ତସ୍ୟ ସଂଜନୟନ୍ହର୍ଷଂ କୁରୁବୃଦ୍ଧଃ ପିତାମହଃ ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ।।୧୨।।
ତସ୍ୟ-ତାଙ୍କର; ସଂଜନୟନ୍-ବୃଦ୍ଧି କରି; ହର୍ଷଂ-ହର୍ଷ (ଆନନ୍ଦ); କୁରୁବୃଦ୍ଧ-କୁରୁବଂଶର ବୃଦ୍ଧ (ଭୀଷ୍ମ); ପିତାମହଃ-ପିତାମହ; ସିଂହାନାଦଂ-ସିଂହଗର୍ଜନ ସଦୃଶ; ବିନଦ୍ୟ-ନାଦକରି; ଉଚ୍ଚୈଃ-ଖୁବ୍ ଉଚ୍ଚ ସ୍ୱରରେ; ଶଙ୍ଖଂ-ଶଙ୍ଖ, ଦଧ୍ମୌ-ନାଦ କଲେ; ପ୍ରତାପବାନ୍-ପ୍ରତାପଶାଳୀ ।
BG 1.12: ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।
ପିତାମହ ଭୀଷ୍ମ ତାଙ୍କ ପୌପୁତ୍ରଙ୍କର ହୃଦୟର ଭୟ ବୁଝିପାରିଲେ ଏବଂ ତାଙ୍କପ୍ରତି ସ୍ୱଭାବିକ ସ୍ନେହ ଯୋଗୁଁ ତାଙ୍କୁ ଉତ୍ସାହିତ କରିବା ପାଇଁ ଉଚ୍ଚ ଶବ୍ଦରେ ଶଙ୍ଖଧ୍ୱନି କଲେ । ଭୀଷ୍ମ ଜାଣିଥିଲେ ଯେ, ଶ୍ରୀକୃଷ୍ଣ ଅନ୍ୟ ପକ୍ଷରେ ଅଛନ୍ତି । ଯଦିଓ ଦୁର୍ଯ୍ୟୋଧନଙ୍କ ବିଜୟର କୌଣସି ସମ୍ଭାବନା ନାହିଁ, ତଥାପି ସେ ଦୁର୍ଯ୍ୟେଧନଙ୍କୁ ଜଣାଇ ଦେବାକୁ ଚାହୁଁଥିଲେ ଯେ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ଅଟେ । ତାହା ସେ ଅବଶ୍ୟ ପାଳନ କରିବେ ଏବଂ ସେଥିପାଇଁ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବେ । ସେ ସମୟର ଯୁଦ୍ଧର ନିୟମ ଅନୁଯାୟୀ, ଶଙ୍ଖନାଦ ଯୁଦ୍ଧାରମ୍ଭର ସଙ୍କେତ ଥିଲା ।
ତସ୍ୟ ସଂଜନୟନ୍ହର୍ଷଂ କୁରୁବୃଦ୍ଧଃ ପିତାମହଃ ।
ସିଂହନାଦଂ ବିନଦ୍ୟୋଚ୍ଚୈଃ ଶଙ୍ଖଂ ଦଧ୍ମୌ ପ୍ରତାପବାନ୍ ।।୧୨।।
ତା’ପରେ ଯଶସ୍ୱୀ କୁଳ ବୃଦ୍ଧ ଭୀଷ୍ମ, ସିଂହ ପରି ଗର୍ଜନ କରି ଅତି ଉଚ୍ଚ ସ୍ୱରରେ ତାଙ୍କର ଶଙ୍ଖନାଦ କଲେ, ଯାହା ଦୁର୍ଯ୍ୟୋଧନଙ୍କୁ ଆନନ୍ଦିତ କଲା ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily