ଦୁଃଖମିତ୍ୟେବ ଯତ୍କର୍ମ କାୟକ୍ଳେଶଭୟାତ୍ତ୍ୟଜେତ୍ ।
ସ କୃତ୍ୱା ରାଜସଂ ତ୍ୟାଗଂ ନୈବ ତ୍ୟାଗଫଳଂ ଲଭେତ୍ ।।୮।।
ଦୁଃଖଂ-ଦୁଃଖ; ଇତି-ଏହିପରି; ଏବ-ନିଶ୍ଚିତଭାବେ; ଯତ୍-ଯାହା; କମ ର୍-କର୍ମ; କାୟ-ଶରୀର; କ୍ଳେଶ -କ୍ଳେଶ ବା କଷ୍ଟ; ଭୟାତ୍-ଭୟଯୋଗୁ; ତ୍ୟଜେତ- ତ୍ୟାଗ କରାଯାଏ; ସ -ତାହା; କୃତ୍ୱା-କରି; ରାଜସଂ-ରଜୋଗୁଣବିଶିଷ୍ଟ; ତ୍ୟାଗଂ-ତ୍ୟାଗ; ନ -ନୁହେଁ; ଏବ-ବାସ୍ତବରେ; ତ୍ୟାଗଂ-ତ୍ୟାଗ; ଫଳଂ-ଫଳ; ଲଭେତ୍ -ଲାଭକରେ ।
BG 18.8: ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।
ଜୀବନରେ ପ୍ରଗତି କରିବାର ଅର୍ଥ ନୁହେଁ ଦାୟୀତ୍ୱ ତ୍ୟାଗ କରିବା, ଏହା ଦ୍ୱାରା ଦାୟୀତ୍ୱ ବୃଦ୍ଧି ପାଇଥାଏ । ପ୍ରାରମ୍ଭରେ ଆଧ୍ୟାତ୍ମବାଦୀମାନେ ଏହି ସତ୍ୟକୁ ବୁଝି ନ ଥାନ୍ତି । କଷ୍ଟରୁ ଦୂରରେ ରହିବା ପାଇଁ ସେମାନେ ପଳାୟନପନ୍ଥୀ ମନୋଭାବ ନେଇ ଆଧ୍ୟାତ୍ମିକତା ବାହାନାରେ ତାଙ୍କର ବିହିତ କର୍ମ ତ୍ୟାଗ କରିଥାନ୍ତି । କିନ୍ତୁ ଜୀବନର ଉଦ୍ଦେଶ୍ୟ ଦାୟୀତ୍ୱ ମୁକ୍ତ ହେବା ନୁହେଁ । ଉଚ୍ଚ କକ୍ଷର ସାଧକମାନେ କୌଣସି କର୍ମ କରୁ ନ ଥିବା ଯୋଗୁଁ ଅବିଚଳିତ ରହନ୍ତି ତାହା ନୁହେଁ, ବରଂ ସେମାନେ ଗୁରୁ ଦାୟୀତ୍ୱ ବହନ କରି ମଧ୍ୟ ଭିତରେ ଶାନ୍ତି ରକ୍ଷା କରିପାରିଥାନ୍ତି । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ କର୍ମକୁ କଷ୍ଟଦାୟକ ମନେକରି ତ୍ୟାଗ କରିବା ରାଜସିକ ତ୍ୟାଗ ଅଟେ ।
ଭଗବଦ୍ ଗୀତା ପ୍ରାରମ୍ଭରୁ ହିଁ କର୍ମର ଆହ୍ୱାନ କରିଛି । ଅର୍ଜୁନ ତାଙ୍କ କର୍ମକୁ ଅପ୍ରିୟ ଏବଂ ବିରକ୍ତିକର ମନେକରି ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବାକୁ ଚାହିଁଛନ୍ତି, ଯାହାକୁ ଶ୍ରୀକୃଷ୍ଣ ଅଜ୍ଞାନତା ଏବଂ ଭୀରୁତା କହିଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଅପ୍ରୀତିକର ହୋଇଥିଲେ ମଧ୍ୟ କର୍ତ୍ତବ୍ୟ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ତା’ ସହିତ ନିଜ ଭିତରର ଭାବନାକୁ ଠିକ୍ ରଖିବା ପାଇଁ କହୁଛନ୍ତି । ସେହି ଉଦ୍ଦେଶ୍ୟରେ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଉଦ୍ଭାସିତ କରିଛନ୍ତି ଏବଂ ତାଙ୍କର ପ୍ରଜ୍ଞା ଚକ୍ଷୁ ଖୋଲିବାରେ ସାହାଯ୍ୟ କରିଛନ୍ତି । ଭଗବଦ୍ ଗୀତା ଶୁଣିବା ପରେ ଅର୍ଜୁନ ତାଙ୍କର ବୃତ୍ତି ପରିବର୍ତ୍ତନ କରି ନାହାନ୍ତି, ବରଂ କର୍ମ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ପରିବର୍ତ୍ତିତ କରିଛନ୍ତି । ପୂର୍ବରୁ ତାଙ୍କ କର୍ମର ଉଦ୍ଦେଶ୍ୟ ଥିଲା, ନିଜର ଉପଭୋଗ ଏବଂ ଯଶ ପାଇଁ ହସ୍ତିନାପୁର ରାଜ୍ୟ ଜୟ କରିବା । ପରେ ସେ ସେହି କାର୍ଯ୍ୟ କରୁଛନ୍ତି, କିନ୍ତୁ ତାହା ଭଗବାନଙ୍କର ଭକ୍ତି ରୂପରେ କରୁଛନ୍ତି ।
ଦୁଃଖମିତ୍ୟେବ ଯତ୍କର୍ମ କାୟକ୍ଳେଶଭୟାତ୍ତ୍ୟଜେତ୍ ।
ସ କୃତ୍ୱା ରାଜସଂ ତ୍ୟାଗଂ ନୈବ ତ୍ୟାଗଫଳଂ ଲଭେତ୍ ।।୮।।
ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily