ଅଥ ଚିତ୍ତଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ୍ ।
ଅଭ୍ୟାସଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।।୯।।
ଅଥ - ଯଦି; ଚିତ୍ତଂ -ମନ; ସମାଧାତୁଂ - ସ୍ଥିର କରିବାକୁ; ନ-ନୁହେଁ; ଶକ୍ନୋଷି -ସକ୍ଷମ; ମୟି - ମୋ’ଠାରେ; ସ୍ଥିରଂ -ସ୍ଥିର; ଅଭ୍ୟାସ ଯୋଗେନ - ଅଭ୍ୟାସ ଦ୍ୱାରା ଯୋଗ ପ୍ରାପ୍ତ କରି; ତତଃ- ତାପରେ; ମାଂ - ମୋତେ; ଇଚ୍ଛା -ଇଚ୍ଛା; ଆପ୍ତୁଂ - ପାଇବାକୁ; ଧନଞ୍ଜୟ - ହେ ଅର୍ଜୁନ ।
BG 12.9: ହେ ଅର୍ଜୁନ! ଯଦି ତୁମେ ସ୍ଥିର ଭାବରେ ମୋଠାରେ ମନ ଲଗାଇ ପାରୁନାହଁ, ତାହାହେଲେ ସାଂସାରିକ ଜଞ୍ଜାଳରୁ ମନକୁ ବାରମ୍ବାର ହଟାଇ, ଭକ୍ତିର ସହିତ ମୋର ସ୍ମରଣ କରିବାର ଅଭ୍ୟାସ କର ।
ଶ୍ରୀକୃଷ୍ଣଙ୍କଠାରେ ମନ ଲାଗିଯିବା ସାଧନାର ସିଦ୍ଧି ଅଟେ, କିନ୍ତୁ ସାଧନା ଆରମ୍ଭ କରୁ କରୁ ଆମେ ସିଦ୍ଧିର ଆଶା କରିପାରିବା ନାହିଁ । ତେଣୁ ଯେଉଁମାନେ ଭଗବାନଙ୍କଠାରେ ମନକୁ ପୂର୍ଣ୍ଣତଃ ସ୍ଥିର କରିପାରି ନାହାଁନ୍ତି, ସେମାନେ କ’ଣ କରିବେ? ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, ସେମାନେ ଭକ୍ତିର ସହିତ ତାଙ୍କର ସ୍ମରଣ କରିବା ଦିଗରେ ଚେଷ୍ଟାରତ ରହିବା ଉଚିତ । ଯେପରି କଥାରେ ଅଛି, “ଅଭ୍ୟାସ ଦ୍ୱାରା ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ ।” ଏହାକୁ ଅଭ୍ୟାସ ଯୋଗ କୁହାଯାଏ ବା “ବାରମ୍ବାର ଅଭ୍ୟାସ ଦ୍ୱାରା ଭଗବାନଙ୍କ ସହ ଯୋଗ ପ୍ରାପ୍ତି ।” ଯେତେବେଳେ ବି ମନ ଅନ୍ୟ କୌଣସି ବସ୍ତୁ ବା ଘଟଣା ପାଖକୁ ଚାଲିଯାଏ, ସାଧକ ଭଗବାନଙ୍କର ନାମ, ରୂପ, ଲୀଳା ଗୁଣ, ଧାମ ଓ ପରିକର ଆଦିଙ୍କୁ ମନେ ପକାଇ, ମନକୁ ଭଗବାନଙ୍କ ପାଖକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ଉଚିତ ।
ଜଗଦ୍ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ସାଧକମାନଙ୍କ ପାଇଁ ତାଙ୍କ ନିର୍ଦ୍ଦେଶରେ, ବାରମ୍ବାର ଏହି ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛନ୍ତି:
ଜଗତ ତେ ମନ କୋ ହଟାକର, ଲଗା ହରି ମେ ପ୍ୟାରେ ।
ଇସୀ କା ଅଭ୍ୟାସ ପୁନି ପୁନି, କରୁ ନିରନ୍ତର ପ୍ୟାରେ । (ସାଧନା କରୁ ପ୍ୟାରେ)
“ପ୍ରିୟ ସାଧକ! ମନକୁ ସଂସାରରୁ ହଟାଇ ହରିଙ୍କ ଠାରେ ଲଗାଅ । ନିରନ୍ତର ଏହାର ଅଭ୍ୟାସ କର ।"
ଅଥ ଚିତ୍ତଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ୍ ।
ଅଭ୍ୟାସଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।।୯।।
ହେ ଅର୍ଜୁନ! ଯଦି ତୁମେ ସ୍ଥିର ଭାବରେ ମୋଠାରେ ମନ ଲଗାଇ ପାରୁନାହଁ, ତାହାହେଲେ ସାଂସାରିକ ଜଞ୍ଜାଳରୁ ମନକୁ ବାରମ୍ବାର ହଟାଇ, ଭକ୍ତିର ସହିତ ମୋର ସ୍ମରଣ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily