ଅର୍ଜୁନ ଉବାଚ
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।
କଥମେତଦ୍ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି ।।୪।।
ଅର୍ଜୁନ ଉବାଚ- ଅର୍ଜୁନ କହିଲେ; ଅପରଂ -ପରେ (ଅଳ୍ପ କିଛିଦିନ ତଳେ); ଭବତଃ - ଆପଣଙ୍କର; ଜନ୍ମ-ଜନ୍ମ; ପର-ପୂର୍ବରୁ (ବହୁତ ଆଗରୁ); ଜନ୍ମ- ଉତ୍ପତ୍ତି; ବିବସ୍ୱତଃ - ସୂର୍ଯ୍ୟଦେବତାଙ୍କର; କଥଂ - କିପରି; ଏତତ୍ -ଏହା; ବିଜାନୀୟାଂ - ମୁଁ ବୁଝିବି; ତ୍ୱଂ- ଆପଣ; ଆଦୌ -ପ୍ରାରମ୍ଭରେ; ପ୍ରୋକ୍ତବାନ୍ - ଶିକ୍ଷା ଦେଇଥିଲେ; ଇତି - ଏହିପରି ଭାବରେ ।
BG 4.4: ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା ମୁଁ ବୁଝିପାରୁନାହିଁ ।
ଶ୍ରୀକୃଷ୍ଣଙ୍କ ବକ୍ତବ୍ୟରେ ଘଟଣା ସମୁହର ଆପାତତଃ ଅସାମଞ୍ଜସ୍ୟତା ଲକ୍ଷ୍ୟ କରି ଅର୍ଜୁନ ଦ୍ୱନ୍ଦ୍ୱଗ୍ରସ୍ତ ହୋଇପଡ଼ିଛନ୍ତି । ସୂର୍ଯ୍ୟଦେବ ପ୍ରାୟତଃ ସୃଷ୍ଟିର ପ୍ରାରମ୍ଭରୁ ଅଛନ୍ତି, କିନ୍ତୁ ଶ୍ରୀକୃଷ୍ଣ ଏବେ ସଂସାରରେ ଜନ୍ମ ଗ୍ରହଣ କରିଛନ୍ତି । ଯଦି ଶ୍ରୀକୃଷ୍ଣ ବସୁଦେବ ଏବଂ ଦେବକୀଙ୍କ ପୁତ୍ର ହୋଇଥାନ୍ତି, ତେବେ ସୂର୍ଯ୍ୟଦେବଙ୍କୁୁ ଏହି ଜ୍ଞାନ ଦେଇଥିବା ଉକ୍ତିଟି ଅର୍ଜୁନଙ୍କୁ ଅସମଞ୍ଜସ ବୋଧ ହେଉଛି । ତେଣୁ ସେ ଏ ବିଷୟରେ ପ୍ରଶ୍ନ କରୁଛନ୍ତି । ଅର୍ଜୁନଙ୍କର ଏହି ପ୍ରଶ୍ନ ଭଗବାନଙ୍କର ଦିବ୍ୟ ଅବତରଣ ସମ୍ପର୍କରେ ଏକ ବିଶ୍ଲେଷଣର ଆହ୍ୱାନ କରୁଛି । ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକମାନଙ୍କରେ ତାର ପ୍ରତ୍ୟୁତ୍ତର ଦେଉଛନ୍ତି ।
ଅର୍ଜୁନ ଉବାଚ
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।
କଥମେତଦ୍ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି ।।୪।।
ଅର୍ଜୁନ କହିଲେ; ଆପଣ ବିବସ୍ୱାନଙ୍କର ଜନ୍ମର ବହୁତ ପରେ ଜନ୍ମ ହୋଇଛନ୍ତି । ତେଣୁ ଆପଣ ପ୍ରାରମ୍ଭରେ ଏହି ବିଦ୍ୟା ତାଙ୍କୁ କିପରି ପ୍ରଦାନ କରିଥିଲେ, ତାହା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily