Bhagavad Gita: Chapter 3, Verse 40

ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।
ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।।

ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ମନଃ-ମନ; ବୁଦ୍ଧିଃ- ବୁଦ୍ଧି; ଅସ୍ୟ- ଏହାର; ଅଧିଷ୍ଠାନମ୍ - ବସତିସ୍ଥାନ; ଉଚ୍ୟତେ- କୁହାଯାଏ; ଏତୈଃ- ଏମାନଙ୍କ ଦ୍ୱାରା; ବିମୋହୟତି- ମୋହିତ କରେ; ଏଷଃ - ଏହା; ଜ୍ଞାନମ୍‌- ଜ୍ଞାନ; ଆବୃତ୍ୟ - ଆବୃତକରି; ଦେହିନମ୍‌- ଶରୀରଧାରୀ ଆତ୍ମା ।

Translation

BG 3.40: ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।

Commentary

କାମନାର ନିବାସ ସ୍ଥାନକୁ ଦର୍ଶାଇ ଶ୍ରୀକୃଷ୍ଣ ବର୍ତ୍ତମାନ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହାର ଉପାୟ ବର୍ଣ୍ଣନା କରୁଛନ୍ତି । ଶତ୍ରୁକୁ ଦମନ କରିବା ପାଇଁ ସର୍ବପ୍ରଥମେ ତା’ର ଦୁର୍ଗକୁ ଠାବ କରିବାକୁ ପଡିଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଇନ୍ଦ୍ରିୟ, ମନ ଓ ବୁଦ୍ଧି ସେହି ସ୍ଥାନ ଅଟନ୍ତି, ଯେଉଁଠାରେ ରହି କାମନା ଆତ୍ମା ଉପରେ ତା’ର ଆଧିପତ୍ୟ ବିସ୍ତାର କରିଥାଏ । କାମନାରେ ବଶୀଭୂତ ହୋଇ ଇନ୍ଦ୍ରିୟମାନେ ବିଷୟର କାମନା କରିଥାଆନ୍ତି । ଇନ୍ଦ୍ରିୟମାନେ ମନକୁ ମୋହିତ କରିଦିଅନ୍ତି, ମନ ବୁଦ୍ଧିକୁ ଭ୍ରମିତ କରିଦିଏ,ଏବଂ ବୁଦ୍ଧି ନିଜର ବିଚାର ଶକ୍ତି ହରାଇବସେ । ବୁଦ୍ଧି ଯେତେବେଳେ ଆବୃତ ହୋଇଯାଏ, ଜୀବ ନିଜକୁ କାମନାର ଦାସ ମନେ କରିବାରେ ଲାଗେ ଏବଂ ତାହାର ପୂର୍ତ୍ତି ନିମନ୍ତେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ଇନ୍ଦ୍ରିୟ-ମନ-ବୁଦ୍ଧି, ଏହି ତିନୋଟି ଉପକରଣ ସ୍ୱତଃ ଖରାପ ନୁହଁନ୍ତି । ଭଗବତ-ପ୍ରାପ୍ତି କରିବା ପାଇଁ ଏଗୁଡିକ ଆମକୁ ଦିଆ ଯାଇଅଛି ।  କିନ୍ତୁ ଆମେ ସେମାନଙ୍କୁ କାମନା-ବାସନାର ଅକ୍ତିୟାରରେ ରହିବାକୁ ଖୋଲା ଛାଡି ଦେଇଛୁ । ବର୍ତ୍ତମାନ ଆମେ ସେହି ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବ୍ୟବହାର କରି ନିଜର କଲ୍ୟାଣ ସାଧନ କରିବା । ପରବର୍ତ୍ତି ଶ୍ଲୋକମାନଙ୍କରେ ଶ୍ରୀକୃଷ୍ଣ ଏହା କିପରି କରାଯାଇ ପାରିବ, ତାହା ସ୍ପଷ୍ଟ କରୁଛନ୍ତି ।

Watch Swamiji Explain This Verse