Bhagavad Gita: Chapter 14, Verse 21

ଅର୍ଜୁନ ଉବାଚ
କୈର୍ଲିଙ୍ଗୈସ୍ତ୍ରୀନ୍‌ଗୁଣାନେତାନତୀତୋ ଭବତି ପ୍ରଭୋ ।
କିମାଚାରଃ କଥଂ ଚୈତାଂସ୍ତ୍ରୀନ୍‌ଗୁଣାନତିବର୍ତତେ ।।୨୧।।

ଅର୍ଜୁନ ଉବାଚ- ଅର୍ଜୁନ କହିଲେ; କୈଃ- କେଉଁ; ଲିଙ୍ଗୈଃ-ଲକ୍ଷଣଦ୍ୱାରା ;ତ୍ରୀନ୍‌- ତିନି; ଗୁଣାନ୍‌-ଗୁଣ; ଏତାନ୍‌-ଏସବୁ; ଅତୀତଃ-ଅତିକ୍ରମ କରି; ଭବତି- ହୁଏ; ପ୍ରଭୋ- ହେ ପ୍ରଭୁ !; କିଂ -କ’ଣ; ଆଚାରଃ-ଆଚାର ବ୍ୟବହାର; କଥଂ-କିପରି; ଚ-ଏବଂ; ଏତାନ୍‌-ଏସବୁ; ତ୍ରୀନ୍‌-ତିନି; ଗୁଣାନ୍‌-ଗୁଣ; ଅତିବର୍ତତେ-ଅତିକ୍ରମ କରାଯାଏ ।

Translation

BG 14.21: ଅର୍ଜୁନ ପ୍ରଶ୍ନ କଲେ: ହେ ପ୍ରଭୁ ! ଯେଉଁମାନେ ତ୍ରିଗୁଣ ଅତିକ୍ରମ କରିଛନ୍ତି, ସେମାନଙ୍କର ଲକ୍ଷଣ କ’ଣ ? ସେମାନେ ଗୁଣଗୁଡ଼ିକର ବନ୍ଧନରୁ ଊର୍ଦ୍ଧ୍ୱକୁ କିପରି ଗଲେ ?

Commentary

ତ୍ରିଗୁଣକୁ ଅତିକ୍ରମ କରିବା ବିଷୟରେ ଶ୍ରୀକୃଷ୍ଣଙ୍କ ଠାରୁ ଶୁଣିବା ପରେ, ଅର୍ଜୁନ ବର୍ତ୍ତମାନ ସେହି ବିଷୟରେ ତିନିଗୋଟି ପ୍ରଶ୍ନ କରୁଛନ୍ତି । ଲିଙ୍ଗୈସ୍ ଶବ୍ଦର ଅର୍ଥ ‘ଲକ୍ଷଣ’ । ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି: “ଯେଉଁମାନେ ତ୍ରିଗୁଣକୁ ଅତିକ୍ରମ କରିଛନ୍ତି, ତାଙ୍କର ଲକ୍ଷଣ କ’ଣ ?” ଆଚାରଃ ଶବ୍ଦର ଅର୍ଥ ‘ଆଚରଣ’ ଅଟେ । ଅର୍ଜୁନଙ୍କର ଦ୍ୱିତୀୟ ପ୍ରଶ୍ନ ହେଉଛି: “ସେହି ବ୍ୟକ୍ତିମାନେ କିପରି ଆଚରଣ ପ୍ରଦର୍ଶନ କରନ୍ତି ?” ଅତିବର୍ତତେ ଶବ୍ଦର ଅର୍ଥ ହେଉଛି “ଅତିକ୍ରମ” । ସେ ପଚାରୁଥିବା ତୃତୀୟ ପ୍ରଶ୍ନ ହେଉଛି: “ଜଣେ କିପରି ତ୍ରିଗୁଣକୁ ଅତିକ୍ରମ କରିବ ?” ଶ୍ରୀକୃଷ୍ଣ ବ୍ୟବସ୍ଥିତ ଢ଼ଙ୍ଗରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଛନ୍ତି ।