ତେଷାମେବାନୁକମ୍ପାର୍ଥମହମଜ୍ଞାନଜଂ ତମଃ ।
ନାଶୟାମ୍ୟାତ୍ମଭାବସ୍ଥୋ ଜ୍ଞାନଦୀପେନ ଭାସ୍ୱତା ।।୧୧।।
ତେଷାଂ - ସେମାନଙ୍କ ପାଇଁ; ଏବ- କେବଳ; ଅନୁକମ୍ପାର୍ଥଂ - କୃପାପୂର୍ବକ; ଅହଂ - ମୁଁ; ଅଜ୍ଞାନଜଂ - ଅଜ୍ଞାନ ବଶତଃ; ତମଃ - ଅନ୍ଧକାର; ନାଶୟାମି -ଦୂରକରେ (ନାଶକରେ); ଆତ୍ମ-ଭାବସ୍ଥ- ହୃଦୟରେ ନିବାସ କରି; ଜ୍ଞାନ - ଜ୍ଞାନର; ଦୀପେନ - ଦୀପ ସାହାଯ୍ୟରେ; ଭାସ୍ୱତା - ଉଜ୍ଜ୍ୱଳ କରେ ।
BG 10.11: ମୁଁ, ଯିଏ କି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ ।
ଏହି ଶ୍ଲୋକରେ, ଶ୍ରୀକୃଷ୍ଣ କୃପାର ସ୍ୱରୂପ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ପୂର୍ବବର୍ତ୍ତୀ ଶ୍ଲୋକରେ ସେ ବର୍ଣ୍ଣନା କରିଥିଲେ ଯେ ଯେଉଁ ବ୍ୟକ୍ତି ଗଭୀର ଅନୁରାଗରେ ମନକୁ ତାଙ୍କଠାରେ ସଂଲଗ୍ନ ରଖିଥାଏ ଏବଂ ନିଜର ପ୍ରତ୍ୟେକ ବିଚାର, ଭାବନା ଏବଂ କାର୍ଯ୍ୟର ଉଦ୍ଦେଶ୍ୟ ଭାବରେ ତାଙ୍କୁ ହିଁ ଗ୍ରହଣ କରିଥାଏ, ସେହି ବ୍ୟକ୍ତିଙ୍କୁ ସେ ତାଙ୍କର କୃପା ପ୍ରଦାନ କରିଥାଆନ୍ତି । ବର୍ତ୍ତମାନ, ସେ କୃପା ପ୍ରାପ୍ତ କରିବା ଦ୍ୱାରା କ’ଣ ହୁଏ, ତାହା ବର୍ଣ୍ଣନା କରୁଛନ୍ତି । ସେ କହୁଛନ୍ତି ଯେ କୃପା କରିବାକୁ ଯାଇ ସେ ଜ୍ଞାନର ଦୀପ ଦ୍ୱାରା, ସେମାନଙ୍କ ହୃଦୟର ଅନ୍ଧକାରକୁ ନାଶ କରିଦିଅନ୍ତି ।
ଅନ୍ଧକାରକୁ ଅଧିକାଂଶତଃ ଅଜ୍ଞାନର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । କିନ୍ତୁ ଭଗବାନ ଯେଉଁ ଜ୍ଞାନର ପ୍ରଦୀପ କଥା କହୁଛନ୍ତି, ତାହା କ’ଣ? ବର୍ତ୍ତମାନ ଅବସ୍ଥାରେ ଆମର ଇନ୍ଦ୍ରିୟ, ମନ ଏବଂ ବୁଦ୍ଧି ସମସ୍ତେ ମାୟିକ ଅଟନ୍ତି, ଅଥଚ ଭଗବାନ ଦିବ୍ୟ ଅଟନ୍ତି । ତେଣୁ ଆମେ ତାଙ୍କୁ ଦେଖିପାରି ନ ଥାଏ, ଶୁଣିପାରି ନ ଥାଏ, ଜାଣିପାରି ନ ଥାଏ ବା ତାଙ୍କୁ ପ୍ରାପ୍ତ କରିପାରି ନ ଥାଏ । ଭଗବାନ ଯେତେବେଳେ କୃପା କରନ୍ତି, ସେ ଜୀବକୁ ନିଜର ଯୋଗମାୟା ଶକ୍ତି ପ୍ରଦାନ କରିଥାଆନ୍ତି । ଏହାକୁ ଶୁଦ୍ଧ ସତ୍ତ୍ୱ କୁହାଯାଏ, ଯାହା ମାୟାର ସତ୍ତ୍ୱଗୁଣ ଠାରୁ ଭିନ୍ନ ଅଟେ । ସେହି ଶୁଦ୍ଧ ସତ୍ତ୍ୱ ପ୍ରାପ୍ତ କରି, ଆମର ଇନ୍ଦ୍ରିୟ, ମନ, ବୁଦ୍ଧି ଦିବ୍ୟ ହୋଇଯାଆନ୍ତି । ସରଳ ଶବ୍ଦରେ କହିବାକୁ ଗଲେ, ଭଗବାନ କୃପା କରି ତାଙ୍କର ଦିବ୍ୟ ଇନ୍ଦ୍ରିୟ, ଦିବ୍ୟ ମନ ଓ ଦିବ୍ୟ ବୁଦ୍ଧି ଜୀବକୁ ପ୍ରଦାନ କରନ୍ତି । ଏହିସବୁ ଦିବ୍ୟ ଉପକରଣରେ ଶୋଭିତ ହୋଇ, ଜୀବ ଭଗବାନଙ୍କୁ ଦେଖିପାରେ, ଶୁଣିପାରେ, ଜାଣିପାରେ ଏବଂ ପ୍ରାପ୍ତ କରିପାରେ । ସେଥିପାଇଁ ବେଦାନ୍ତ ଦର୍ଶନ କହେ: ବିଶେଷାନୁଗ୍ରହଶ୍ଚ (୩.୪.୩୮) “କେବଳ ଭଗବାନଙ୍କ କୃପାରୁ ହିଁ କିଏ ଦିବ୍ୟ ଜ୍ଞାନ ପ୍ରାପ୍ତ କରିପାରିବ” । ଅତଏବ, ଶ୍ରୀକୃଷ୍ଣ ଯେଉଁ ପ୍ରଦୀପ ବିଷୟରେ କହିଥିଲେ, ତାହା ତାଙ୍କର ଦିବ୍ୟଶକ୍ତି ଅଟେ । ଭଗବାନଙ୍କ ଦିବ୍ୟଶକ୍ତିର ଦିବ୍ୟ ଆଲୋକ ମାୟାର ଅନ୍ଧକାରକୁ ଅପସାରିତ କରିଦିଏ ।
ତେଷାମେବାନୁକମ୍ପାର୍ଥମହମଜ୍ଞାନଜଂ ତମଃ ।
ନାଶୟାମ୍ୟାତ୍ମଭାବସ୍ଥୋ ଜ୍ଞାନଦୀପେନ ଭାସ୍ୱତା ।।୧୧।।
ମୁଁ, ଯିଏ କି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily