Bhagavad Gita: ଅଧ୍ୟାୟ 1, ଶ୍ଲୋକ 1

ଧୃତରାଷ୍ଟ୍ର ଉବାଚ
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ।।୧।।

ଧୃତରାଷ୍ଟ ଉବାଚ- ଧୃତରାଷ୍ଟ୍ର କହିଲେ; ଧର୍ମକ୍ଷେତ୍ରେ- ଧର୍ମକ୍ଷେତ୍ର; କୁରୁକ୍ଷେତ୍ରେ- କୁରୁକ୍ଷେତ୍ରରେ; ସମବେତାଃ- ଏକାଠି ହୋଇ; ଯୁଯୁତ୍ସବାଃ- ଯୁଦ୍ଧ କରିବାକୁ ଇଚ୍ଛୁକ;ମାମକାଃ- ମୋ ପୁତ୍ରଗଣ; ପାଣ୍ଡବାଃ-ପାଣ୍ଡୁପୁତ୍ରଗଣ; ଚ- ଏବଂ; ଏବ- ନିଶ୍ଚିତ ଭାବେ; କିମ୍‌- କ’ଣ; ଅକୁର୍ବତ- ସେମାନେ କଲେ; ସଞ୍ଜୟ- ହେ ସଞ୍ଜୟ ।

ଅନୁବାଦ

BG 1.1: ଧୃତରାଷ୍ଟ୍ର କହିଲେ, “ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ’ଣ କଲେ?

ଭାଷ୍ୟ

ରାଜା ଧୃତରାଷ୍ଟ୍ର, ଜନ୍ମରୁ ଅନ୍ଧ ଥିବା ବ୍ୟତିତ ଆଧ୍ୟାତ୍ମିକ ଜ୍ଞାନରୁ ମଧ୍ୟ ବଞ୍ôଚତ ଥିଲେ । ନିଜ ପୁତ୍ରଙ୍କ ପ୍ରତି ତାଙ୍କର ଆସକ୍ତି, ତାଙ୍କୁ ଧର୍ମ ମାର୍ଗରୁ ବିଚ୍ୟୁତ କରିଥିଲା ଏବଂ ନ୍ୟାୟତଃ ଯେଉଁ ରାଜ୍ୟ ପାଣ୍ଡବମାନଙ୍କର ଥିଲା, ତାହାକୁ ସେ ବଳପୂର୍ବକ ଅଧିକାର କରିଥିଲେ । ସେ ନିଜର ପୁତୁରା, ପାଣ୍ଡୁପୁତ୍ରମାନଙ୍କ ପ୍ରତି କରିଥିବା ଅନ୍ୟାୟ ବିଷୟରେ ସଚେତନ ଥିଲେ । ତାଙ୍କର ଦୋଷୀ ମନୋଭାବ ତାଙ୍କୁ ଯୁଦ୍ଧର ପରିଣାମକୁ ନେଇ ଆଶଙ୍କାଗ୍ରସ୍ଥ କରିଥିଲା, ତେଣୁ ସେ ଯୁଦ୍ଧଭୂମିର ଘଟଣା ବିଷୟରେ ସଞ୍ଜୟଙ୍କୁ ପଚାରୁଛନ୍ତି ।

ଏହି ଶ୍ଳୋକରେ ସେ ସଞ୍ଜୟଙ୍କୁ ପଚାରୁଛନ୍ତି, ଯୁଦ୍ଧ ଭୂମିରେ ଏକତ୍ରିତ ହୋଇ, ତାଙ୍କର ପୁତ୍ରଗଣ ଏବଂ ପାଣ୍ଡୁପୁତ୍ରଗଣ କ’ଣ କରୁଛନ୍ତି? ବର୍ତ୍ତମାନ ଏହା ସ୍ପଷ୍ଟ ଥିଲା ଯେ, ସେଠାରେ ସେମାନେ ଯୁଦ୍ଧ କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଏକତ୍ରିତ ହୋଇଛନ୍ତି; ତେଣୁ ସେମାନେ ଯୁଦ୍ଧ କରିବା ସ୍ୱାଭାବିକ । ତେବେ ଧୃତରାଷ୍ଟ୍ର ଏପରି କାହିଁକି ପଚାରୁଛନ୍ତି ଯେ ସେମାନେ କ’ଣ କଲେ?

ତାଙ୍କର ଏହି ସନ୍ଦେହକୁ ସେ ବ୍ୟବହାର କରିଥିବା ଶବ୍ଦ ଧର୍ମକ୍ଷେତ୍ର ବା ଧର୍ମର କ୍ଷେତ୍ର (ଧାର୍ମିକ କର୍ମ)ରୁ ଅନୁମାନ କରାଯାଇ ପାରିବ । କୁରୁକ୍ଷେତ୍ର ଏକ ପବିତ୍ର ଭୂମି ଥିଲା । ଶତପଥ ବ୍ରାହ୍ମଣରେ ଏହାକୁ କୁରୁକ୍ଷେତ୍ରଂ ଦେବ ଯଜନମ୍ ଭାବରେ ବର୍ଣ୍ଣନା କରାଯାଇଛି । “କୁରୁକ୍ଷେତ୍ର ଦେବତାମାନଙ୍କର ତର୍ପଣ କରିବା ସ୍ଥାନ ଅଟେ ।” ଅତଏବ, ଏହା ଧର୍ମକୁ ପରିପୃଷ୍ଟ କରିବାର ଭୂମି ଥିଲା । ଧୃତରାଷ୍ଟ୍ର ଆଶଙ୍କା କରୁଥିଲେ, କୁରୁକ୍ଷେତ୍ରର ପବିତ୍ର ଭୂମି ତାଙ୍କ ପୁତ୍ରମାନଙ୍କର ବିବେକକୁ ଜାଗ୍ରତ କରାଇବ ଏବଂ ସେମାନେ ତାଙ୍କର ସମ୍ପର୍କୀୟ ପାଣ୍ଡବମାନଙ୍କର ହତ୍ୟାକୁ ଅନୁଚିତ ବିଚାର କରିବେ । ସେମାନେ ହୁଏତ ଏକ ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ରାଜି ହୋଇଯାଇ ପାରନ୍ତି । ଏହି ଆଶଙ୍କାରେ ଧୃତରାଷ୍ଟ୍ର ଘୋର ଅସନ୍ତୋଷ ଅନୁଭବ କଲେ । ସେ ଭାବିଲେ, ଯଦି ତାଙ୍କ ପୁତ୍ରମାନେ ଶାନ୍ତି ପାଇଁ ସନ୍ଧି କରନ୍ତି, ତାହେଲେ ପାଣ୍ଡବମାନେ ସବୁଦିନ ପାଇଁ ତାଙ୍କର ପ୍ରତିବନ୍ଧକ ହୋଇ ରହିଯିବେ । ତେଣୁ ଯୁଦ୍ଧ ହେବାକୁ ସେ ପସନ୍ଦ କରୁଥିଲେ । ତା ସହିତ ଯୁଦ୍ଧର ପରିଣତି ବିଷୟରେ ସେ ସନ୍ଦିହାନ ଥିଲେ ଏବଂ ତାଙ୍କର ପୁତ୍ରମାନଙ୍କର ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ । ତେଣୁ ସେ ସଞ୍ଜୟଙ୍କୁ କୁରୁକ୍ଷେତ୍ରର ଯୁଦ୍ଧଭୂମି, ଯେଉଁଠି ଦୁଇ ପକ୍ଷର ସୈନ୍ୟ ଏକତ୍ରିତ ହୋଇଛନ୍ତି, ତାର ଗତିବିଧି ବିଷୟରେ ପଚାରୁଛନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
1. ଅର୍ଜୁନ ବିଷାଦଯୋଗ

ଯେକୌଣସି ଶ୍ଲୋକକୁ ତୁରନ୍ତ ଯାଆନ୍ତୁ

ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।

Book with feather

ନିଜ ଭଗବଦ୍ ଗୀତା ପାଆନ୍ତୁ

Bhagavad Gita — The Song of God ଭଗବଦ୍ ଗୀତା
The Song of God
Order Now
Bhagavad Gita for Everyday Living Bhagavad Gita for
Everyday Living
Order Now

ସମ୍ପର୍କରେ ରୁହନ୍ତୁ!

ଆଜିର ଶ୍ଲୋକ

ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ

"ଭଗବଦ୍ ଗୀତା - ଆଜିର ଶ୍ଲୋକ" ସଦସ୍ୟତା ପାଇଁ ଧନ୍ୟବାଦ!

Get Your Own Gita
Bhagavad Gita — The Song of God

ଭଗବଦ୍ ଗୀତା
The Song of God

Order Now
Bhagavad Gita for Everyday Living

Bhagavad Gita for Everyday Living

Order Now
What's New in
Holy Bhagavad Gita
  • Redesigned home, verse, and chapters pages
  • Personal accounts — sign in with email, phone, or Google
  • Bookmark verses and save notes on any verse
  • Track your reading progress across all 18 chapters
  • Quick-jump to any verse
  • Full site now available in all 6 languages
  • Overall visual polish and consistency