ଯୋତ୍ସ୍ୟମାନାନବେକ୍ଷେଽହଂ ଯ ଏତେଽତ୍ର ସମ।।ଗତାଃ ।
ଧାର୍ତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେର୍ଯୁଦ୍ଧେ ପ୍ରିୟଚିକୀର୍ଷବଃ ।।୨୩।।
ଯୋତ୍ସ୍ୟମାନାନ୍-ଯେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ, ଅବେକ୍ଷେ ଅହଂ-ମୁଁ ଦେଖିବାକୁ ଚାହୁଁଛି; ଯ ଏତେ-ଯେଉଁମାନେ; ଅତ୍ର-ଏଠାରେ, ସମାଗତାଃ-ସମବେତ ହୋଇଛନ୍ତି; ଧାର୍ତରାଷ୍ଟ୍ରସ୍ୟ-ଧୃତରାଷ୍ଟ୍ରଙ୍କ ପୁତ୍ର; ଦୁର୍ବୁଦ୍ଧେ-ଦୁବୁଦ୍ଧି; ଯୁଦ୍ଧେ-ଯୁଦ୍ଧରେ; ପ୍ରିୟ ଚିକୀର୍ଷବଃ- ସୁଖୀ କରିବାକୁ ଇଚ୍ଛୁକ ।
BG 1.23: ଧୃତରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ, ଏଠାକୁ ଯୁଦ୍ଧ କରିବାକୁ ଆସିଥିବା ତାଙ୍କର ସେଇ ଦୁଷ୍ଟ ମନା ପୁତ୍ରମାନଙ୍କୁ ମୁଁ ଦେଖିବାକୁ ଇଚ୍ଛା କରୁଅଛି ।
Start your day with a nugget of timeless inspiring wisdom from the Holy Bhagavad Gita delivered straight to your email!
ଧୃତରାଷ୍ଟ୍ରଙ୍କର ଦୃଷ୍ଟମନା ପୁତ୍ରମାନେ ଅନ୍ୟାୟ ପୁର୍ବକ ରାଜ୍ୟ ଅଧିକାର କରି ବସିଥିଲେ, ତେଣୁ ଯେଉଁ ଯୋଦ୍ଧାମାନେ ସେମାନଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ, ସେମାନେ ମଧ୍ୟ ସ୍ୱାଭାବିକ ଭାବରେ ନୀଚମନା ଥିଲେ । ଅର୍ଜୁନ, ଯେଉଁମାନଙ୍କ ସହିତ ଯୁଦ୍ଧ କରିବେ, ସେମାନଙ୍କୁ ଦେଖିବାକୁ ଚାହୁଁଥିଲେ । ଅର୍ଜୁନ ପରାକ୍ରମୀ ଥିଲେ ଏବଂ ପ୍ରଥମରୁ ଯୁଦ୍ଧ କରିବା ପାଇଁ ଆଗ୍ରହୀ ଥିଲେ । ତେଣୁ ସେ ଧୃତରାଷ୍ଟ୍ରଙ୍କର ଦୁଷ୍ଟମନା ପୁତ୍ରମାନଙ୍କୁ ଆକ୍ଷେପ କରି ସୂଚାଉଛନ୍ତି କିପରି ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ନିଶ୍ଚିହ୍ନ କରିବାକୁ ବହୁ ବାର ଚକ୍ରାନ୍ତ କରିଥିଲେ । ଅର୍ଜୁନଙ୍କର ମନୋଭାବ ଏହା ଥିଲା, “ନ୍ୟାୟତଃ ଅର୍ଦ୍ଧେକ ରାଜ୍ୟର ଅଧିକାରୀ ଆମ୍ଭେମାନେ ଅଟୁ, କିନ୍ତୁ ସେ ଅନ୍ୟାୟ ପୂର୍ଣ୍ଣ ଭାବେ ତାହାକୁ ଦଖଲ କରିବାକୁ ଇଚ୍ଛା କରୁଛନ୍ତି । ସେ ଦୁଷ୍ଟ ବୁଦ୍ଧି ଯୁକ୍ତ ଅଟନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଏକତ୍ରିତ ହୋଇଥିବା ସବୁ ରାଜାମାନେ ମଧ୍ୟ ଦୁଷ୍ଟ ଅଟନ୍ତି । ମୁଁ ସେହି ଯୋଦ୍ଧାମାନଙ୍କୁ ଦେଖିବାକୁ ଚାହୁଁଛି, ଯେଉଁମାନେ ଯୁଦ୍ଧ କରିବାକୁ ଏତେ ବ୍ୟାକୁଳ । ସେମାନେ ଅନ୍ୟାୟକୁ ସମର୍ଥନ କରୁଛନ୍ତି, ତେଣୁ ସେମାନେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ଦ୍ୱାରା ଧ୍ୱଂସ ହେବେ ।