Bhagavad Gita: Chapter 11, Verse 7

ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ୟାଦ୍ୟ ସଚରାଚରମ୍ ।
ମମ ଦେହେ ଗୁଡ଼ାକେଶ ଯଚ୍ଚାନ୍ୟଦ୍‌ଦ୍ରଷ୍ଟୁମିଚ୍ଛସି ।।୭।।

ଇହ - ଏଥିରେ; ଏକସ୍ଥଂ - ଗୋଟିକରେ; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପଶ୍ୟ - ଦେଖ; ଅଦ୍ୟ - ବର୍ତ୍ତମାନ; ସ -ସହିତ; ଚର - ଜଙ୍ଗମ, ଅଚରମ୍ - ସ୍ତାବର; ମମ - ମୋର; ଦେହେ - ଏହି ଶରୀରରେ; ଗୁଡ଼ାକେଶ- ହେ ନିଦ୍ରାଜୟୀ ଅର୍ଜୁନ; ଯତ୍ -= ଯାହା; ଚ - ଏବଂ; ଅନ୍ୟତ୍ - ଅନ୍ୟ, ଦ୍ରଷ୍ଟୁଂ - ଦେଖିବା ପାଇଁ; ଇଚ୍ଛସି - ତୁମେ ଇଚ୍ଛାକରୁଛ ।

Translation

BG 11.7: ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।

Commentary

ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପକୁ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେବା ପରେ, ଅର୍ଜୁନ କେଉଁଠାରେ ଦେଖିବେ ଭାବି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ । ତେଣୁ ଶ୍ରୀକୃଷ୍ଣ ତାହାକୁ ଦିବ୍ୟ ପରମାତ୍ମାଙ୍କ ଶରୀର ମଧ୍ୟରେ ଦର୍ଶନ କରିବାକୁ କହୁଛନ୍ତି । ସେଠାରେ ସେ ଚରାଚର ଅନନ୍ତ ବ୍ରହ୍ମାଣ୍ଡକୁ ଦେଖିପାରିବେ । ସେହି ବିଶ୍ୱରୂପରେ ସମସ୍ତ ପଦାର୍ଥ ସ୍ଥାନ ପାଇବା ସହିତ ଅତୀତ ଏବଂ ଭବିଷ୍ୟତର ଘଟଣାବଳୀ ମଧ୍ୟ ସମାହିତ ହୋଇଅଛି । ତେଣୁ ଅର୍ଜୁନ ପାଣ୍ଡବ ମାନଙ୍କର ବିଜୟ ଏବଂ କୌରବ ମାନଙ୍କର ପରାଜୟ ମଧ୍ୟ ଦେଖିପାରିବେ ଯାହାକି, ସମଗ୍ର ସୃଷ୍ଟି ପରିଚାଳନାଗତ ଯୋଜନାର ଏକ ଘଟଣା ଅଟେ ।