ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ୟାଦ୍ୟ ସଚରାଚରମ୍ ।
ମମ ଦେହେ ଗୁଡ଼ାକେଶ ଯଚ୍ଚାନ୍ୟଦ୍ଦ୍ରଷ୍ଟୁମିଚ୍ଛସି ।।୭।।
ଇହ - ଏଥିରେ; ଏକସ୍ଥଂ - ଗୋଟିକରେ; ଜଗତ୍ - ବ୍ରହ୍ମାଣ୍ଡ; କୃତ୍ସ୍ନଂ - ସମ୍ପୂର୍ଣ୍ଣରୂପେ; ପଶ୍ୟ - ଦେଖ; ଅଦ୍ୟ - ବର୍ତ୍ତମାନ; ସ -ସହିତ; ଚର - ଜଙ୍ଗମ, ଅଚରମ୍ - ସ୍ତାବର; ମମ - ମୋର; ଦେହେ - ଏହି ଶରୀରରେ; ଗୁଡ଼ାକେଶ- ହେ ନିଦ୍ରାଜୟୀ ଅର୍ଜୁନ; ଯତ୍ -= ଯାହା; ଚ - ଏବଂ; ଅନ୍ୟତ୍ - ଅନ୍ୟ, ଦ୍ରଷ୍ଟୁଂ - ଦେଖିବା ପାଇଁ; ଇଚ୍ଛସି - ତୁମେ ଇଚ୍ଛାକରୁଛ ।
BG 11.7: ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।
ଶ୍ରୀକୃଷ୍ଣ ତାଙ୍କର ବିଶ୍ୱରୂପକୁ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେବା ପରେ, ଅର୍ଜୁନ କେଉଁଠାରେ ଦେଖିବେ ଭାବି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ । ତେଣୁ ଶ୍ରୀକୃଷ୍ଣ ତାହାକୁ ଦିବ୍ୟ ପରମାତ୍ମାଙ୍କ ଶରୀର ମଧ୍ୟରେ ଦର୍ଶନ କରିବାକୁ କହୁଛନ୍ତି । ସେଠାରେ ସେ ଚରାଚର ଅନନ୍ତ ବ୍ରହ୍ମାଣ୍ଡକୁ ଦେଖିପାରିବେ । ସେହି ବିଶ୍ୱରୂପରେ ସମସ୍ତ ପଦାର୍ଥ ସ୍ଥାନ ପାଇବା ସହିତ ଅତୀତ ଏବଂ ଭବିଷ୍ୟତର ଘଟଣାବଳୀ ମଧ୍ୟ ସମାହିତ ହୋଇଅଛି । ତେଣୁ ଅର୍ଜୁନ ପାଣ୍ଡବ ମାନଙ୍କର ବିଜୟ ଏବଂ କୌରବ ମାନଙ୍କର ପରାଜୟ ମଧ୍ୟ ଦେଖିପାରିବେ ଯାହାକି, ସମଗ୍ର ସୃଷ୍ଟି ପରିଚାଳନାଗତ ଯୋଜନାର ଏକ ଘଟଣା ଅଟେ ।
ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ୟାଦ୍ୟ ସଚରାଚରମ୍ ।
ମମ ଦେହେ ଗୁଡ଼ାକେଶ ଯଚ୍ଚାନ୍ୟଦ୍ଦ୍ରଷ୍ଟୁମିଚ୍ଛସି ।।୭।।
ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily