ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍ ।
ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍ ।।୧୯।।
ସ-ତାହା; ଘୋଷଃ- ଧ୍ୱନି; ଧାର୍ତରାଷ୍ଟ୍ରାଣାଂ-ଧୃତରାଷ୍ଟ୍ରର ପୁତ୍ରମାନଙ୍କର; ହୃଦୟାନି-ହୃଦୟକୁ; ବ୍ୟଦାରୟତ୍-ବିଦୀର୍ଣ୍ଣକଲା; ନଭଃ-ଆକାଶ; ଚ-ଏବଂ; ପୃଥିବୀଂ-ପୃଥିବୀପୃଷ୍ଠ; ଚ-ଏବଂ; ଏବ-ନିଶ୍ଚିତଭାବେ; ତୁମୁଳଃ-ଭୟଙ୍କର ଧ୍ୱନି ଅଭ୍ୟନୁନାଦୟନ୍-ପ୍ରତିଧ୍ୱନି କରି ।
BG 1.19: ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।
ପାଣ୍ଡବ ସେନାର ଶଙ୍ଖନାଦ, କୌରବ ସୈନ୍ୟଙ୍କର ହୃଦୟକୁ ବିଦାରିତ କରିଦେଲା । କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ, ଏମିତି ପ୍ରଭାବ ପାଣ୍ଡବଙ୍କ ଠାରେ ପରିଲକ୍ଷିତ ହୋଇ ନ ଥିଲା । ଯେହେତୁ ପାଣ୍ଡବମାନେ ଭଗବାନଙ୍କ ଶରଣରେ ଥିଲେ, ସେମାନେ ପ୍ରଭୁଙ୍କ ଦ୍ୱାରା ସଂରକ୍ଷିତ ହୋଇ ଆଶ୍ୱସ୍ଥ ଥିଲେ । ଅନ୍ୟ ପକ୍ଷରେ, କୌରବମାନେ, ନିଜ ଶକ୍ତି ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜେ କରିଥିବା ଅନ୍ୟାୟ ଯୋଗୁଁ ସୃଷ୍ଟି ହୋଇଥିବା ଅପରାଧି ମନୋଭାବ ଦ୍ୱାରା ପରାଜୟ ପ୍ରତି ଭୟଭୀତ ହେବାରେ ଲାଗିଲେ ।
ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍ ।
ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍ ।।୧୯।।
ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily