Bhagavad Gita: Chapter 9, Verse 24

ଅହଂ ହି ସର୍ବଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।
ନ ତୁ ମାମଭିଜାନନ୍ତି ତତ୍ତ୍ୱେନାତଶ୍ଚ୍ୟବନ୍ତି ତେ ।।୨୪।।

ଅହଂ-ମୁଁ; ହି - ନିଶ୍ଚୟ; ସର୍ବ - ସମସ୍ତ; ଯଜ୍ଞାନାଂ - ଯଜ୍ଞମାନଙ୍କର; ଭୋକ୍ତା - ଉପଭୋଗକାରୀ; ଚ - ଏବଂ; ପ୍ରଭୁଃ-ସ୍ୱାମୀ; ଏବ - ମଧ୍ୟ; ଚ - ଏବଂ; ନ - ନୁହେଁ; ତୁ - କିନ୍ତୁ; ମାଂ - ମୋତେ; ଅଭିଜାନନ୍ତି - ଜାଣନ୍ତି; ତତ୍ତ୍ୱେନ - ତତ୍ତ୍ୱରେ, ବାସ୍ତବରେ; ଅତଃ - ଏଣୁ; ଚ୍ୟବନ୍ତି - ଅଧୋପତିତ ହୁଅନ୍ତି; ତେ - ସେମାନେ ।

Translation

BG 9.24: ମୁଁ ହିଁ ସମସ୍ତ ଯଜ୍ଞର ଅଧିଷ୍ଠାତା ଏବଂ ଉପଭୋକ୍ତା ଅଟେ । କିନ୍ତୁ ଯେଉଁମାନେ ମୋର ଦିବ୍ୟ ସ୍ୱରୂପକୁ ଜାଣନ୍ତି ନାହିଁ, ସେମାନେ ପୁନର୍ଜନ୍ମକୁ୍ମ ପ୍ରାପ୍ତ ହୁଅନ୍ତି ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ସ୍ୱର୍ଗର ଦେବତାମାନଙ୍କୁ ଉପାସନା କରିବାରେ ହେଉଥିବା ହାନି ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି । ଦେବତାମାନେ ଭଗବାନଙ୍କ ପ୍ରଦତ୍ତ ଶକ୍ତି ଦ୍ୱାରା ହିଁ ସାଂସାରିକ ବୈଭବ ଆଦି ପ୍ରଦାନ କରିବାକୁ ସକ୍ଷମ ହୋଇଥାନ୍ତି । କିନ୍ତୁ ସେମାନେ ତାଙ୍କର ଶରଣାପନ୍ନ ହୋଇଥିବା ବ୍ୟକ୍ତିଙ୍କୁ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତି ଦେଇ ପାରନ୍ତି ନାହିଁ । ସେମାନେ କେବଳ ସେତିକି ହିଁ ଦେଇ ପାରିବେ ଯେତିକି ତାଙ୍କ ପାଖରେ ଅଛି । ସ୍ୱର୍ଗର ଦେବତା ମାନେ ନିଜେ ସଂସାରରୁ ମୁକ୍ତ ନୁହଁନ୍ତି, ତେଣୁ ସେମାନେ ତାଙ୍କର ଉପାସକମାନଙ୍କୁ ମୁକ୍ତ କରିବେ କିପରି? ଅପର ପକ୍ଷରେ, ଯେଉଁମାନଙ୍କର ବୁଦ୍ଧି ସଠିକ୍ ଜ୍ଞାନଯୁକ୍ତ, ସେମାନେ ନିଜର ଭକ୍ତିପୂତ ଅର୍ଘ୍ୟ ଭଗବାନଙ୍କ ପାଦପଦ୍ମରେ ଅର୍ପଣ କରନ୍ତି ଓ ଭକ୍ତି ପରିପୂର୍ଣ୍ଣ ଅବସ୍ଥାରେ ପହଂଚିବା ପରେ, ସେମାନେ ମୃତ୍ୟୁଲୋକରୁ ଦିବ୍ୟଲୋକକୁ ଗମନ କରିଥାନ୍ତି ।