ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍ ।
ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍ ।।୧୦।।
ଅପର୍ଯ୍ୟାପ୍ତଂ-ଅପରିମିତ; ତତ୍-ତାହା; ଅସ୍ମାକମ୍-ଆମ୍ଭମାନଙ୍କର; ବଳଂ-ବଳ; ଭୀଷ୍ମ-ପିତାମହ ଭୀଷ୍ମଙ୍କ ଦ୍ୱାରା; ଅଭିରକ୍ଷିତମ୍-ସୁରକ୍ଷିତ; ପର୍ଯ୍ୟାପ୍ତଂ-ସୀମିତ; ତୁ-କିନ୍ତୁ; ଇଦମ୍-ଏସବୁ; ଏତେଷାଂ- ପାଣ୍ଡବମାନଙ୍କର; ବଳଂ-ବଳ; ଭୀମ-ଭୀମଙ୍କ ଦ୍ୱାରା; ଅଭିରକ୍ଷିତମ୍ -ସାବଧାନତା ସହକାରେ ସୁରକ୍ଷିତ ।
BG 1.10: ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ ।
ଦୁର୍ଯ୍ୟୋଧନଙ୍କର ଆତ୍ମଗରିମା ଗାନ, ଜଣେ ବୃଥା ବଡ଼ିମା ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ପରି ଥିଲା । ଯେତେବେଳେ ତାଙ୍କର ଅନ୍ତିମ କାଳ ନିକଟତର ହୁଏ, ବିନମ୍ରଭାବେ ପରିସ୍ଥିତିର ସମୀକ୍ଷା କରିବା ପରିବର୍ତ୍ତେ, ଆତ୍ମାଭିମାନୀ ବ୍ୟକ୍ତିମାନେ ଗର୍ବର ସହିତ ବୃଥା ବଡ଼ିମା ପ୍ରଦର୍ଶନ କରିଥାଆନ୍ତି । ଭାଗ୍ୟର ଏହି ଦୁଃଖଦ ବିଡ଼ମ୍ବନା ଦୁର୍ଯ୍ୟୋଧନଙ୍କ ବାକ୍ୟରେ ପ୍ରକାଶ ପାଉଥିଲା ଯେତେବେଳେ ସେ କହିଲେ ଯେ ଭୀଷ୍ମଙ୍କ ଦ୍ୱାରା ସଂରକ୍ଷିତ ତାଙ୍କର ଶକ୍ତି ଅସୀମିତ ଅଟେ ।
ପିତାମହ ଭୀଷ୍ମ କୌରବ ସେନାର ସର୍ବୋଚ୍ଚ ସେନାଧ୍ୟକ୍ଷ ଥିଲେ । ତାଙ୍କୁ ଇଚ୍ଛା ମୃତ୍ୟୁର ବର ପ୍ରାପ୍ତ ଥିଲା, ଯାହାକି ତାଙ୍କୁ ପ୍ରକୃତ ପକ୍ଷେ ଅଜେୟ କରୁଥିଲା । ପାଣ୍ଡବଙ୍କ ପକ୍ଷରେ ଭୀମଙ୍କ ଦ୍ୱାରା ସୈନ୍ୟ ସଂରକ୍ଷିତ ଥିଲେ । ସେ ଦୁର୍ଯ୍ୟୋଧନଙ୍କର ଚିରଶତ୍ରୁ ଥିଲେ । ତେଣୁ ଦୁର୍ଯ୍ୟୋଧନ ଭୀଷ୍ମଙ୍କ ଶକ୍ତି ସହିତ ଭୀମଙ୍କ ଶକ୍ତିର ତୁଳନା କରୁଥିଲେ । ଭୀଷ୍ମ ଉଭୟ ପାଣ୍ଡବ ଏବଂ କୌରବଙ୍କର ପିତାମହ ଥିଲେ ଏବଂ ଆନ୍ତରିକତା ସହ ଦୁଇ ପକ୍ଷର ହିତ କାମନା କରୁଥିଲେ । ପାଣ୍ଡବମାନଙ୍କ ପ୍ରତି ତାଙ୍କର ସ୍ନେହ, ନିଷ୍ଠାପର ଭାବରେ ଯୁଦ୍ଧ କରିବାକୁ ପ୍ରତିବନ୍ଧକ ହେବ । ସେ ଏହା ମଧ୍ୟ ଜାଣିଥିଲେ ଯେ ଏହି ଧର୍ମ ଯୁଦ୍ଧରେ ଯେଉଁଠି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଉପସ୍ଥିତ ଅଛନ୍ତି, ପୃଥିବୀର କୌଣସି ଶକ୍ତି ଅଧର୍ମର ପକ୍ଷକୁ ବିଜୟୀ କରିପାରିବ ନାହିଁ । ତଥାପି ସେ ହସ୍ତିନା ପୁରର ପ୍ରଜା ଓ କୌରବଙ୍କ ପ୍ରତି ନିଜର ନୈତିକ ପ୍ରତିବଦ୍ଧତା ପାଇଁ ପାଣ୍ଡବମାନଙ୍କ ବିପକ୍ଷରେ ଲଢ଼ିବାକୁ ସ୍ଥିର କରିଥିଲେ । ଏହି ନିର୍ଣ୍ଣୟ ଭୀଷ୍ମଙ୍କ ବ୍ୟକ୍ତିତ୍ୱର ଦୁର୍ବୋଧ୍ୟ ଚରିତ୍ରକୁ ପ୍ରଦର୍ଶିତ କରିଥାଏ ।
ଅପର୍ଯ୍ୟାପ୍ତଂ ତଦସ୍ମାକଂ ବଳଂ ଭୀଷ୍ମାଭିରକ୍ଷିତମ୍ ।
ପର୍ଯ୍ୟାପ୍ତଂ ତ୍ୱିଦମେତେଷାଂ ବଳଂ ଭୀମାଭିରକ୍ଷିତମ୍ ।।୧୦।।
ପିତାମହ ଭୀଷ୍ମଙ୍କ ଦ୍ୱାରା ସୁରକ୍ଷିତ ଆମ୍ଭମାନଙ୍କର ସୈନ୍ୟ ବଳ ଅସୀମିତ ଅଟେ, କିନ୍ତୁ ଭୀମଙ୍କ ଦ୍ୱାରା ସାବଧାନ ପୁର୍ବକ ସୁରକ୍ଷିତ ପାଣ୍ଡବ ସେନାଙ୍କ ବଳ ସୀମିତ ଅଟେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily