ତ୍ୱମକ୍ଷରଂ ପରମଂ ବେଦିତବ୍ୟଂ
ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।
ତ୍ୱମବ୍ୟୟଃ ଶାଶ୍ୱତଧର୍ମଗୋପ୍ତା
ସନାତନସ୍ତ୍ୱଂ ପୁରୁଷୋ ମତୋ ମେ ।।୧୮।।
ତ୍ୱଂ-ଆପଣ; ଅକ୍ଷରଂ-ଅବ୍ୟୟ; ପରମଂ-ପରମ; ବେଦିତବ୍ୟଂ- ଜ୍ଞାତବ୍ୟ; ତ୍ୱଂ-ଆପଣ; ଅସ୍ୟ-ଏହାର; ବିଶ୍ୱସ୍ୟ-ବିଶ୍ୱ ବ୍ରହ୍ମାଣ୍ଡର; ପରଂ-ପରମ; ନିଧାନମ୍-ଆଶ୍ରୟ; ତ୍ୱଂ-ଆପଣ; ଅବ୍ୟୟଃ-ଅବ୍ୟୟ; ଶାଶ୍ୱତ-ଧର୍ମ-ଗୋପ୍ତା- ସନାତନ ଧର୍ମର ରକ୍ଷକ; ସନାତନଃ-ସନାତନ; ତ୍ୱଂ-ଆପଣ; ପୁରୁଷଃ-ପରମପୁରୁଷ; ମତଃ ମେ- ମୋର ମତ ।
BG 11.18: ମୁଁ ଆପଣଙ୍କୁ, ଶାସ୍ତ୍ର ଦ୍ୱାରା ଜ୍ଞାତବ୍ୟ ଅନ୍ତିମ ସତ୍ୟ, ପରମ ଅବିନଶ୍ୱର ତତ୍ତ୍ୱ ରୂପରେ ଜାଣି ପାରୁଛି । ଆପଣ ସମଗ୍ର ସୃଷ୍ଟିର ପାଳନ କର୍ତ୍ତା; ଆପଣ ସନାତନ ଧର୍ମର (ଚିରନ୍ତନ ଧର୍ମ) ସର୍ବକାଳୀନ ରକ୍ଷକ; ଏବଂ ଶାଶ୍ୱତ ପରମ ଦିବ୍ୟ ପୁରୁଷ ଅଟନ୍ତି ।
ଅର୍ଜୁନ ଘୋଷଣା କରୁଛନ୍ତି ଯେ ସେ ପରମ ପୁରୁଷ ଭାବରେ ଶ୍ରୀକୃଷ୍ଣଙ୍କର ସାର୍ବଭୌମତ୍ୱକୁ ଚିହ୍ନିପାରିଛନ୍ତି, ଯିଏ ସମଗ୍ର ସୃଷ୍ଟିର ଆଶ୍ରୟ ଅଟନ୍ତି ଏବଂ ସମସ୍ତ ଶାସ୍ତ୍ରର ଜ୍ଞାତବ୍ୟ ବିଷୟ ଅଟନ୍ତି । କଠୋପନିଷଦ କହେ:
ସର୍ବେ ବେଦା ଯତ୍ ପଦମାମନନ୍ତି (୧.୨.୧୫)
“ସମସ୍ତ ବେଦ ମନ୍ତ୍ରର ଉଦ୍ଦେଶ୍ୟ ଆମ୍ଭମାନଙ୍କୁ ଭଗବାନଙ୍କ ଅଭିମୁଖରେ ପ୍ରେରିତ କରିବା । ସେ ବେଦ ଅଧ୍ୟୟନର ବିଷୟବସ୍ତୁ ଅଟନ୍ତି ।” ଶ୍ରୀମଦ୍ ଭାଗବତମ୍ ଉଲ୍ଲେଖ କରେ:
ବାସୁଦେବ-ପରା ବେଦା ବାସୁଦେବ-ପରା ମଖାଃ (୧.୨.୨୮)
“ବୈଦିକ ଜ୍ଞାନ ଅର୍ଜନ କରିବାର ଉଦ୍ଦେଶ୍ୟ ଭଗବାନଙ୍କ ପାଖରେ ପହଞ୍ôଚବା । ସମସ୍ତ ଯଜ୍ଞ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ।” ଶ୍ରୀକୃଷ୍ଣଙ୍କର ସ୍ତୁତି କରିବାକୁ ଯାଇ ଅର୍ଜୁନ କହୁଛନ୍ତି ଯେ ତାଙ୍କ ସମ୍ମୁଖରେ ଭଗବାନଙ୍କର ଯେଉଁ ସାକାର ରୂପକୁ ସେ ଦେଖୁଛନ୍ତି, ତାହାହିଁ ଚରମ ଅନ୍ତିମ ସତ୍ୟ ଅଟେ ଏବଂ ତାହା ହିଁ ସମସ୍ତ ବୈଦିକ ଜ୍ଞାନର ଚରମ ଲକ୍ଷ୍ୟ ଅଟେ ।
ତ୍ୱମକ୍ଷରଂ ପରମଂ ବେଦିତବ୍ୟଂ
ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।
ତ୍ୱମବ୍ୟୟଃ ଶାଶ୍ୱତଧର୍ମଗୋପ୍ତା
ସନାତନସ୍ତ୍ୱଂ ପୁରୁଷୋ ମତୋ ମେ ।।୧୮।।
ମୁଁ ଆପଣଙ୍କୁ, ଶାସ୍ତ୍ର ଦ୍ୱାରା ଜ୍ଞାତବ୍ୟ ଅନ୍ତିମ ସତ୍ୟ, ପରମ ଅବିନଶ୍ୱର ତତ୍ତ୍ୱ ରୂପରେ ଜାଣି ପାରୁଛି । ଆପଣ ସମଗ୍ର ସୃଷ୍ଟିର ପାଳନ କର୍ତ୍ତା; ଆପଣ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily