Bhagavad Gita: Chapter 8, Verse 20

ପରସ୍ତସ୍ମାତ୍ତୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାତ୍ସନାତନଃ ।
ଯଃ ସ ସର୍ବେଷୁ ଭୂତେଷୁ ନଶ୍ୟତ୍‌ସୁ ନ ବିନଶ୍ୟତି ।।୨୦।।

ପରଃ - ଉର୍ଦ୍ଧ୍ୱରେ; ତସ୍ମାତ୍ - ତା’ଠାରୁ; ତୁ - କିନ୍ତୁ; ଭାବଃ - ସୃଷ୍ଟି; ଅନ୍ୟଃ- ଅନ୍ୟ; ଅବ୍ୟକ୍ତଃ - ଅପ୍ରକଟ; ଅବ୍ୟକ୍ତାତ୍‌-ଅପ୍ରକଟରୁ; ସନାତନଃ - ଶାଶ୍ୱତ; ଯଃ -ଯିଏ; ସଃ- ସେ; ସର୍ବେଷୁ- ସମସ୍ତ; ଭୂତେଷୁ - ଜୀବ; ନଶ୍ୟତ୍‌ସୁ -ସମାପ୍ତ ହୋଇଯାଆନ୍ତି; ନ -କେବେ ବି ନୁହେଁ; ବିନଶ୍ୟତି - ବିନାଶ ହେବା ।

Translation

BG 8.20: ବ୍ୟକ୍ତ ଏବଂ ଅବ୍ୟକ୍ତ ସୃଷ୍ଟିର ଉର୍ଦ୍ଧ୍ୱରେ ଆଉ ଏକ ଶାଶ୍ୱତ ଅବ୍ୟକ୍ତ ଜଗତ ରହିଛି । ସମସ୍ତ ଲୋକ ଲୋପ ହୋଇଗଲେ ମଧ୍ୟ ସେହି ଜଗତ ଲୋପ ହୁଏ ନାହିଁ ।

Commentary

ମାୟିକ ଜଗତ ଏବଂ ତାର ନଶ୍ୱରତା ବିଷୟରେ ତାଙ୍କର ମତ ବ୍ୟକ୍ତ କରିବା ପରେ, ଶ୍ରୀକୃଷ୍ଣ ଦିବ୍ୟ ଜଗତ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି । ଏହା ମାୟା ଶକ୍ତିର ସୀମା ବର୍ହିଭୂତ ଏବଂ ଭଗବାନଙ୍କର ଦିବ୍ୟ ଯୋଗାମୟା ଶକ୍ତି ଦ୍ୱାରା ସୃଷ୍ଟ ଅଟେ । ସମସ୍ତ ମାୟିକ ଜଗତ ଲୋପ ହେବା ସମୟରେ ମଧ୍ୟ ଏହା ଲୋପ ହୋଇ ନ ଥାଏ । ଶ୍ରୀକୃଷ୍ଣ ଶ୍ଲୋକ ୧୦-୪୨ରେ କହୁଛନ୍ତି, ସମଗ୍ର ସୃଷ୍ଟିର ତିନି ଚତୁର୍ଥାଂଶ ଦିବ୍ୟ ଜଗତ ଅଟେ ଏବଂ ଏକ ଚତୁର୍ଥାଂଶ ମାୟିକ ଜଗତ ଅଟେ ।