ଯଦା ସଂହରତେ ଚାୟଂ କୂର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୮।।
ଯଦା-ଯେତେବେଳେ; ସଂହରତେ-ହଟାଇ ନିଏ; ଚ- ଏବଂ; ଅୟଂ-ଏସବୁ ; କୂର୍ମଃ-କଚ୍ଛପ; ଅଙ୍ଗାନି-ଅଙ୍ଗସବୁ; ଇବ-ଯେପରି; ସର୍ବଶଃ- ସମସ୍ତ; ଇନ୍ଦ୍ରିୟାଣି-ଇନ୍ଦ୍ରିୟ; ଇନ୍ଦ୍ରିୟ ଅର୍ଥେଭ୍ୟ-ଇନ୍ଦ୍ରିୟ ଭୋଗ୍ୟବସ୍ତୁରୁ; ତସ୍ୟ-ତା’ର; ପ୍ରଜ୍ଞା-ଚେତନା; ପ୍ରତିଷ୍ଠିତା-ସ୍ଥିତ ।
BG 2.58: ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ ଦିବ୍ୟ ଜ୍ଞାନରେ ସ୍ଥିତ ହୋଇଯାଏ ।
ଇନ୍ଦ୍ରିୟ ଲାଳସାକୁ ତୃପ୍ତ କରିବା ପାଇଁ ତାଙ୍କର ଇଚ୍ଛା ମୁତାବକ ଭୋଗ୍ୟବସ୍ତୁ ପ୍ରଦାନ କରିବା ଅଗ୍ନିରେ ଶୁଦ୍ଧ ଘିଅ ଢ଼ାଳି ତାକୁ ଲିଭାଇବାକୁ ଚେଷ୍ଟା କରିବା ସହିତ ସମାନ । କ୍ଷଣକ ପାଇଁ ନିଆଁ ହୁଏତ ଲିଭି ଯାଇପାରେ କିନ୍ତୁ ଏହା ଅଧିକ ଶକ୍ତିଶାଳୀ ହୋଇ ପ୍ରତ୍ୟାବର୍ତ୍ତନ କରେ । ସେଥିପାଇଁ ଶ୍ରୀମଦ୍ ଭାଗବତ କହେ, କାମନାର ପୂର୍ତ୍ତିରେ କାମନା ସମାପ୍ତ ହୁଏ ନାହିଁ, ସେଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ଫେରି ଆସନ୍ତି ।
ନ ଜାତୁ କାମଃ କାମାନାଂ ଉପଭୋଗେନ ଶାମ୍ୟତି
ହବିଶା କୃଷ୍ଣ-ବର୍ତ୍ମେବ ଭୂୟ ଏବାଭିବର୍ଧତେ । (୯.୧୯.୧୪)
“ଇନ୍ଦ୍ରିୟମାନଙ୍କର କାମନା ପୂର୍ଣ୍ଣ କରିବା ଦ୍ୱାରା ସେଗୁଡ଼ିକ ଶାନ୍ତ ହୁଅନ୍ତି ନାହିଁ, ଯେମିତି ଅଗ୍ନିରେ ଘୃତ ଆହୁତି ଦେଲେ ତାହା ପ୍ରଶମିତ ହୁଏ ନାହିଁ; ତା ପରିବର୍ତ୍ତେ, ଏହା ଅଗ୍ନିକୁ ଅଧିକ ପ୍ରଜ୍ୱଳିତ କରେ ।”
କାମନାକୁ ଦେହର କୁଣ୍ଡିଆ ସହିତ ତୁଳନା କରାଯାଇପାରେ । କୁଣ୍ଡିଆ ଅତ୍ୟନ୍ତ ବିରକ୍ତିକର ଏବଂ ଏହା କୁଣ୍ଡାଇବାର ଏକ ଦୁର୍ବାର ଇଚ୍ଛା ଉତ୍ପନ୍ନ କରିଥାଏ । କିନ୍ତୁ କୁଣ୍ଡାଇବା ଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ । କିଛିକ୍ଷଣ ପାଇଁ ଆରାମ ମିଳେ, କିନ୍ତୁ ପୁନର୍ବାର ସେହି ଇଚ୍ଛା ଅଧିକ ପ୍ରବଳ ହୋଇଯାଏ । ତା’ ପରିବର୍ତ୍ତେ ଯଦି ଜଣେ କୁଣ୍ଡିଆକୁ ସହ୍ୟ କରିଯାଏ, ତାହେଲେ ତାର ଦଂଶନ କମିବାରେ ଲାଗେ ଏବଂ ଧୀରେ ଧୀରେ ତାହା ସମାପ୍ତ ହୋଇଯାଏ । ଏହାହିଁ କୁଣ୍ଡିଆଠାରୁ ଶାନ୍ତି ପାଇବାର ଗୁପ୍ତତତ୍ତ୍ୱ । ସମାନ ଯୁକ୍ତି କାମନାମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ । ମନ ଏବଂ ଇନ୍ଦ୍ରିୟ ସୁଖ ପ୍ରାପ୍ତିର ଅଜସ୍ର କାମନା ଉଦ୍ରେକ କରନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ସେଗୁଡ଼ିକୁ ତୃପ୍ତ କରିବାର କ୍ରୀଡ଼ାରେ ଲିପ୍ତ ରହିଥିବା ସୁଖ ଆମ ପାଇଁ ମରିଚିକା ସଦୃଶ ଏକ ଭ୍ରମ ହୋଇ ରହିଥିବ । ଯେତେବେଳେ ଆମେ ସେହିସବୁ କାମନାକୁ ତ୍ୟାଗ କରି ଆନନ୍ଦର ଅନ୍ୱେଷଣ ଭଗବାନଙ୍କଠାରେ କରିବାରେ ଲାଗେ, ମନ ଏବଂ ଇନ୍ଦ୍ରିୟ ଆମ ସହ ଶାନ୍ତି ସ୍ଥାପନ କରନ୍ତି ।
ତେଣୁ ଜଣେ ଜ୍ଞାନୀ ମହାତ୍ମା ନିଜର ମନ ଓ ଇନ୍ଦ୍ରିୟକୁ ବୁଦ୍ଧିମତାର ସହିତ ନିୟନ୍ତ୍ରଣ କରିଥାଆନ୍ତି । ଏହି ଶ୍ଳୋକରେ ଏକ କଚ୍ଛପର ଉଦାହରଣ ଦିଆଯାଇଅଛି । ସେ ଯେତେବେଳେ କୌଣସି ବିପଦର ସମ୍ମୁଖୀନ ହୁଏ, ନିଜର ଅଙ୍ଗପ୍ରତ୍ୟଙ୍ଗ, ମୁଣ୍ଡ ଇତ୍ୟାଦିକୁ ଶରୀର ଭିତରେ ସଙ୍କୁଚିତ କରି ସେ ନିଜର ଆତ୍ମରକ୍ଷା କରିଥାଏ । ବିପଦ ଅପସରି ଗଲାପରେ ସେ ପୁନଶ୍ଚ ନିଜର ଅଙ୍ଗପ୍ରତ୍ୟଙ୍ଗ ଓ ମୁଣ୍ଡ ଇତ୍ୟାଦିକୁ ପ୍ରସାରିତ କରି ତାର ଗନ୍ତବ୍ୟ ପଥରେ ଆଗେଇ ଯାଏ । ଜ୍ଞାନୀ ଜୀବାତ୍ମା ସେହିପରି ତାଙ୍କର ମନ ଓ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି, ପରିସ୍ଥିତି ଅନୁସାରେ ତାକୁ ସଂକୁଚିତ ବା ପ୍ରସାରିତ କରିଥାଆନ୍ତି ।
ଯଦା ସଂହରତେ ଚାୟଂ କୂର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।।୫୮।।
ଏକ କଚ୍ଛପ ତା’ର ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଶରୀର ମଧ୍ୟରେ ସଙ୍କୁଚିତ କଲା ପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟବସ୍ତୁମାନଙ୍କ ଠାରୁ ନିଜର ଇନ୍ଦ୍ରିୟମାନଙ୍କୁ ଦୂରେଇ ନିଏ, ସେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily