ତ୍ୱମାଦିଦେବଃ ପୁରୁଷଃ ପୁରାଣ-
ସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।
ବେତ୍ତାସି ବେଦ୍ୟଂ ଚ ପରଂ ଚ ଧାମ
ତ୍ୱୟା ତତଂ ବିଶ୍ୱମନନ୍ତରୂପ ।।୩୮।।
ତ୍ୱଂ - ଆପଣ: ଆଦିଦେବଃ - ଆଦି ପରମେଶ୍ୱର; ପୁରୁଷଃ - ପୁରୁଷ; ପୁରାଣଃ -ସର୍ବ ପୁରାତନ; ତ୍ୱଂ - ଆପଣ; ଅସ୍ୟ - ଏହି; ବିଶ୍ୱସ୍ୟ - ବ୍ରହ୍ମାଣ୍ଡର; ପରଂ - ପରମ; ନିଧାନମ୍ - ଆଶ୍ରୟ ସ୍ଥଳ; ବେତ୍ତା - ଜ୍ଞାତା: ଅସି - ଆପଣ ଅଟନ୍ତି; ବେଦ୍ୟଂ ଚ - ଏବଂ ଜେ୍ଞୟ; ପରଂ ଚ- ଏବଂ ପରମ; ଧାମ-ଧାମ; (ଆଶ୍ରୟ ସ୍ଥଳ); ତ୍ୱୟା - ଆପଣଙ୍କ ଦ୍ୱାରା; ତତଂ - ବ୍ୟାପ୍ତ; ବିଶ୍ୱମ୍ - ବ୍ରହ୍ମାଣ୍ଡ; ଅନନ୍ତ ରୂପ - ଅନନ୍ତ ରୂପ ।
BG 11.38: ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ ଜ୍ଞାନର ବିଷୟ ଅଟନ୍ତି । ଆପଣ ହିଁ ପରମ ଧାମ ଅଟନ୍ତି । ହେ ଅନନ୍ତ ରୂପଧାରୀ! ଆପଣ ଜଣେ ହିଁ ଏ ସମଗ୍ର ବିଶ୍ୱରେ ବ୍ୟାପ୍ତ ରହିଛନ୍ତି ।
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ମୂଳ ଦିବ୍ୟ ପୁରୁଷ, ସବୁ କାରଣର କାରଣ, ଭାବରେ ସମ୍ବୋଧନ କରିଛନ୍ତି । ସମସ୍ତ ବସ୍ତୁ ବା ବ୍ୟକ୍ତିର ଗୋଟିଏ କାରଣ ବା ଉତ୍ପତ୍ତି ଅଛି, ଯେଉଁଠାରୁ ସେ ଉତ୍ପନ୍ନ ହୋଇ ବର୍ତ୍ତମାନ ସ୍ଥିତିରେ ରହିଛି । ଏମିତିକି ଭଗବାନ ବିଷ୍ଣୁଙ୍କର ମଧ୍ୟ କାରଣ ଅଛି । ଯଦିଓ ସେ ଭଗବାନଙ୍କର ଏକ ସ୍ୱରୂପ ଅଟନ୍ତି, ସେ ଶ୍ରୀକୃଷ୍ଣଙ୍କର ଏକ ବିସ୍ତାର ଅଟନ୍ତି । କିନ୍ତୁ ଶ୍ରୀକୃଷ୍ଣ କୌଣସି ବ୍ୟକ୍ତିତ୍ୱଙ୍କର ବିସ୍ତାର ନୁହନ୍ତି । ସେ ଅକାରଣ ଆଦି କାରଣ ଅଟନ୍ତି । ସେଥିପାଇଁ ବ୍ରହ୍ମା ତାଙ୍କର ସ୍ତୁତି କରୁଛନ୍ତି:
ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ
ଅନାଦିର୍ରାଦି ଗୋବିନ୍ଦଃ ସର୍ବ କାରଣ କାରଣମ୍ (ବ୍ରହ୍ମ ସଂହିତା ୫.୧)
“ଶ୍ରୀକୃଷ୍ଣ ପରମାତ୍ମାଙ୍କର ମୂଳ ସ୍ୱରୂପ ଅଟନ୍ତି । ତାଙ୍କର ବ୍ୟକ୍ତିତ୍ୱ ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ । ସେ ସମସ୍ତଙ୍କ ଉତ୍ପତ୍ତି ସ୍ଥଳ,କିନ୍ତୁ ସେ ସ୍ୱୟଂ ଉତ୍ପତ୍ତି ରହିତ ଅଟନ୍ତି । ସେ ସର୍ବକାରଣ କାରଣ ଅଟନ୍ତି ।”
ଶ୍ରୀକୃଷ୍ଣ ସର୍ବଜ୍ଞ ଅଟନ୍ତି । ପୁଣି ସେ ସମସ୍ତ ଜ୍ଞାନର ଜ୍ଞାତବ୍ୟ ବିଷୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍(୪.୨୯.୪୯)କହେ: ସା ବିଦ୍ୟା ତନ୍ମତିର୍ ଯୟା । ଯାହା ଆମକୁ ଭଗବାନଙ୍କୁ ଜାଣିବାକୁ ସାହାଯ୍ୟ କରେ, ତାହାହିଁ ପ୍ରକୃତ ଜ୍ଞାନ ଅଟେ ।
ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହୁଛନ୍ତି:
ଯୋ ହରି ସେବା ହେତୁ ହୋ, ସୋଈ କର୍ମ ବଖାନ ।
ଯୋ ହରି ଭଗତି ବଢ଼ାବେ, ସୋଈ ସମୁଝିୟ ଜ୍ଞାନ । । (ଭକ୍ତି ଶତକ ପଦ: ୬୬)
“ଯେଉଁ କର୍ମ ଭଗବାନଙ୍କ ସେବା ନିମିତ୍ତ କରାଯାଏ, ତାହାକୁ ହିଁ ପ୍ରକୃତ କର୍ମ ବୋଲି ଜାଣ । ଯେଉଁ ଜ୍ଞାନ ଭଗବାନଙ୍କ ପ୍ରତି ଆମର ପ୍ରେମ ବଢ଼ାଏ, ତାହାକୁ ପ୍ରକୃତ ଜ୍ଞାନ ଜାଣ ।” ସୁତରାଂ, ଶ୍ରୀକୃଷ୍ଣ ଉଭୟ ଜ୍ଞାନ ଏବଂ ଜ୍ଞାତବ୍ୟ ଅଟନ୍ତି ।
ତ୍ୱମାଦିଦେବଃ ପୁରୁଷଃ ପୁରାଣ-
ସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।
ବେତ୍ତାସି ବେଦ୍ୟଂ ଚ ପରଂ ଚ ଧାମ
ତ୍ୱୟା ତତଂ ବିଶ୍ୱମନନ୍ତରୂପ ।।୩୮।।
ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily