ବିଧିହୀନମସୃଷ୍ଟାନ୍ନଂ ମନ୍ତ୍ରହୀନମଦକ୍ଷିଣମ୍ ।
ଶ୍ରଦ୍ଧାବିରହିତଂ ଯଜ୍ଞଂ ତାମସଂ ପରିଚକ୍ଷ୍ୟତେ ।।୧୩।।
ବିଧି-ହୀନଂ - ଶାସ୍ତ୍ରବିଧି ଅନୁସରଣ ନ କରି; ଅସୃଷ୍ଟ-ଅନ୍ନଂ - ପ୍ରସାଦ ବିତରଣ ନ କରି; ମନ୍ତ୍ର-ହୀନଂ- ବେଦ ମନ୍ତ୍ର ଉଚ୍ଚାରଣ ନ କରି; ଅଦକ୍ଷିଣମ୍ -ପୁରୋହିତଙ୍କୁ ଦକ୍ଷିଣା ନ ଦେଇ; ଶ୍ରଦ୍ଧା - ଶ୍ରଦ୍ଧା; ବିରହିତଂ -ରହିତ; ଯଜ୍ଞଂ -ଯଜ୍ଞ; ତାମସଂ -ତମୋଗୁଣୀ; ପରିଚକ୍ଷ୍ୟତେ - ବିଚାର କରାଯାଏ ।
BG 17.13: ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧିବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ ଦିଆଯାଏ ନାହିଁ, ତାହା ତାମସିକ ବିବେଚିତ ହୁଏ ।
ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ବ୍ୟକ୍ତି କେଉଁ କାର୍ଯ୍ୟ କରିବ ତାର ଅନେକ ବିକଳ୍ପ ଥାଏ । ଏପରି ଅନେକ କାର୍ଯ୍ୟ ଅଛି, ଯାହା ସମାଜ ତଥା ଆମ୍ଭମାନଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ ଏବଂ ଅନେକ ଅନୁପଯୁକ୍ତ କାର୍ଯ୍ୟ ମଧ୍ୟ ଅଛି ଯାହା ଅନ୍ୟମାନଙ୍କ ପାଇଁ ତଥା ଆମ ପାଇଁ ହାନିକାରକ ହୋଇଥାଏ । କିନ୍ତୁ ଆମ ପାଇଁ କ’ଣ ଲାଭଦାୟୀ ଏବଂ କ’ଣ କ୍ଷତିକାରକ, ତାହା କିଏ ନିର୍ଣ୍ଣୟ କରିବ? ତାଛଡା, ମତାନ୍ତର ଉପୁଜିଲେ, ତାହା ସମାଧାନ କରିବାର ଆଧାର କ’ଣ? ଯଦି ସମସ୍ତେ ନିଜ ନିଜର ନିଷ୍ପତ୍ତି ଗ୍ରହଣ କରିବେ, ତେବେ ପ୍ରବଳ ଉପଦ୍ରବ ସୃଷ୍ଟି ହେବ । ତେଣୁ ଶାସ୍ତ୍ର ନିର୍ଦ୍ଦେଶ ସବୁ ମାର୍ଗ ଦର୍ଶକ ଭାବରେ କାର୍ଯ୍ୟ କରନ୍ତି ଏବଂ ଯେତେବେଳେ ବି କୌଣସି ସନ୍ଦେହ ଉତ୍ପନ୍ନ ହୁଏ, ଆମେ କୌଣସି କର୍ମର ଓøଚିତ୍ୟ ନିରୂପଣ କରିବା ସେମାନଙ୍କର ସହାୟତା ଗ୍ରହଣ କରିଥାଏ । କିନ୍ତୁ ଅଜ୍ଞାନ ଗୁଣଯୁକ୍ତ ବ୍ୟକ୍ତିମାନଙ୍କର ଶାସ୍ତ୍ରରେ ବିଶ୍ୱାସ ନ ଥାଏ । ସେମାନେ ଧାର୍ମିକ ଉତ୍ସବ ପାଳନ କରିଥାନ୍ତି ସତ କିନ୍ତୁ ଶାସ୍ତ୍ରର ଆଦେଶକୁ ଅବମାନନା କରିଥାନ୍ତି ।
ଭାରତରେ, ପ୍ରତି ପର୍ବପର୍ବାଣି ସହ ସଂପୃକ୍ତ ଏକ ନିର୍ଦ୍ଦିଷ୍ଟ ଦେବତା ବା ଦେବୀଙ୍କର ଉପାସନା ଅତି ଆଡ଼ମ୍ବର ସହକାରେ କରାଯାଇଥାଏ । ଅନେକ ସମୟରେ ଏହାର ବାହ୍ୟ ଆଡ଼ମ୍ବର - ଦେଖାଣିଆ ସାଜସଜ୍ଜା, ଆଖିଝଲସା ଆଲୋକ ସଜ୍ଜା ଏବଂ ଶ୍ରୁତିକଟୁ ସଙ୍ଗୀତ- ପଛରେ ଅସଲ ଉଦ୍ଦେଶ୍ୟ ପଡ଼ୋଶୀମାନଙ୍କ ଠାରୁ ଚାନ୍ଦା ସଂଗ୍ରହ କରିବା ହୋଇଥାଏ । ପୁନଶ୍ଚ, କୃତଜ୍ଞତା ଏବଂ ସମ୍ମାନର ସହିତ ପୂଜା ସମ୍ପାଦନ କରୁଥିବା ପୁରୋହିତଙ୍କୁ ଦାନ କରିବା ପାଇଁ ବେଦର ଯେଉଁ ନିର୍ଦ୍ଦେଶ ରହିଛି, ତାହା ମଧ୍ୟ ପାଳନ କରାଯାଇ ନ ଥାଏ । ଏହିପରି ଯେଉଁ ଯଜ୍ଞ ଶାସ୍ତ୍ର ବିଧିର ଉଲ୍ଲଙ୍ଘନ କରି, ଆଳସ୍ୟତା, ଉଦାସୀନତା କିମ୍ବା ଜିଦ୍ରେ ସ୍ୱ-ନିର୍ଦ୍ଧାରିତ ପ୍ରକ୍ରିୟା ଦ୍ୱାରା ସମ୍ପାଦିତ ହୋଇଥାଏ, ତାହା ତାମସିକ ଗୁଣଯୁକ୍ତ ଅଟେ । ଏହିପରି ଶ୍ରଦ୍ଧା ବାସ୍ତବରେ ଭଗବାନ ଏବଂ ଶାସ୍ତ୍ରମାନଙ୍କ ପ୍ରତି ଅଶ୍ରଦ୍ଧାର ଏକ ରୂପ ଅଟେ ।
ବିଧିହୀନମସୃଷ୍ଟାନ୍ନଂ ମନ୍ତ୍ରହୀନମଦକ୍ଷିଣମ୍ ।
ଶ୍ରଦ୍ଧାବିରହିତଂ ଯଜ୍ଞଂ ତାମସଂ ପରିଚକ୍ଷ୍ୟତେ ।।୧୩।।
ଯେଉଁ ଯଜ୍ଞ ଶ୍ରଦ୍ଧା ରହିତ ଏବଂ ଶାସ୍ତ୍ରର ବିଧିବିରୁଦ୍ଧ ହୋଇଥାଏ, ଯେଉଁଠାରେ ଖାଦ୍ୟ ଅର୍ପଣ କରାଯାଏ ନାହିଁ, ମନ୍ତ୍ର ଉଚ୍ଚାରଣ କରାଯାଏ ନାହିଁ କିମ୍ବା କୌଣସି ଦାନ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily