ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ ।
ତାବାନ୍ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ।।୪୬।।
ଯାବାନ୍-ଯାହାସବୁ; ଅର୍ଥଃ-ଉଦ୍ଦିଷ୍ଟ; ଉଦପାନେ-କୂପ ଜଳରେ; ସର୍ବତଃ-ସବୁଦିଗରେ; ସଂପ୍ଳୁତ ଉଦକେ- ଏକ ବିରାଟ ଜଳଭଣ୍ଡାରରେ; ତାବାନ୍-ସେହିସବୁ; ସର୍ବେଷୁ-ସମସ୍ତ; ବେଦେଷୁ-ବେଦ ଶାସ୍ତ୍ରରେ; ବ୍ରାହ୍ମଣସ୍ୟ-ଯିଏ ପରଂବ୍ରହ୍ମଙ୍କୁ ଜାଣେ ତାଙ୍କର; ବିଜାନତଃ-ଯିଏ ପୂର୍ଣ୍ଣ ଜ୍ଞାନରେ ସ୍ଥିତ ।
BG 2.46: ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର ଭଗବତ୍ ଉପଲବ୍ଧି ହୋଇଯାଏ, ସେମାନେ ବେଦର ସମସ୍ତ ମର୍ମ ବୁଝିପାରନ୍ତି ।
ବେଦରେ ୧୦୦,୦୦୦ ମନ୍ତ୍ର ଅଛି । ଏମାନେ ବିଭିନ୍ନ ପ୍ରକାରର ବିଧି, କର୍ମ, ପ୍ରାର୍ଥନା, ପୂଜା ଅର୍ଚ୍ଚନା ଏବଂ ଅମୂଲ୍ୟ ଜ୍ଞାନର ବର୍ଣ୍ଣନା କରିଥାଆନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ଆତ୍ମାକୁ ପରମାତ୍ମାଙ୍କ ସହିତ ମିଳିତ କରାଇବା ।
ବାସୁଦେବ-ପରା ବେଦା ବାସୁଦେବ-ପରା ମଖାଃ
ବାସୁଦେବ-ପରା ଯୋଗା ବାସୁଦେବ-ପରାଃ କ୍ରିୟାଃ
ବାସୁଦେବ-ପରଂ ଜ୍ଞାନଂ ବାସୁଦେବ-ପରଂ ତପଃ
ବାସୁଦେବ-ପରୋ ଧର୍ମୋ ବାସୁଦେବ-ପରା ଗତିଃ (ଭାଗବତମ ୧.୨.୨୮-୨୯)
“ସମସ୍ତ ବେଦ ମନ୍ତ, ବିଧିଯୁକ୍ତ କର୍ମଧର୍ମ, ଆଧ୍ୟାତ୍ମିକ କର୍ମ, ଯଜ୍ଞ, ଜ୍ଞାନ ଅର୍ଜନ ଏବଂ କର୍ତ୍ତବ୍ୟ ପାଳନ ଇତ୍ୟାଦିର କେବଳ ଗୋଟିଏ ହିଁ ଲକ୍ଷ୍ୟ - ଆତ୍ମାକୁ ଭଗବାନଙ୍କ ଦିବ୍ୟ ଚରଣର ଅନୁଗତ ହେବାରେ ସାହାଯ୍ୟ କରିବା ।”
ଔଷଧ ବଟିକାକୁ ସୁସ୍ୱାଦୁ କରିବା ପାଇଁ ଯେମିତି ତାହା ଉପରେ ଚିନିର ପ୍ରଲେପ ଦିଆଯାଇଥାଏ, ଠିକ୍ ସେହିପରି ବେଦରେ ମଧ୍ୟ ଭୌତିକ ବୁଦ୍ଧିଯୁକ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିବା ପାଇଁ ଭୌତିକ ଲାଭର ବର୍ଣ୍ଣନା କରାଯାଇଥାଏ । ଏହାର ଅନ୍ତର୍ନିହିତ ଲକ୍ଷ୍ୟ ହେଲା ଜୀବକୁ କ୍ରମଶଃ ସଂସାରରୁ ବିରକ୍ତ କରାଇ ଭଗବାନଙ୍କଠାରେ ଅନୁରକ୍ତ କରାଇବା । ତେଣୁ ଯିଏ ଭଗବାନଙ୍କଠାରେ ମନ ଲଗାଉଛି ସେ ସ୍ୱତଃ ସମସ୍ତ ବେଦ ମନ୍ତ୍ରର ଉଦ୍ଦେଶ୍ୟ ପୂରଣ କରୁଛି । ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେଉଛନ୍ତି:
ଆଜ୍ଞାୟୈବଂ ଗୁଣାନ୍ ଦୋଷାନ୍ ମୟାଦିଷ୍ଟାନ୍ ଅପି ସ୍ୱକାନ୍
ଧର୍ମାନ୍ ସନ୍ତ୍ୟଜ୍ୟ ଯଃ ସର୍ବାନ୍ ମାଂ ଭଜେତ ସ ସତ୍ତମଃ (ଭାଗବତମ୍ ୧୧.୧୧.୩୨)
“ବେଦ ମନୁଷ୍ୟ ପାଇଁ ବିଭିନ୍ନ ସାମାଜିକ ଓ ବିଧିଯୁକ୍ତ କର୍ମର ବିଧାନ କରିଥାଏ । କିନ୍ତୁ ଯେଉଁମାନେ ତା’ର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ବୁଝି ଏବଂ ସମସ୍ତ ମଧ୍ୟବର୍ତ୍ତି ନିର୍ଦ୍ଦେଶକୁ ତ୍ୟାଗ କରି ପୁର୍ଣ୍ଣ ହୃଦୟରେ ମୋ ପ୍ରତି ତାଙ୍କର କର୍ତ୍ତବ୍ୟ ପୂରଣ କରନ୍ତି, ମୁଁ ସେମାନଙ୍କୁ ଉଚ୍ଚତମ ଶ୍ରେଣୀର ଭକ୍ତ ଭାବରେ ବିବେଚନା କରେ ।”
ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ ।
ତାବାନ୍ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ।।୪୬।।
ଗୋଟିଏ ଛୋଟ କୂଅ ଯାହା ବି ଉଦ୍ଦେଶ୍ୟ ପୂରଣ କରେ, ଏକ ସମୁଦ୍ର ମଧ୍ୟ ସ୍ୱଭାବିକ ଭାବେ ସେହି ଉଦ୍ଦେଶ୍ୟ ପୂରଣ କରିଥାଏ । ସେହିପରି ଯେଉଁମାନଙ୍କର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily