Bhagavad Gita: Chapter 9, Verse 20

ତ୍ରୈବିଦ୍ୟା ମାଂ ସୋମପାଃ ପୂତପାପା ଯଜେ୍ଞୌ ରିଷ୍ଟ୍ୱା ସ୍ୱର୍ଗତିଂ ପାର୍ଥୟନ୍ତେ ।
ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକ ମଶ୍ନନ୍ତି ଦିବ୍ୟାନ୍‌ଦିବି ଦେବଭୋଗାନ୍ ।।୨୦।।

ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍‌); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।

Translation

BG 9.20: ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

Commentary

ତ୍ରୈବିଦ୍ୟା - କର୍ମ କାଣ୍ଡ; ମାଂ- ମୋତେ; ସୋମପାଃ - ସୋମରସ ପାନକାରୀ; ପୂତ- ପବିତ୍ର, ପାପାଃ - ପାପସମୂହ; ଯଜେ୍ଞୌଃ - ଯଜ୍ଞଦ୍ୱାରା; ଇଷ୍ଟ୍ୱା - ଉବାସନା; ସ୍ୱର୍ଗତିଂ - ସ୍ୱର୍ଗଲୋକକୁ; ପ୍ରାର୍ଥୟନ୍ତେ - ପ୍ରାର୍ଥନା କରନ୍ତି; ତେ - ସେମାନେ; ପୁଣ୍ୟଂ - ପୁଣ୍ୟ; ଆସାଦ୍ୟ - ଉପଭୋଗ କରି; ସୁରେନ୍ଦ୍ର - ଇନ୍ଦ୍ରଙ୍କର; ଲୋକଂ - ଲୋକ (ଜଗତ୍‌); ଅଶ୍ନନ୍ତି - ଉପଭୋଗ କରନ୍ତି; ଦିବ୍ୟାନ୍ - ଦିବ୍ୟ; ଦିବି - ସ୍ୱର୍ଗରେ; ଦେବ-ଭୋଗାନ୍ - ଦେବତାମାନଙ୍କ ସୁଖ ।

ଯେଉଁମାନେ ବେଦବର୍ଣ୍ଣିତ ଫଳଯୁକ୍ତ କର୍ମପ୍ରତି ଆଗ୍ରହୀ, ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି । ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନକରି ପାପମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି । ତାଙ୍କର ଏହି ପୁଣ୍ୟ କର୍ମର ଫଳ ସ୍ୱରୂପ, ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଆନ୍ତି ଏବଂ ସ୍ୱର୍ଗର ଦେବତା ମାନଙ୍କ ସୁଖ ଭୋଗ କରନ୍ତି ।

ପୂର୍ବରୁ ଶ୍ଲୋକ ୯.୧୧ ଓ ୯.୧୨ରେ ଶ୍ରୀକୃଷ୍ଣ ନାସ୍ତିକ ଏବଂ ଦୈତ୍ୟ ସ୍ୱଭାବର ଲୋକଙ୍କ ପ୍ରବୃତ୍ତି ଏବଂ ସେମାନେ ପାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି । ତାପରେ ଯେଉଁମାନେ ଭକ୍ତିଯୁକ୍ତ ହୋଇ ତାଙ୍କ ଠାରେ ମନ ଲଗାଇଥାନ୍ତି, ସେପରି ମହାତ୍ମାମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଉପରୋକ୍ତ ଶ୍ଲୋକ ଓ ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ଯେଉଁମାନେ ଭକ୍ତ ନୁହନ୍ତି କି ନାସ୍ତିକ ନୁହନ୍ତି, ସେମାନଙ୍କ ବିଷୟରେ କହୁଛନ୍ତି । ସେମାନେ ବେଦ ବର୍ଣ୍ଣିତ କର୍ମକାଣ୍ଡ ପାଳନ କରିଥାନ୍ତି । କର୍ମକାଣ୍ଡକୁ ଏଠାରେ ‘ତ୍ରୈବିଦ୍ୟା’ କୁହାଯାଇଅଛି । ଯେଉଁମାନେ କର୍ମକାଣ୍ଡ ପ୍ରତି ଆଗ୍ରହୀ, ସେମାନେ ଇନ୍ଦ୍ର ଆଦିି ଦେବତାମାନଙ୍କୁ ଯଜ୍ଞ ତଥା ଅନ୍ୟାନ୍ୟ ବିଧି ଦ୍ୱାରା ପୂଜା କରନ୍ତି । ପରୋକ୍ଷ ଭାବରେ ସେମାନେ ପରଂବ୍ରହ୍ମଙ୍କର ହିଁ ଉପାସନା କରିଥାଆନ୍ତି, କିନ୍ତି ସେମାନେ ବୁଝି ନ ଥାନ୍ତି ଯେ ଦେବତାମାନଙ୍କ ମାଧ୍ୟମରେ ସ୍ୱୟଂ ଭଗବାନ ହିଁ ବର ପ୍ରଦାନ କରନ୍ତି । କର୍ମକାଣ୍ଡକୁ ଉତ୍ତମ କର୍ମ ରୂପେ ପରିଗଣିତ କରାଯାଏ, କିନ୍ତୁ ଭକ୍ତି ଭାବରେ ନୁହେଁ । କର୍ମକାଣ୍ଡ ପାଳନ କରୁଥିବା ଲୋକମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୁଅନ୍ତି ନାହିଁ । ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକ ପରି, ମାୟିକ ଜଗତ ଅନ୍ତର୍ଭୁକ୍ତ ଉଚ୍ଚତର ଲୋକକୁ ଗମନ କରନ୍ତି । ସେଠାରେ ସେମାନେ ସ୍ୱର୍ଗୀୟ ସୁଖ ପ୍ରାପ୍ତ କରନ୍ତି, ଯାହା ପୃଥିବୀ ଲୋକର ସୁଖ ଠାରୁ ହଜାର ଗୁଣରେ ଅଧିକ ଅଟେ । ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ସ୍ୱର୍ଗସୁଖର ଦୋଷ ବର୍ଣ୍ଣନା କରୁଛନ୍ତି ।