ମହର୍ଷିୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା ।
ମଦ୍ଭାବା ମାନସା ଜାତା ଯେଷାଂ ଲୋକ ଇମାଃ ପ୍ରଜାଃ ।।୬।।
ମହର୍ଷୟଃ - ମହର୍ଷିଗଣ; ସପ୍ତ - ସାତ; ପୂର୍ବେ - ପୂର୍ବେ; ଚତ୍ୱାରାଃ - ଚାରି; ମନବଃ - ମନୁଗଣ; ତଥା - ମଧ୍ୟ; ମତ୍-ଭାବାଃ - ମୋ’ଠାରୁ ଜାତ; ମାନସାଃ - ମନରୁ; ଜାତାଃ - ଜାତ; ଯେଷାଂ - ଯେଉଁମାନଙ୍କଠାରୁ; ଲୋକେ- ସଂସାରରେ; ଇମାଃ - ଏହି ସବୁ; ପ୍ରଜାଃ - ଜନସମାଜ ।
BG 10.6: ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ ଉତ୍ପତ୍ତି ଲାଭ କରିଛନ୍ତି ।
ଏଠାରେ ଶ୍ରୀକୃଷ୍ଣ, ସେ କିପରି ସବୁକିଛିର ଉତ୍ସ ଅଟନ୍ତି, ତାହା ବର୍ଣ୍ଣନା କରୁଛନ୍ତି । ଏହା ପୂର୍ବରୁ ସେ କୋଡ଼ିଏ ପ୍ରକାରର ଗୁଣର ଉଲ୍ଲେଖ କରିଥିଲେ, ବର୍ତ୍ତମାନ ସେ ପଚିଶ ଜଣ ମହାନ୍ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି । ସେମାନେ ହେଉଛନ୍ତି ସପ୍ତଋଷି, ଚାରିଜଣ ଯୋଗୀଶ୍ୱର ଏବଂ ଚଉଦଜଣ ମନୁ । ଏଠାରେ ସେ ତାଙ୍କ ଠାରୁ ଜାତ ସୃଷ୍ଟିର ଏକ ବଂଶାନୁକ୍ରମିକ ବିବରଣୀ ମଧ୍ୟ ଦେଇଛନ୍ତି ।
ଭଗବାନ ବିଷ୍ଣୁ (ଭଗବାନଙ୍କର ସୃଷ୍ଟିର ପାଳନ-କର୍ତ୍ତା ରୂପ)ଙ୍କର ହିରଣ୍ୟଗର୍ଭ ଶକ୍ତିରୁ ବ୍ରହ୍ମା ଜାତ ହେଲେ । ବ୍ରହ୍ମାଙ୍କଠାରୁ ସନକ, ସନନ୍ଦନ,ସନତ, ସନାତନ ନାମରେ ଚାରି ଯୋଗୀଶ୍ୱର ଉତ୍ପନ୍ନ ହୋଇଥିଲେ । ସେମାନଙ୍କୁ ଚାରିକୁମାର କୁହାଯାଏ । ବିଶ୍ୱରେ ଏହି ଚାରିଜଣ ବ୍ରହ୍ମାଙ୍କର ଅଗ୍ରଜ ପୁତ୍ର ଥିଲେ । ଯେହେତୁ ସେମାନେ ଅଯୋନୀସମ୍ଭବା ଏବଂ ତାଙ୍କ ପିତାଙ୍କର ମାନସ ପୁତ୍ର ଥିଲେ, ସେଥିପାଇଁ ସେମାନଙ୍କର କେହି ମାତା ନ ଥିଲେ । ଚିର ବିମୁକ୍ତ ଏବଂ ଯୋଗୀଶ୍ୱର ହୋଇଥିôବା ଦୃଷ୍ଟିରୁ, ସେମାନେ ଅନ୍ୟମାନଙ୍କୁ ଆଧ୍ୟାତ୍ମିକ ସାଧନା ଦ୍ୱାରା ମୁକ୍ତିଲାଭ କରିବାର ମାର୍ଗଦର୍ଶନ କରୁଥିଲେ । ଚାରି କୁମାରଙ୍କ ପରେ ସପ୍ତଋଷି ଜାତ ହୋଇଥିଲେ । ସେମାନେ ହେଲେ ମରୀଚ, ଅଙ୍ଗିରା, ଅତ୍ରି, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ । ଏମାନଙ୍କ ହସ୍ତରେ ମାନବ ସମାଜ ବିସ୍ତାର କରିବାର ଦାୟୀତ୍ୱ ନ୍ୟସ୍ତ କରାଯାଇଥିଲା । ତାଙ୍କ ପରେ ଚଉଦ ମନୁ ଆସିଥିଲେ: ସ୍ୱୟଂଭୁବ, ସ୍ୱରୋଚିଶ, ଉତ୍ତମ, ତମସ, ରୈବତ, ଚକ୍ଷୁୁଷା, ବୈବଶ୍ୱତ, ସବର୍ଣ୍ଣି, ଦକ୍ଷସବର୍ଣ୍ଣି, ବ୍ରହ୍ମସବର୍ଣ୍ଣି, ଧର୍ମସବର୍ଣ୍ଣ, ରୁଦ୍ର-ପୁତ୍ର, ରୋଚ୍ୟ, ଭୌତ୍ୟକ । ସ୍ୱର୍ଗ ଲୋକରୁ ମାନବ ସମାଜକୁ ଶାସନ କରିବା ଏବଂ ବୈଦିକ ଧର୍ମର ପ୍ରତିଷ୍ଠା ଓ ସୁରକ୍ଷାର ଦାୟୀତ୍ୱ ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଆମେ ବର୍ତ୍ତମାନ ଯେଉଁ ଯୁଗରେ ଅଛେ, ତାହା ସପ୍ତମ ମନୁ ବା ବୈବସ୍ୱତ ମନୁଙ୍କର ଯୁଗ ଅଟେ । ସେଥିପାଇଁ ଏହାକୁ ବୈବସ୍ୱତ ମନ୍ୱନ୍ତର କୁହାଯାଏ । ଏହି କଳ୍ପ (ବ୍ରହ୍ମାଙ୍କର ଗୋଟିଏ ଦିନ)ରେ ଆଗକୁ ଅନ୍ୟ ସାତଜଣ ମନୁ ଅଛନ୍ତି ।
ସ୍ୱର୍ଗ ଲୋକରେ ଦେବତାମାନେ ରହିଛନ୍ତି ଯେଉଁମାନେ ବ୍ରହ୍ମାଣ୍ଡ ପରିଚାଳନା ଦାୟୀତ୍ୱ ନିର୍ବାହ କରନ୍ତି । ଏମାନେ ସମସ୍ତେ ବ୍ରହ୍ମାଙ୍କର ପୁଅ ଓ ନାତି ଅଟନ୍ତି, ଯିଏ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ଠାରୁ ଜନ୍ମ ନେଇ ଥାଆନ୍ତି ଏବଂ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କର ଅଭିନ୍ନ ଅଂଶ ଅଟନ୍ତି । ଅତଏବ, ଶ୍ରୀକୃଷ୍ଣ ଆମ ପ୍ରପିତାମହଙ୍କର ପରମପିତା ଅଟନ୍ତି ।
ମହର୍ଷିୟଃ ସପ୍ତ ପୂର୍ବେ ଚତ୍ୱାରୋ ମନବସ୍ତଥା ।
ମଦ୍ଭାବା ମାନସା ଜାତା ଯେଷାଂ ଲୋକ ଇମାଃ ପ୍ରଜାଃ ।।୬।।
ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily