Bhagavad Gita: Chapter 17, Verse 19

ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ ।
ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ ।।୧୯।।

ମୂଢ଼ -ନିର୍ବୋଧ; ଗ୍ରାହେଣ -ଚେଷ୍ଟାକରି; ଆତ୍ମନଃ -ନିଜ ଆତ୍ମାର; ଯତ୍‌- ଯାହା; ପୀଡ଼ୟା -କଷ୍ଟ ଦେଇ; କ୍ରିୟତେ - କରାଯାଏ; ତପଃ -ତପସ୍ୟା; ପରସ୍ୟ -ଅନ୍ୟର; ଉତ୍ସାଦନାର୍ଥଂ -ହାନି କରି; ବା -କିମ୍ବା; ତତ୍‌-ତାହା; ତାମସଂ -ତମୋଗୁଣୀ; ଉଦାହୃତମ୍‌- କୁହାଯାଏ ।

Translation

BG 17.19: ଯେଉଁମାନଙ୍କର କୌଣସି ବିଷୟରେ ଧାରଣା ସ୍ପଷ୍ଟ ନ ଥାଏ, ସେମାନେ ନିଜ ଶରୀରକୁ କଷ୍ଟ ଦେଇ ଏବଂ ଅନ୍ୟମାନଙ୍କର ହାନି କରି ଯେଉଁ ତପସ୍ୟା କରିଥାଆନ୍ତି, ତାହାକୁ ତମୋଗୁଣୀ ତପସ୍ୟା କୁହାଯାଏ ।

Commentary

ମୂଢ଼ ଗ୍ରାହେଣାତ୍ ଶବ୍ଦ ଏଠାରେ ସେମାନଙ୍କ ଉପଲକ୍ଷ୍ୟରେ କୁହାଯାଇଛି, ଯେଉଁମାନଙ୍କର କୌଣସି ବିଷୟରେ ସ୍ପଷ୍ଟ ଧାରଣା ନ ଥାଏ ଏବଂ ଯେଉଁମାନେ ଶାସ୍ତ୍ରର ନିର୍ଦ୍ଦେଶକୁ ସମ୍ମାନ ନ ଦେଇ, ଶରୀରର କ୍ଷମତା ପ୍ରତି ଦୃଷ୍ଟି ନ ଦେଇ ତପସ୍ୟା ନାମରେ ନିଜ ଶରୀରକୁ ଅତିଶୟ ଯାତନା ଦେବା ସହିତ ଅନ୍ୟକୁ ମଧ୍ୟ ଆଘାତ ଦେଇଥାଆନ୍ତି । ଏପରି ତପସ୍ୟାରୁ କୌଣସି ସୁଫଳ ମିଳି ନ ଥାଏ । ଏହା ଶାରୀରିକ ଚେତନାରେ ସମ୍ପାଦିତ ହୋଇଥାଏ ଏବଂ ବ୍ୟକ୍ତିତ୍ୱର ଅଶିଷ୍ଟତାର ପ୍ରଚାର କରିଥାଏ ।