ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ
ଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ।।୩।।
ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଲୋକେ- ସଂସାରରେ ; ଅସ୍ମିନ - ଏହି; ଦ୍ୱିବିଧା- ଦୁଇପ୍ରକାର; ନିଷ୍ଠା- ବିିଶ୍ୱାସ ;ପୁରା- ପୂର୍ବେ; ପ୍ରୋକ୍ତା- କୁହାଯାଇଛି; ମୟା - ମୋ ଦ୍ୱାରା ; ଅନଘ- ହେ ନିଷ୍ପାପ ; ଜ୍ଞାନଯୋଗେନ - ଜ୍ଞାନ ଯୋଗରେ ; ସାଂଖ୍ୟାନା- ସାଂଖ୍ୟବାଦୀ ମାନଙ୍କର ଅର୍ଥାତ୍ ମନନଶୀଳ ଦାର୍ଶନିକମାନଙ୍କର ; କର୍ମଯୋଗେନ - କର୍ମ ମାର୍ଗରେ ; ଯୋଗିନାମ୍ - ଯୋଗୀମାନଙ୍କର ।
BG 3.3: ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।
ଶ୍ରୀକୃଷ୍ଣ ଶ୍ଲୋକ ୨/୩୯ରେ ଆଧ୍ୟାତ୍ମିକ ଉତ୍କର୍ଷତା ହାସଲ କରିବା ପାଇଁ ଦୁଇଟି ମାର୍ଗର ବର୍ଣ୍ଣନା କରିଥିଲେ । ପ୍ରଥମ ମାର୍ଗଟି ହେଲା, ଆତ୍ମାର ସ୍ୱରୂପ ଏବଂ ଶରୀର ଠାରୁ ତାହାର ପ୍ରଭେଦର ବିଶ୍ଲେଷଣାତ୍ମକ ଅଧ୍ୟୟନ ଦ୍ୱାରା ଜ୍ଞାନ ଅର୍ଜନ । ଶ୍ରୀକୃଷ୍ଣ ଏହାକୁୁ ସାଂଖ୍ୟ ଯୋଗ ରୂପେ ଅଭିହିତ କରିଛନ୍ତି । ଦାର୍ଶନିକ ସ୍ୱଭାବର ବ୍ୟକ୍ତିମାନେ ଆତ୍ମଜ୍ଞାନ ପ୍ରାପ୍ତ କରିବା ପାଇଁ ବୌଦ୍ଧିକ ବିଶ୍ଳେଷଣର ଏହି ମାର୍ଗ ଚୟନ କରିଥାନ୍ତି ।
ଦ୍ୱିତୀୟ ମାର୍ଗରେ ଭଗବାନଙ୍କର ଭକ୍ତି ସହିତ କର୍ମ କରାଯାଇଥାଏ, ଯାହାକୁ କର୍ମଯୋଗ କୁହାଯାଏ । ଶ୍ରୀକୃଷ୍ଣ ପୁର୍ବ ଶ୍ଲୋକରେ ଏହାକୁ ବୁଦ୍ଧିଯୋଗ କହିଛନ୍ତି । ଏହି ପରି କର୍ମ ଅନ୍ତଃକରଣକୁ ଶୁଦ୍ଧ କରିଥାଏ ଏବଂ ଶୁଦ୍ଧ ଅନ୍ତଃକରଣରେ ଜ୍ଞାନର ଉଦୟ ହେବା ସ୍ୱାଭାବିକ ।
ଆଧ୍ୟାତ୍ମିକ ମାର୍ଗରେ ଆଗ୍ରହୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ଅନୁଧ୍ୟାନ ବା ଚିନ୍ତନରେ ରୁଚି ରଖନ୍ତି ଏବଂ ଅନ୍ୟ ଗୋଷ୍ଠିଟି କର୍ମ ପ୍ରତି ଆଗ୍ରହ ପ୍ରଦର୍ଶନ କରନ୍ତି । ସୁତରାଂ, ଭଗବତ୍ ପ୍ରାପ୍ତି ପାଇଁ ଯେଉଁ ଦିନଠାରୁ ଇଚ୍ଛା ସୃଷ୍ଟି ହୋଇଛି, ସେହି ଦିନ ଠାରୁ ଏହି ଦୁଇଟି ମାର୍ଗ ରହିଆସିଛି । ଶ୍ରୀକୃଷ୍ଣ ଉଭୟ ବିଷୟରେ ଆଲୋକପାତ କରିଛନ୍ତି, ଯେହେତୁ ତାଙ୍କର ସନ୍ଦେଶ ସମସ୍ତ ପ୍ରକାରର ଭାବଧାରା ଏବଂ ରୁଚି ସମ୍ପନ୍ନ ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ ।
ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ
ଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ।।୩।।
ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily