Bhagavad Gita: Chapter 11, Verse 1

ଅର୍ଜୁନ ଉବାଚ
ମଦନୁଗ୍ରହାୟ ପରମଂ ଗୁହ୍ୟମଧ୍ୟାତ୍ମସଂଜ୍ଞିତମ୍ ।
ଯତ୍ତ୍ୱୟୋକ୍ତଂ ବଚସ୍ତେନ ମୋହୋଽୟଂ ବିଗତୋ ମମ ।।୧।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ମତ୍‌-ଅନୁଗ୍ରହାୟ - ମୋ ପ୍ରତି ଅନୁଗ୍ରହ କରି; ପରମଂ - ପରମ; ଗୁହ୍ୟଂ - ଗୁପ୍ତ; ଅଧ୍ୟାତ୍ମ ସଂଜ୍ଞିତମ୍ - ଆଧ୍ୟାତ୍ମିକ ଜ୍ଞାନ; ଯତ୍ - ଯାହା; ତ୍ୱୟା - ଆପଣଙ୍କ ଦ୍ୱାରା; ଉକ୍ତଂ - କୁହାଗଲା; ବଚଃ - ବଚନ; ତେନ -ତାହାଦ୍ୱାରା; ମୋହଃ - ମୋହ; ଅୟଂ - ଏହି; ବିଗତଃ - ଦୂର ହୋଇଗଲା; ମମ - ମୋର ।

Translation

BG 11.1: ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।

Commentary

ଶ୍ରୀକୃଷ୍ଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ଏବଂ ତାଙ୍କର ସର୍ବେଚ୍ଚ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ସମସ୍ତ ଜ୍ଞାନ ଶୁଣି, ଅର୍ଜୁନ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କର ସମସ୍ତ ମୋହ ଦୂର ହେବା ପରି ଅନୁଭବ କଲେ । ସେ ହୃଦୟଙ୍ଗମ କଲେ ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ପ୍ରିୟ ସଖା ନୁହଁନ୍ତି, ସେ ପରମ ଦିବ୍ୟ ପୁରୁଷ ମଧ୍ୟ ଅଟନ୍ତି, ଯିଏକି ସଂସାରର ସମସ୍ତ ବିଭୂତିର ଆଧାର ଅଟନ୍ତି । ଏହି ଅଧ୍ୟାୟର ପ୍ରାରମ୍ଭରେ, ଶ୍ରୀକୃଷ୍ଣ କୃପା ବଶତଃ ତାଙ୍କୁ ଏପରି ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଅର୍ଜୁନ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।