Bhagavad Gita: Chapter 17, Verse 24

ତସ୍ମାଦ୍ ଓଁ ଇତ୍ୟୁଦାହୃତ୍ୟ ଯଜ୍ଞଦାନତପଃକ୍ରିୟାଃ ।
ପ୍ରବର୍ତନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମବାଦିନାମ୍ ।।୨୪।।

ତସ୍ମାତ୍ - ତେଣୁ; ଓଁ -ପବିତ୍ର ଧ୍ୱନି ଓଁ; ଇତି - ଏହିପରି; ଉଦାହୃତ୍ୟ- ଉଚ୍ଚାରଣ କରି; ଯଜ୍ଞ - ଯଜ୍ଞ; ଦାନ-ଦାନ; ତପଃ - ତପସ୍ୟା; କ୍ରିୟାଃ -କର୍ମ; ପ୍ରବର୍ତନ୍ତେ -ଆରମ୍ଭ ହୁଏ; ବିଧାନ-ଉକ୍ତାଃ -ଶାସ୍ତ୍ରନିର୍ଦ୍ଦେଶ ଅନୁଯାୟୀ; ସତତଂ -ସର୍ବଦା; ବ୍ରହ୍ମ-ବାଦିନାମ୍ -ବେଦର ବ୍ୟାଖ୍ୟାକାରୀ ।

Translation

BG 17.24: ତେଣୁ ବୈଦିକ ଆଦେଶନୁସାରେ ଯଜ୍ଞ, ଦାନ କିମ୍ବା ତପସ୍ୟା କଲାବେଳେ ବେଦଜ୍ଞ ପୁରୁଷଗଣ ଓଁ ଶବ୍ଦ ଉଚ୍ଚାରଣ ପୂର୍ବକ ସେସବୁର ପ୍ରାରମ୍ଭ କରିଥାନ୍ତି ।

Commentary

ଓଁ ଶବ୍ଦାଂଶଟି ନିରାକାର ବ୍ରହ୍ମଙ୍କର ପ୍ରତୀକାତ୍ମକ ପ୍ରତିନିଧିତ୍ୱ ଅଟେ । ଏହାକୁ ନିରାକାର ବ୍ରହ୍ମଙ୍କର ନାମ ଭାବରେ ମଧ୍ୟ ବିବେଚିତ କରାଯାଏ । ଏହା ସୃଷ୍ଟିରେ ବ୍ୟାପ୍ତଥିବା ଅନାଦି ନାଦ ଅଟେ । ଏହାର ସଠିକ୍ ଉଚ୍ଚାରଣ : ‘ଅଅଅ’କୁ ମୁହଁ ଖୋଲି, ‘ଉଉଉ’କୁ ଦୁଇ ଓଠ ଏକତ୍ର କରି ଏବଂ ‘ମମମ’କୁ ଓଠ ବନ୍ଦ କରି କରାଯାଇଥାଏ । ଏହାକୁ ବୀଜ ମନ୍ତ୍ର ଭାବରେ ଅନେକ ବେଦ ମନ୍ତ୍ରର ଆରମ୍ଭରେ ରଖାଯାଇଥାଏ, ଯାହା ପବିତ୍ରତାର ସୂଚକ ଅଟେ ।