ଅଧିଭୂତଂ କ୍ଷରୋ ଭାବଃ ପୁରୁଷଶ୍ଚାଧିଦୈବତମ୍ ।
ଅଧିଯଜେ୍ଞାଽହମେବାତ୍ର ଦେହେ ଦେହଭୃତାଂ ବର ।।୪।।
ଅଧିଭୂତଂ - ପରିବର୍ତ୍ତନଶୀଳ ଶରୀର; କ୍ଷରଃ - ନଶ୍ୱର; ଭାବଃ - ପ୍ରକୃତି; ପୁରୁଷଃ - ଭଗବାନଙ୍କର ବିଶ୍ୱରୂପ; ଚ - ଏବଂ; ଅଧିଦୈବତମ୍ - ଦେବତାମାନଙ୍କର ଇଷ୍ଟ; ଅଧିଯଜ୍ଞଃ - ଯଜେ୍ଞଶ୍ୱର; ଅହଂ - ମୁଁ (ଶ୍ରୀକୃଷ୍ଣ); ଏବ - ନିଶ୍ଚିତ ରୂପେ ; ଅତ୍ର - ଏହି; ଦେହେ - ଶରୀରରେ; ଦେହ-ଭୃତାଂ - ଦେହୀମାନଙ୍କର; ବର- ପରମ ।
BG 8.4: ହେ ଜୀବ ଶ୍ରେଷ୍ଠ, ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ । ପରମେଶ୍ୱରଙ୍କର ବିଶ୍ୱରୂପ, ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଅଧିଦୈବ୍ୟ କୁହାଯାଏ । ମୁଁ ,ଯିଏ କି ସମସ୍ତଙ୍କ ହୃଦୟରେ ନିବାସ କରେ ଏବଂ ଯିଏ ସମସ୍ତ ଯଜ୍ଞର ଅଧିଷ୍ଠାତା, ଅଧିଯଜ୍ଞ ଅଟେ ।
ବିଶ୍ୱର ବିବିଧ ପରିପ୍ରକାଶ, ଯାହାକି ପାଂଚଟି ତତ୍ତ୍ୱକୁ ନେଇ ଗଠିତ - ପୃଥିବୀ, ଜଳ, ତେଜ (ଅଗ୍ନି), ବାୟୁ, ଆକାଶ- ତାହାକୁ ଅଧିଭୂତ କୁହାଯାଏ । ‘ବିରାଟ ପୁରୁଷ’, ଯାହା ପରମେଶ୍ୱରଙ୍କର ବିଶ୍ୱରୂପ ଅଟେ ଏବଂ ଯାହାଙ୍କ ଠାରେ ସମସ୍ତ ଭୌତିକ ସୃଷ୍ଟି ସନ୍ନିବିଷ୍ଟ ତାଙ୍କୁ ଅଧିଦୈବ୍ୟ କୁହାଯାଏ କାରଣ ସେ ଦେବତା (ସ୍ୱର୍ଗର ଦେତବତା ଗଣ ଯିଏକି ବିଶ୍ୱର ବିଭିନ୍ନ ବିଭାଗକୁ ଶାସନ କରନ୍ତି) ମାନଙ୍କର ମଧ୍ୟ ଶାସକ ଅଟନ୍ତି । ପରବ୍ରହ୍ମ ଶ୍ରୀକୃଷ୍ଣ, ଯିଏ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରିଥାଆନ୍ତି, ତାଙ୍କୁ ଅଧିଯଜ୍ଞ କୁହାଯାଏ । ସମସ୍ତ ଯଜ୍ଞ ତାଙ୍କୁ ହିଁ ସନ୍ତୁଷ୍ଟ କରିବା ପାଇଁ କରାଯିବା ଆବଶ୍ୟକ । ଏଣୁ ସେ ସମସ୍ତ ଯଜ୍ଞର ଅଧିଷ୍ଠାତା ଦେବ ଅଟନ୍ତି ଏବଂ ସେ ହିଁ ସମସ୍ତ କର୍ମର ଫଳ ପ୍ରଦାନ କରନ୍ତି । ଏହି ଶ୍ଲୋକ ଏବଂ ତାର ପୂର୍ବବର୍ତ୍ତୀ ଶ୍ଲୋକ ଦ୍ୱାରା ଅର୍ଜୁନଙ୍କର ଛଅଟି ପ୍ରଶ୍ନର ଉତ୍ତର ଦିଆଯାଇଅଛି । ପରବର୍ତ୍ତୀ ଶ୍ଲୋକମାନଙ୍କରେ ମୃତ୍ୟୁ ସମୟ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦିଆଯାଉଅଛି ।
ଅଧିଭୂତଂ କ୍ଷରୋ ଭାବଃ ପୁରୁଷଶ୍ଚାଧିଦୈବତମ୍ ।
ଅଧିଯଜେ୍ଞାଽହମେବାତ୍ର ଦେହେ ଦେହଭୃତାଂ ବର ।।୪।।
ହେ ଜୀବ ଶ୍ରେଷ୍ଠ, ପରିବର୍ତ୍ତନଶୀଳ ଭୌତିକ ଶରୀରକୁ ଅଧିଭୂତ କୁହାଯାଏ । ପରମେଶ୍ୱରଙ୍କର ବିଶ୍ୱରୂପ, ଯିଏ ସୃଷ୍ଟିର ଦେବତାଗଣଙ୍କର ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଅଧିଦୈବ୍ୟ କୁହାଯାଏ । …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily