ବାହ୍ୟସ୍ପର୍ଶେଷ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ୍ସୁଖଂ ।
ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟମଶ୍ନୁତେ ।।୨୧।।
ବାହ୍ୟ-ସ୍ପର୍ଶେଷୁ - ବାହ୍ୟ ଇନ୍ଦ୍ରିୟ-ସୁଖରେ; ଅସକ୍ତ ଆତ୍ମା- ଯିଏ ଆସକ୍ତ ନୁହେଁ; ବିନ୍ଦତି - ଉପଭୋଗ କରେ; ଆତ୍ମନି -ଆତ୍ମାରେ; ଯତ୍-ଯାହା; ସୁଖମ୍ -ସୁଖ; ସ -ସେ; ବ୍ରହ୍ମଯୋଗ-ଯୁକ୍ତ-ଆତ୍ମା -ଯେଉଁମାନେ ଯୋଗରେ ଭଗବାନଙ୍କ ସହିତ ଯୁକ୍ତ; ସୁଖମ୍-ସୁଖ; ଅକ୍ଷୟମ୍- ଅନନ୍ତ; ଅଶ୍ନୁତେ -ଅନୁଭବ କରେ ।
BG 5.21: ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ ହୋଇ, ଚିରନ୍ତନ ସୁଖ ଲାଭ କରନ୍ତି ।
ବୈଦିକ ଶାସ୍ତ୍ରସବୁ ଭଗବାନଙ୍କୁ ଅନନ୍ତ ଦିବ୍ୟ ଆନନ୍ଦର ସାଗର ଭାବରେ ବାରମ୍ବାର ବର୍ଣ୍ଣନା କରିଛନ୍ତି:
ଆନନ୍ଦୋ ବ୍ରହ୍ମେତି ବ୍ୟାଜନାତ୍ (ତୈତ୍ତିରୀୟ ଉପନିଷଦ ୩.୬)
“ଭଗବାନଙ୍କୁ ଆନନ୍ଦ ଭାବରେ ଜାଣ ।”
କେବଳାନୁଭବାନନ୍ଦ ସ୍ୱରୂପଃ ପରମେଶ୍ୱରଃ (ଭାଗବତମ୍ ୭.୬.୨୩)
“ଭଗବାନଙ୍କ ଶରୀର ବିଶୁଦ୍ଧ ଆନନ୍ଦରେ ଗଠିତ ।”
ଆନନ୍ଦ ମାତ୍ର କର ପାଦ ମୁଖୋଦରାଦି (ପଦ୍ମ ପୁରାଣ)
“ଭଗବାନଙ୍କର ହାତ, ପାଦ, ମୁଖ, ଉଦର ଇତ୍ୟାଦି ଆନନ୍ଦ ଦ୍ୱାରା ଗଠିତ ।”
ଯୋ ଆନନ୍ଦ ସିନ୍ଧୁ ସୁଖରାସୀ (ରାମାୟଣ)
“ଭଗବାନ ଆନନ୍ଦ ଓ ସୁଖର ସାଗର ଅଟନ୍ତି ।”
ଶାସ୍ତ୍ରମାନଙ୍କର ଏହି ସବୁ ମନ୍ତ୍ର ଏବଂ ଶ୍ଲୋକ ଗୁଡ଼ିକ ସିଦ୍ଧ କରିଥାଏ ଯେ ଦିବ୍ୟ ଆନନ୍ଦ ଭଗବାନଙ୍କ ବ୍ୟକ୍ତିତ୍ୱର ଗୁଣ ଅଟେ । ଯେଉଁ ଯୋଗୀ, ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଭଗବାନଙ୍କ ସହିତ ସଂଲଗ୍ନ ରଖିଥାଆନ୍ତି, ସେ ଅନ୍ତରସ୍ଥ ପରମାତ୍ମାଙ୍କର ଅନନ୍ତ ଆନନ୍ଦ ଅନୁଭବ କରିବାରେ ଲାଗିଯାଆନ୍ତି ।
ବାହ୍ୟସ୍ପର୍ଶେଷ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ୍ସୁଖଂ ।
ସ ବ୍ରହ୍ମଯୋଗଯୁକ୍ତାତ୍ମା ସୁଖମକ୍ଷୟମଶ୍ନୁତେ ।।୨୧।।
ଯେଉଁମାନେ ବାହ୍ୟ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଅନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି, ସେମାନେ ଯୋଗ ଦ୍ୱାରା ଭଗବାନଙ୍କ ସହିତ ମିଳିତ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily