ଆଦିତ୍ୟାନାମହଂ ବିଷ୍ଣୁର୍ଜ୍ୟୋତିଷାଂ ରବିରଂଶୁମାନ୍ ।
ମରୀଚିର୍ମରୁତାମସ୍ମି ନକ୍ଷତ୍ରାଣାମହଂ ଶଶୀ ।।୨୧।।
ଆଦିତ୍ୟାନାଂ- ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ; ଅହଂ - ମୁଁ; ବିଷ୍ଣୁଃ - ଭଗବାନ ବିଷ୍ଣୁ; ଜ୍ୟୋତିଷାଂ - ଜ୍ୟୋତିଷ୍କମାନଙ୍କ ମଧ୍ୟରେ; ରବିଃ-ସୂର୍ଯ୍ୟ; ଅଂଶୁମାନ୍ - ଉଜ୍ଜ୍ୱଳ; ମରୀଚିଃ - ମରୀଚି; ମରୁତାମ୍ - ମରୁତମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ନକ୍ଷତ୍ରାଣାମ୍- ନକ୍ଷତ୍ରମାନଙ୍କ -ମଧ୍ୟରେ; ଅହଂ -ମୁଁ; ଶଶୀ-ଚନ୍ଦ୍ର ।
BG 10.21: ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ ମଧ୍ୟରେ ମୋତେ ଚନ୍ଦ୍ର ଭାବରେ ଜାଣ ।
ପୁରାଣରୁ ଆମେ ଜାଣିବାକୁ ପାଇଥାଏ ଯେ କଶ୍ୟପ ଋଷିଙ୍କର ଦୁଇ ଜଣ ସ୍ତ୍ରୀ ଥିଲେ- ଅଦିତି ଓ ଦିତି । ତାଙ୍କର ପ୍ରଥମ ପତ୍ନୀ ଅଦିତିଙ୍କ ଔରସରୁ ବାର ଜଣ ଦିବ୍ୟ ପୁରୁଷ ଜନ୍ମ ନେଇଥିଲେ - ଧାତା, ମିତ୍ରା, ଆର୍ଯ୍ୟମ, ଶକ୍ର, ବରୁଣ, ଅଂଶ, ଭାଗ, ବିବସ୍ୱାନ, ପୁଶା, ସବିତା, ତ୍ୱସ୍ତା ଏବଂ ବାମନ । ଏମାନଙ୍କ ମଧ୍ୟରୁ ବାମନ ଭଗବାନ ବିଷ୍ଣୁଙ୍କର ଅବତାର ଥିଲେ । ସୁତରାଂ ଶ୍ରୀକୃଷ୍ଣ କହୁଛନ୍ତି ଯେ ଆଦିତ୍ୟ ମାନଙ୍କ ମଧ୍ୟରୁ ବିଷ୍ଣୁ (ବାମନ ରୂପରେ) ତାଙ୍କ ଐଶ୍ୱର୍ଯ୍ୟର ପ୍ରକାଶ ଅଟନ୍ତି ।
ରାମାୟଣ କହେ;
ରାକାପତି ଷୋଡ଼ସ ଉଅହିଁ ତାରାଗଣ ସମୁଦାଇ,
ସକଲ ଗିରିହ୍ନ ଦବ ଲାଇଅ ବିନୁ ରବି ରାତି ନ ଯାଇ ।
“ଆକାଶର ସମସ୍ତ ତାରା, ଚନ୍ଦ୍ର ଏବଂ ପୃଥିବୀର ସମସ୍ତ ପ୍ରଦୀପର ଆଲୋକ ମିଶି ରାତିର ଅନ୍ଧକାରକୁ ଅପସାରିତ କରିପାରନ୍ତି ନାହିଁ । । କିନ୍ତୁ ସୂର୍ଯ୍ୟୋଦୟ ହେବା ମାତ୍ରେ ରାତ୍ରି ଅପସାରିତ ହୋଇଯାଏ । ଏହା ସୂର୍ଯ୍ୟଙ୍କର ଶକ୍ତି ଅଟେ, ଯାହାକୁ ଶ୍ରୀକୃଷ୍ଣ ତାଙ୍କର ବିଭୂତି ଭାବେ ବର୍ଣ୍ଣନା କରୁଛନ୍ତି ।
ତାପରେ ସେ ରାତ୍ରି ଆକାଶ ବିଷୟରେ କହୁଛନ୍ତି । ଗୋଟିଏ ପ୍ରଖ୍ୟାତ ଉକ୍ତି ଅଛି, “ଗୋଟିଏ ଚନ୍ଦ୍ର ହଜାରେ ତାରକାଙ୍କ ଠାରୁ ଅଧିକ ।” ଶ୍ରୀକୃଷ୍ଣ କହୁଛନ୍ତି ରାତ୍ରି ଆକାଶରେ ଥିବା ସମସ୍ତ ଆକାଶ ଗଙ୍ଗା ଏବଂ ତାରାଙ୍କ ମଧ୍ୟରେ ସେ ଚନ୍ଦ୍ର ଅଟନ୍ତି, ଯାହା ତାଙ୍କ ବିଭୂତିର ପରିପ୍ରକାଶ ଅଟେ ।
ପୁନଶ୍ଚ, ପୁରାଣର ବର୍ଣ୍ଣନା ଅନୁଯାୟୀ, ଋଷି କଶ୍ୟପଙ୍କର ଦ୍ୱିତୀୟ ପତ୍ନୀ ଦିତିଙ୍କ ଔରସରୁ ଦୈତ୍ୟଗଣ ଜନ୍ମ ହୋଇଥିଲେ । ଦିତି ଇନ୍ଦ୍ରଙ୍କଠାରୁ ଅଧିକ ଶକ୍ତିଶାଳୀ ଗୋଟିଏ ପୁତ୍ର ଇଚ୍ଛା କରୁଥିଲେ । ତେଣୁ ସେ ତାଙ୍କର ଗର୍ଭସ୍ଥ ଶିଶୁକୁ ବର୍ଷେ ପର୍ଯ୍ୟନ୍ତ ତାଙ୍କ ଗର୍ଭରେ ରଖିଲେ । ଇନ୍ଦ୍ର ବଜ୍ର ଦ୍ୱାରା ତାଙ୍କର ଗର୍ଭକୁ ବହୁଖଣ୍ଡିତ କରିଦେଲେ, ଫଳତଃ ସେଥିରୁ ଅନେକ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ସେମାନେ ମରୁତ ହୋଇ, ୪୯ ପ୍ରକାରର ବାୟୁ ଭାବରେ ବ୍ରହ୍ମାଣ୍ଡରେ ପ୍ରବାହିତ ହୋଇ ଜଗତର ଅପାର କଲ୍ୟାଣ କରିବାରେ ଲାଗିଲେ । ତାଙ୍କ ମଧ୍ୟରେ ଅବହ, ପ୍ରବହ, ନିବହ, ପୂର୍ବହ, ଉଦ୍ବହ, ସମୂହ ଏବଂ ପରିବହ ପ୍ରମୁଖ ଅଟନ୍ତି । ମୁଖ୍ୟବାୟୁ ପରିବହଙ୍କ ନାମ ମରୀଚି ମଧ୍ୟ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି ଯେ ସେହି ମରୀଚି ତାଙ୍କର ହିଁ ବିଭୂତି ଅଟନ୍ତି ।
ଆଦିତ୍ୟାନାମହଂ ବିଷ୍ଣୁର୍ଜ୍ୟୋତିଷାଂ ରବିରଂଶୁମାନ୍ ।
ମରୀଚିର୍ମରୁତାମସ୍ମି ନକ୍ଷତ୍ରାଣାମହଂ ଶଶୀ ।।୨୧।।
ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily