ଅର୍ଜୁନଙ୍କୁ ତାଙ୍କର ଉପଯୁକ୍ତ ବୈଦିକ କର୍ମ କରିବା ପାଇଁ ଶ୍ରୀକୃଷ୍ଣ ପ୍ରବର୍ତ୍ତାଉଛନ୍ତି । 

Watch Swamiji Explain This Verse