Bhagavad Gita: Chapter 11, Verse 31

ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ
ନମୋଽସ୍ତୁ ତେ ଦେବବର ପ୍ରସୀଦ ।
ବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ
ନ ହି ପ୍ରଜାନାମି ତବ ପ୍ରବୃତ୍ତିମ୍ ।।୩୧।।

ଆଖ୍ୟାହି - ଦୟାକରି କୁହନ୍ତୁ; ମେ - ମୋତେ; କଃ- କିଏ; ଭବାନ୍ - ଆପଣ; ଉଗ୍ରରୂପଃ - ଭୟଙ୍କର ରୂପ; ନମଃ ଅସ୍ତୁ - ମୁଁ ପ୍ରଣାମ କରୁଛି; ତେ -ଆପଣଙ୍କୁ; ଦେବବର- ଦେବତାମାନଙ୍କ ମଧ୍ୟରେ ପ୍ରଧାନ; ପ୍ରସୀଦ - ଦୟା କରନ୍ତୁ; ବିଜ୍ଞାତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛା କରେ; ଭବନ୍ତମ୍ - ଆପଣଙ୍କୁ; ଆଦ୍ୟଂ - ଆଦି; ନ-ନୁହେଁ; ହି - ନିଶ୍ଚିତଭାବେ; ପ୍ରଜାନାମି - ବୁଝିପାରିବି; ତବ - ଆପଣଙ୍କର; ପ୍ରବୃତ୍ତିମ୍ - ଉଦ୍ଦେଶ୍ୟ ।

Translation

BG 11.31: ହେ ଭୟଙ୍କର ରୂପଧାରୀ! ଆପଣ କିଏ ମୋତେ କୁହନ୍ତୁ । ହେ ଦେବଦେବ! ମୁଁ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେଉଛି, ଦୟାକରି ମୋତେ ଆପଣଙ୍କର କୃପା ପ୍ରଦାନ କରନ୍ତୁ । ଆପଣ, ଯିଏ ସମସ୍ତ ସୃଷ୍ଟିର ପୂର୍ବରୁ ବିଦ୍ୟମାନ ଥିଲେ, ମୁଁ ଜାଣିବାକୁ ଚାହୁଁଛି ଆପଣ କିଏ, କାରଣ ଆପଣଙ୍କର ସ୍ୱଭାବ ଏବଂ କାର୍ଯ୍ୟକଳାପକୁ ମୁଁ ଆକଳନ କରି ପାରୁନାହିଁ ।

Commentary

ପୂର୍ବରୁ ଅର୍ଜୁନ ଭଗବାନର ବିଶ୍ୱରୂପ ଦେଖିବାକୁ ଅନୁରୋଧ କରିଥିଲେ । ଯେତେବେଳେ ଶ୍ରୀକୃଷ୍ଣ ତାହା ପ୍ରଦର୍ଶନ କଲେ, ଅର୍ଜୁନ ଚକିତ ଓ ଅଶାନ୍ତ ହୋଇ ପଡ଼ିଲେ । ଏକ ସମ୍ପୂର୍ଣ୍ଣ ଅବିଶ୍ୱାସନୀୟ ବ୍ରହ୍ମାଣ୍ଡୀୟ ଚମତ୍କାର ଦେଖିବା ପରେ, ସେ ବର୍ତ୍ତମାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ସ୍ୱଭାବ ଓ ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛନ୍ତି । ଏଣୁ ସେ ଏହି ପ୍ରଶ୍ନ କରୁଛନ୍ତି, “ଆପଣ କିଏ ଏବଂ ଆପଣଙ୍କର ଉଦ୍ଦେଶ୍ୟ କ’ଣ?