ଅହୋ ବତ ମହତ୍ପାପଂ କର୍ତୁଂ ବ୍ୟବସିତା ବୟଂ ।
ଯଦ୍ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ ।।୪୫।।
ଯଦି ମାମପ୍ରତୀକାରମଶସ୍ତ୍ରଂ ଶସ୍ତ୍ରପାଣୟଃ ।
ଧାର୍ତରାଷ୍ଟ୍ରା ରଣେ ହନ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍ ।।୪୬।।
ଅହୋ -ହାୟ!; ବତ- କିପରି; ମହତ୍-ମହାନ୍; ପାପଂ-ପାପ; କର୍ତୁଂ-କରିବାକୁ; ବ୍ୟବସିତାଃ-ସ୍ଥିର କରିଛେ; ବୟମ୍-ଆମ୍ଭେମାନେ; ଯତ୍-କାରଣ; ରାଜ୍ୟ-ସୁଖ-ଲୋଭେନ-ରାଜ୍ୟ ସୁଖ ଲୋଭରେ; ହନ୍ତୁଂ-ହତ୍ୟା କରିବାକୁ, ସ୍ୱଜନଂ-ସ୍ୱଜନମାନଙ୍କୁ; ଉଦ୍ୟତାଃ-ଚେଷ୍ଟା କରୁଛୁ; ଯଦି-ଯଦି; ମାଂ-ମୋତେ; ଅପ୍ରତୀକାରଂ-ପ୍ରତିରୋଧ ବିନା; ଅଶସ୍ତ୍ରଂ-ପୂର୍ଣ୍ଣରୂପେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ନ ହୋଇ; ଶସ୍ତ୍ର-ପାଣୟଃ-ଯେଉଁମାନେ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ; ଧାର୍ତରାଷ୍ଟ୍ରାଃ-ଧୃତରାଷ୍ଟ୍ରଙ୍କର ପୁତ୍ରଗଣ; ଋଣେ-ଯୁଦ୍ଧ କ୍ଷେତ୍ରରେ; ହନ୍ୟୁଃ-ହତ୍ୟାକରି ପାରନ୍ତି; ତତ୍-ତାହା; ମେ-ମୋ ପାଇଁ; କ୍ଷେମତରଂ-ଉତ୍ତମ, ଭବେତ୍-ହେବ ।
BG 1.45-46: ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁଅଛୁ । ଏହାଠାରୁ ଆହୁରି ଭଲ ହୁଅନ୍ତା, ଯଦି ଯୁଦ୍ଧ କ୍ଷେତ୍ରରେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ମୋତେ ନିରସ୍ତ୍ର ଏବଂ ବିନା ପ୍ରତିରୋଧରେ ହତ୍ୟା କରନ୍ତେ ।
ଅର୍ଜୁନ ଆସନ୍ନ ଯୁଦ୍ଧର ଅନେକ ଗୁଡ଼ିଏ କୁପରିଣତି ବିଷୟରେ କହିଲେ, କିନ୍ତୁ ସେ ଏହା ଦେଖିପାରୁ ନ ଥିଲେ ଯେ ଯଦି ଏପରି ଦୁଷ୍ଟଲୋକମାନେ ସମାଜରେ ତିଷ୍ଠି ରହନ୍ତି, ତାହେଲେ କି ଅନିଷ୍ଟ ହେବ । ସେ ଅହୋ ଶବ୍ଦଟି ଆଶ୍ଚର୍ଯ୍ୟ ହେବା ଅର୍ଥରେ ବ୍ୟବହାର କରିଛନ୍ତି ବତ ଅର୍ଥ ‘ଭୟଙ୍କର ପରିଣାମ’ । ଅର୍ଜୁନ କହୁଛନ୍ତି “ଯଦିଓ ଆମେ ଏହି ଯୁଦ୍ଧର ଭୟାଭୟ ପରିଣତି ବିଷୟରେ ଜାଣିଅଛୁ, ତଥାପି ଏହା କିପରି ଆଶ୍ଚର୍ଯ୍ୟ ଯେ ଯୁଦ୍ଧ କରି ଆମେ ପାପ କରିବାକୁ ମନସ୍ଥ କରିଅଛୁ!”
ଅନେକ ସମୟରେ ଏପରି ହୁଏ ଯେ ଲୋକମାନେ ନିଜର ଦୋଷ ଦେଖି ନ ପାରି, ଅନ୍ୟମାନଙ୍କ ଉପରେ ବା ପରିସ୍ଥିତି ଉପରେ ଦୋଷ ଢାଳି ଦିଅନ୍ତି । ଅର୍ଜୁନ ବୁଝି ପାରୁଛନ୍ତି ଯେ, ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ଲୋଭରେ ବଶୀଭୂତ ହୋଇଛନ୍ତି, କିନ୍ତୁ ସେ ଏକଥା ଦେଖି ପାରୁନାହାନ୍ତି ଯେ ତାଙ୍କର ସଂବେଦନାମୂଳକ ବିଚାର ଏକ ଆଧ୍ୟାତ୍ମିକ ମନୋଭାବ ନୁହେଁ, ବରଂ ସଂସାରିକ ମୋହର ପରିଣାମ ମାତ୍ର ଅଟେ, ଯାହା ନିଜକୁ ଶରୀର ମନେ କରୁଥିବା ଅଜ୍ଞାନତାରୁ ଉତ୍ପନ୍ନ ହୋଇଥାଏ । ଅର୍ଜୁନଙ୍କର ଯୁକ୍ତିରେ ସମସ୍ୟା ଏହା ଥିଲା ଯେ ସେ ନିଜର ଦୈହିକ ବନ୍ଧନ, ଦୁର୍ବଳ ହୃଦୟ ଏବଂ କର୍ତ୍ତବ୍ୟର ଉପେକ୍ଷାରୁ ଜାତ ମୋହ ଦ୍ୱାରା ଏହାକୁ ସିଦ୍ଧ କରିବାକୁ ଚାହୁଁଥିଲେ । ଅର୍ଜୁନଙ୍କର ଯୁକ୍ତି ସବୁ କେମିତି ତ୍ରୁଟୀପୂର୍ଣ୍ଣ ଥିଲା, ତାହା ଶ୍ରୀକୃଷ୍ଣ ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ବର୍ଣ୍ଣନା କରିଛନ୍ତି ।
ଅହୋ ବତ ମହତ୍ପାପଂ କର୍ତୁଂ ବ୍ୟବସିତା ବୟଂ ।
ଯଦ୍ରାଜ୍ୟସୁଖଲୋଭେନ ହନ୍ତୁଂ ସ୍ୱଜନମୁଦ୍ୟତାଃ ।।୪୫।।
ଯଦି ମାମପ୍ରତୀକାରମଶସ୍ତ୍ରଂ ଶସ୍ତ୍ରପାଣୟଃ ।
ଧାର୍ତରାଷ୍ଟ୍ରା ରଣେ ହନ୍ୟୁସ୍ତନ୍ମେ କ୍ଷେମତରଂ ଭବେତ୍ ।।୪୬।।
ହାୟ! ଏହା କିପରି ବିଡ଼ମ୍ବନା ଯେ ଆମେ ଏପରି ମହାପାପ କରିବାକୁ ମନସ୍ଥ କରିଅଛୁ । ରାଜକୀୟ ସୁଖ ପ୍ରାପ୍ତି ପାଇଁ ଆମେ ନିଜର ଆତ୍ମୀୟମାନଙ୍କୁ ହତ୍ୟା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily