ମତ୍ତଃ ପରତରଂ ନାନ୍ୟତ୍କିଞ୍ଚିଦସ୍ତି ଧନଞ୍ଜୟ ।
ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।।୭।।
ମତ୍ତଃ - ମୋ’ଠାରୁ, ପରତରଂ -ଉନ୍ନତ; ନ -ନୁହଁନ୍ତି; ଅନ୍ୟତ୍ - ଅନ୍ୟ; କିଞ୍ଚିତ୍ - କିଛି; ଅସ୍ତି - ଅଛି; ଧନଞ୍ଜୟ - ହେ ଧନଞ୍ଜୟ; ମୟି -ମୋ’ଠାରେ; ସର୍ବମ୍ -ସବୁକିଛି; ଇଦଂ - ଯାହା ଆମେ ଦେଖୁଛୁ; ପ୍ରୋତଂ - ଗୁନ୍ଥା ହୋଇଛି; ସୂତ୍ରେ - ସୂତାରେ; ମଣିଗଣାଃ - ମଣି ଗୁଡିକ; ଇବ -ପରି ।
BG 7.7: ହେ ଅର୍ଜୁନ, ମୋଠାରୁ ଶ୍ରେଷ୍ଠତର କେହି ନୁହଁନ୍ତି । ସୂତାରେ ମଣି ଗୁନ୍ଥା ହେଲା ପରି, ସବୁକିଛି ମୋ ଠାରେ ସ୍ଥିତ ଅଟନ୍ତି ।
Start your day with a nugget of timeless inspiring wisdom from the Holy Bhagavad Gita delivered straight to your email!
ଶ୍ରୀକୃଷ୍ଣ ବର୍ତ୍ତମାନ, ନିଜର ସର୍ବୋଚ୍ଚ ସ୍ଥିତି, ଏବଂ ସମସ୍ତଙ୍କ ଉପରେ ତାଙ୍କର ଆଧିପତ୍ୱ ବିଷୟରେ କହୁଛନ୍ତି । ସେ ବିଶ୍ୱର ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା ଏବଂ ବିନାଶ କର୍ତ୍ତା ଅଟନ୍ତି । ସେ ସମସ୍ତ ବସ୍ତୁର ଆଶ୍ରୟସ୍ଥଳ ମଧ୍ୟ ଅଟନ୍ତି । ସୂତାରେ ମାଳି ଗୁନ୍ଥା ହୋଇଥିବା, ଏହାର ଏକ ଉପମା ଅଟେ । ସେହିପରି, ପ୍ରତ୍ୟେକ ଜୀବ ଯଦିଓ ନିଜ ଇଚ୍ଛାରେ କର୍ମ କରିବାକୁ ସ୍ୱତନ୍ତ୍ର ଅଟନ୍ତି, ସେମାନଙ୍କୁ କର୍ମ କରିବାର ସେହି ଶକ୍ତି ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ । ସେ ସମସ୍ତଙ୍କୁ ଧାରଣ କରନ୍ତି ଏବଂ ସମସ୍ତେ ତାଙ୍କ ମଧ୍ୟରେ ନିବାସ କରନ୍ତି । ତେଣୁ ଶ୍ୱେତାଶ୍ୱତର ଉପନିଷଦ କହେ:
ନ ତତ୍ସମଶ୍ଚାଭ୍ୟଧିକଶ୍ଚ ଦୃଶ୍ୟତେ
ପରାସ୍ୟ ଶକ୍ତିର୍ବିବିଧୈବ ଶ୍ରୁୟତେ (୬.୮)
“କୌଣସି ବସ୍ତୁ ଭଗବାନଙ୍କ ସହିତ ସମାନ ନୁହଁନ୍ତି, କିମ୍ବା କେହି ମଧ୍ୟ ତାଙ୍କଠାରୁ ବଡ଼ ନୁହଁନ୍ତି ।”
ଭଗବତ୍ ଗୀତାର ଏହି ଶ୍ଲୋକ ଅନେକ ଲୋକଙ୍କ ମନର ଏହି ସନ୍ଦେହକୁ ଦୂର କରିଥାଏ ଯେଉଁମାନେ ଭାବନ୍ତି ଶ୍ରୀକୃଷ୍ଣ ଅନ୍ତିମ ସତ୍ୟ ନୁହନ୍ତି ଏବଂ ଯେଉଁମାନେ କଳ୍ପନା କରନ୍ତି ଯେ ଗୋଟିଏ ନିରାକାର ସତ୍ତା ରହିଛି ଯାହା ସ୍ୱୟଂ ଶ୍ରୀକୃଷ୍ଣଙ୍କର ମଧ୍ୟ ମୂଳ ଉତ୍ସ ଅଟେ । ଏହି ଶ୍ଲୋକରେ, ସେ ସ୍ପଷ୍ଟଭାବରେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ଶ୍ରୀକୃଷ୍ଣ ରୂପରେ ସେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ, ତାଙ୍କର ସେହି ସାକାର ସ୍ୱରୂପ ଅନ୍ତିମ ସତ୍ୟ ଅଟେ । ତେଣୁ ସୃଷ୍ଟିର ଅଗ୍ରଜ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି:
ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ ।
ଅନାଦିରାଦିର୍ ଗୋବିନ୍ଦଃ ସର୍ବକାରଣ କାରଣମ୍ । । (ବ୍ରହ୍ମ ସଂହିତା ୫.୧)
“ଶ୍ରୀକୃଷ୍ଣ ପରାତ୍ପର ବ୍ରହ୍ମ ଅଟନ୍ତି, ଯିଏ ଶାଶ୍ୱତ, ସର୍ବଜ୍ଞ ଏବଂ ଅନନ୍ତ ଆନନ୍ଦ ଅଟନ୍ତି । ତାଙ୍କର ଆଦ୍ୟ ନାହିଁ ବା ଅନ୍ତ ନାହିଁ, ସେ ସମସ୍ତ ସୃଷ୍ଟିର ମୂଳ କାରଣ ଅଟନ୍ତି ଏବଂ ସମସ୍ତ କାରଣର କାରଣ ଅଟନ୍ତି ।”