ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ଯୁଧ୍ୟ ଚ ।
ମୟ୍ୟର୍ପିତମନୋବୁଦ୍ଧିର୍ମାମେବୈଷ୍ୟସ୍ୟସଂଶୟମ୍ ।।୭।।
ତସ୍ମାଦ-ତେଣୁ; ସର୍ବେଷୁ-ସର୍ବଦା; କାଳେଷୁ- ସବୁସମୟରେ; ମାମ୍- ମୋତେ; ଅନୁସ୍ମର-ସ୍ମରଣ କରିଚାଲ; ଯୁଧ୍ୟ-ଯୁଦ୍ଧ କର; ଚ-ମଧ୍ୟ; ମୟି- ମୋ’ଠାରେ; ଅର୍ପିତ-ଅର୍ପିତ; ମନଃ-ମନ; ବୁଦ୍ଧିଃ-ବୁଦ୍ଧି; ମାମ୍-ମୋତେ; ଏବ-ନିଶ୍ଚିତଭାବେ; ଏଷ୍ୟସି-ପ୍ରାପ୍ତ ହେବ; ଅସଂଶୟ-ନିଃସନ୍ଦେହରୂପେ ।
BG 8.7: ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ କରିବା ଦ୍ୱାରା, ତୁମେ ନିଶ୍ଚିତ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ ।
ଏହି ଶ୍ଲୋକର ପ୍ରଥମ ପଂକ୍ତିଟି ଭଗବତ୍ ଗୀତାର ସାର ମର୍ମ ଅଟେ । ଆମ୍ଭମାନଙ୍କର ଜୀବନକୁ ଦିବ୍ୟ କରିଦେବା ପାଇଁ ଏହାର ଶକ୍ତି ରହିଛି । ଏଥିରେ କର୍ମଯୋଗର ସଂଜ୍ଞା ସନ୍ନିହିତ । ଶ୍ରୀକୃଷ୍ଣ କହୁଛନ୍ତି “ତୁମେ ନିଜର ମନକୁ ମୋ ଠାରେ ଆସକ୍ତ କର ଏବଂ ଶରୀର ଦ୍ୱାରା ତୁମର ସାଂସାରିକ କର୍ମ କର” । ଏହା ଜୀବନର ସମସ୍ତ କ୍ଷେତ୍ରର ମନୁଷ୍ୟଙ୍କ ପାଇଁ ପ୍ରଯୁଜ୍ୟ-ଡ଼ାକ୍ତର, ଇଞ୍ଜିନିୟର, ଓକିଲ, ଗୃହିଣୀ, ଛାତ୍ର ଇତ୍ୟାଦି । ଅର୍ଜୁନଙ୍କ କ୍ଷେତ୍ରରେ, ଜଣେ ଯୋଦ୍ଧା ଭାବରେ ତାଙ୍କର କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା । ସେଥିପାଇଁ ତାଙ୍କୁ ଭଗବାନଙ୍କ ଠାରେ ମନ ଲଗାଇ ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କେତେକ ବ୍ୟକ୍ତି ଆଧ୍ୟାତ୍ମିକ ଜୀବନଯାପନ କରିବା ବାହାନାରେ ନିଜର ସାଂସାରିକ କର୍ତ୍ତବ୍ୟରେ ଅବହେଳା କରନ୍ତି । ଆଉ କେତେକ ସାଂସାରିକ କର୍ମର ବ୍ୟସ୍ତତା ଦେଖାଇ ଆଧ୍ୟାତ୍ମିକ ମାର୍ଗରୁ ଦୂରରେ ରହନ୍ତି । ଲୋକେ ଏପରି ମଧ୍ୟ ବିଶ୍ୱାସ କରନ୍ତି ଯେ, ଆଧ୍ୟାତ୍ମିକ ଏବଂ ସାଂସାରିକ କର୍ମ ପରସ୍ପର ବିରୋଧି ଅଟନ୍ତି । କିନ୍ତୁ ଭଗବାନଙ୍କ ବାଣୀ ହେଉଛି ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନକୁ ପବିତ୍ର କରିବା ।
ଏହିପରି ଭାବରେ ଆମେ ଯେତେବେଳେ କର୍ମ ଯୋଗର ଅଭ୍ୟାସ କରିବା, ସାଂସାରିକ କର୍ମ ଅବହେଳିତ ହେବନାହିଁ, କାରଣ ଶରୀର ସେଥିରେ ନିୟୋଜିତ ରହିଥିବ । ମନ ଯେହେତୁ ମନ ଭଗବାନଙ୍କ ଠାରେ ଆସକ୍ତ ରହିଥିôବ, କର୍ମର ନିୟମ ଅନୁଯାୟୀ, ସେହିସବୁ କର୍ମ ବନ୍ଧନକାରକ ହେବ ନାହିଁ । ଆସକ୍ତି ଯୁକ୍ତ କର୍ମ ହିଁ ବନ୍ଧନକାରକ ହୋଇଥାଏ । ଯେତେବେଳେ ଆସକ୍ତି ନ ଥାଏ, ସାଂସାରିକ ନିୟମ ଅନୁଯାୟୀ ମଧ୍ୟ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଏ ନାହିଁ । ଉଦାହରଣ ସ୍ୱରୂପ, ମନେକରନ୍ତୁ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ହତ୍ୟା କରିଦେଲା ଏବଂ ତାକୁ ବିଚରାଳୟକୁ ଅଣାଗଲା । ବିଚାରପତି ତାଙ୍କୁ ପଚାରିଲେ “ତୁମେ କ’ଣ ତାଙ୍କୁ ହତ୍ୟା କରିଛ?” ବ୍ୟକ୍ତି ଜଣକ କହିଲା, “ହଁ ମହାଶୟ, କୌଣସି ସାକ୍ଷୀଙ୍କର ଆବଶ୍ୟକତା ନାହିଁ, ମୁଁ ସ୍ୱୀକାର କରୁଛି ଯେ ମୁଁ ତାକୁ ହତ୍ୟା କରିଛି ।” “ତାହେଲେ ତୁମେ ଦଣ୍ଡ ପାଇବ” । “ନା ମହାଶୟ, ଆପଣ ମୋତେ ଦଣ୍ଡ ଦେଇପାରିବେ ନାହିଁ ।” କାହିଁକି? କାରଣ ମୋର ତାକୁ ମାରିବାର ଉଦ୍ଦେଶ୍ୟ ନଥିଲା । ମୁଁ ରାସ୍ତାର ଠିକ୍ ପାଶ୍ୱର୍ରେ କାର ଚଳାଉଥିଲି, ଗତି ସୀମା ମଧ୍ୟ ଠିକ୍ ଥିଲା ଓ ମୁଁ ଆଗକୁ ଚାହିଁଥିଲି । ମୋର ବ୍ରେକ୍, ଷ୍ଟିଅରିଂ ସବୁ କିଛି ଠିକ୍ ଥିଲା । ସେହି ଲୋକଟି ହଠାତ୍ ମୋ କାର ସମ୍ମୁଖକୁ ଦଉଡ଼ି ଆସିଲା । ମୁଁ କ’ଣ କରିଥାଆନ୍ତି । ବ୍ୟକ୍ତି ଜଣକର ଓକିଲ ଯଦି ଏହା ସିଦ୍ଧ କରିପାରିବେ ଯେ ବାସ୍ତବରେ ତାର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା, ତେବେ ବିଚାରପତି ତାକୁ ସାମାନ୍ୟତମ ଦଣ୍ଡ ଦେଇ, ମୁକ୍ତ କରିଦେବେ ।
ଉପରୋକ୍ତ ଉଦାହରଣରେ ଆମେ ଦେଖିବାକୁ ପାଇଲେ ଯେ, ସଂସାରରେ ମଧ୍ୟ ଯଦି କୌଣସି କର୍ମ ଉଦ୍ଦେଶ୍ୟ ରହିତ (ଆସକ୍ତି ରହିତ) ଭାବରେ କରାଯାଇ ଥାଏ, ତେବେ ଆମେ ସେଥିପାଇଁ ଉତ୍ତରଦାୟୀ ହୋଇ ନଥାଏ । ସେହି ସିଦ୍ଧାନ୍ତ କର୍ମର ନିୟମରେ ମଧ୍ୟ ପ୍ରଯୁଜ୍ୟ । ସେଥିପାଇଁ, ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶରେ, ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ଯୁଦ୍ଧ ଶେଷରେ ଶ୍ରୀକୃଷ୍ଣ ମନ୍ତବ୍ୟ ଦେଲେ, “ଅର୍ଜୁନ କୌଣସି ପାପ କର୍ମ କରିନାହାନ୍ତି” । ସେ ଯଦି ସାଂସାରିକ ଐଶ୍ୱର୍ଯ୍ୟ ବା ଯଶ ପାଇଁ ଯୁଦ୍ଧ କରିଥାଆନ୍ତେ, ତା’ହେଲେ ସେ କର୍ମ ବନ୍ଧନରେ ପଡ଼ିଥାଆନ୍ତେ । କିନ୍ତୁ ତାଙ୍କର ମନ ଶ୍ରୀକୃଷ୍ଣଙ୍କ ଠାରେ ସଂଲଗ୍ନ ରହିଥିଲା ଏବଂ ସେ ଆସକ୍ତିରହିତ ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ । ତେଣୁ ସେ ଯାହା ବି କରୁଥିଲେ, ତାହା ଶୂନ୍ରେ ଗୁଣିତ ହେଉଥିଲା । ଆପଣ ଏକ ନିୟୁତକୁ ଶୂନ୍ରେ ଗୁଣନ କଲେ, ଗୁଣଫଳ ଶୂନ୍ ହିଁ ଆସିବ ।
କର୍ମଯୋଗର ଶର୍ତ୍ତ ଏହି ଶ୍ଲୋକରେ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଯାଇଛି । ମନ ସର୍ବଦା ଭଗବାନଙ୍କର ଚିନ୍ତନରେ ନିୟୋଜିତ ରହିବା ଆବଶ୍ୟକ । ଭଗବାନଙ୍କୁ ଭୁଲିଯିବା ମାତ୍ରେ ମନ ମାୟା ସୈନ୍ୟବାହିନୀର ପ୍ରବଳ ପ୍ରତାପୀ ସେନାପତି - କାମ, କ୍ରୋଧ, ଲୋଭ, ଈର୍ଷା, ଘୃଣା ଇତ୍ୟାଦିଙ୍କର ଆକ୍ରମଣ ଘେରକୁ ଆସିଯାଏ । ସୁତରାଂ, ମନକୁ ସର୍ବଦା ଭଗବାନଙ୍କଠାରେ ସଂଲଗ୍ନ ରଖିବା ବହୁତ ଆବଶ୍ୟକ ଅଟେ । ଅଧିକାଂଶତଃ ଲୋକେ ଦାବି କରନ୍ତି ଯେ ସେମାନେ କର୍ମଯୋଗୀ ଅଟନ୍ତି, କାରଣ ସେମାନେ ଉଭୟ କର୍ମ ଏବଂ ଯୋଗ କରୁଛନ୍ତି । ଦିନର ଅଧିକାଂଶ ସମୟ ସେମାନେ କର୍ମ କରନ୍ତି ଏବଂ ଅଳ୍ପ କେତେ ସମୟ ସେମାନେ ଯୋଗ (ଭଗବାନଙ୍କର ଧ୍ୟାନ) କରନ୍ତି । କିନ୍ତୁ ଏହା, ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ପ୍ରଦାନ କରିଥିବା କର୍ମଯୋଗର ସଂଜ୍ଞା ନୁହେଁ । ସେ କହୁଛନ୍ତି:
୧. କର୍ମ କରୁଥିବା ସମୟରେ ମଧ୍ୟ ମନ ସର୍ବଦା ଭଗବାନଙ୍କର ଚିନ୍ତନରେ ନିୟୋଜିତ ରହିବା ଆବଶ୍ୟକ ।
୨. ଭଗବାନଙ୍କର ସ୍ମରଣ ବେଳେବେଳେ ନ ହୋଇ ଦିନସାରା ସର୍ବଦା ହେବା ଆବଶ୍ୟକ ।
ସନ୍ଥ କବୀର ଏହାକୁ ତାଙ୍କର ବିଖ୍ୟାତ ପଦ୍ୟାବଳୀରେ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି -
“ସୁମରିନ କି ସୁଧି ୟୋଁ କରୋ, ଜ୍ୟୋଁ ଗାଗର ପନିହାର । ବୋଲତ ଡ଼ୋଲତ ସୁରତି ମେଁ, କହେ କବୀର ବିଚାର ।।”
“ଗ୍ରାମ୍ୟ ରମଣୀମାନେ ଯେପରି ମୁଣ୍ଡ ଉପରେ ପାଣି ମାଠିଆ ଧରି, ପରସ୍ପର ସହିତ ଗପସପ କରି ସ୍ୱଚ୍ଛନ୍ଦରେ ବାଟ ଚାଲୁଥାଆନ୍ତି, ଅଥଚ ସେମାନଙ୍କର ଧ୍ୟାନ ପାଣି ମାଠିଆରେ କେନ୍ଦ୍ରସ୍ଥ ଥାଏ, ସେହିପରି କର୍ମ କରୁଥିବା ସମୟରେ ଭଗବାନଙ୍କର ସ୍ମରଣ କର ।” ସେ ଅନ୍ୟ ସହିତ କଥାବାର୍ତ୍ତା କରୁଥାଏ ଓ ରାସ୍ତାରେ ଚାଲୁଥାଏ । କିନ୍ତୁ ତାର ଧ୍ୟାନ ସର୍ବଦା ତା ମାଠିଆରେ ଥାଏ । ପରବର୍ତ୍ତୀ ଶ୍ଳୋକରେ ଶ୍ରୀକୃଷ୍ଣ କର୍ମଯୋଗ ପାଳନ କରିବାରୁ ପରିଣାମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।”
ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ଯୁଧ୍ୟ ଚ ।
ମୟ୍ୟର୍ପିତମନୋବୁଦ୍ଧିର୍ମାମେବୈଷ୍ୟସ୍ୟସଂଶୟମ୍ ।।୭।।
ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily