Bhagavad Gita: Chapter 17, Verse 21

ଯତ୍ତୁ ପ୍ରତ୍ୟୁପକାରାର୍ଥଂ ଫଳମୁଦ୍ଦିଶ୍ୟ ବା ପୁନଃ ।
ଦୀୟତେ ଚ ପରିକ୍ଲିଷ୍ଟଂ ତଦ୍ଦାନଂ ରାଜସଂ ସ୍ମୃତମ୍ ।।୨୧।।

ଯତ୍ -ଯାହା; ତୁ- କନ୍ତୁ; ପ୍ରତି-ଉପକାର ଅର୍ଥଂ - ପ୍ରତ୍ୟୁପକାର ଆଶାରେ; ଫଳଂ- ଫଳ; ଉଦ୍ଦିଶ୍ୟ -କାମନା କରି; ବା-କିମ୍ବା; ପୁନଃ-ପୁନଶ୍ଚ; ଦୀୟତେ - ଦାନ ଦିଆଯାଏ; ଚ-ଏବଂ; ପରିକ୍ଲିଷ୍ଟଂ -କୁଣ୍ଠିତ ଚିତ୍ତରେ; ତତ୍‌- ସେହି; ଦାନଂ-ଦାନ; ରାଜସଂ -ରାଜସିକ; ସ୍ମୃତମ୍ - କୁହାଯାଏ ।

Translation

BG 17.21: କିନ୍ତୁ ଅନିଚ୍ଛା ସତ୍ତ୍ୱେ, ପ୍ରତିଦାନ ଆଶାରେ କିମ୍ବା ପୁରସ୍କାରର ଅଭିଳାଷ ରଖି ଦିଆଯାଇଥିବା ଦାନକୁ ରାଜସିକ ଦାନ ଭାବରେ ଅଭିହିତ କରାଯାଏ ।

Commentary

କେହି ଦାନ ମାଗି ନ ଥିବା ସତ୍ତ୍ୱେ, ସ୍ୱେଚ୍ଛାକୃତ ଭାବରେ ଯେଉଁ ଦାନ କରାଯାଇ ଥାଏ, ଦାନ କରିବାର ସେହି ମନୋଭାବ ଶ୍ରେଷ୍ଠ ଅଟେ । କାହାର ଅନୁରୋଧ ରକ୍ଷାକରି ଦାନ ଦେବା, ଦ୍ୱିତୀୟ ଶ୍ରେଷ୍ଠ ମନୋଭାବ ଅଟେ । କାହାର ନିର୍ଦ୍ଦେଶରେ କୁଣ୍ଠିତ ଚିତ୍ତରେ, “ମୁଁ ଏତେ ଅଧିକ କାହିଁକି ଦେବି? କମ୍ ଦେଇ ମୁଁ ନିସ୍ତାର ପାଇଥାନ୍ତି,” ଇତ୍ୟାଦି ମନୋଭାବଯୁକ୍ତ ହୋଇ ଦାନ କରିବା ତୃତୀୟ ଶ୍ରେଣୀର ଦାନ ଭାବରେ ପରିଗଣିତ ହୁଏ । ଶ୍ରୀକୃଷ୍ଣ ଏହାକୁ ରାଜସିକ ଦାନର ଶ୍ରେଣୀଭୁକ୍ତ କରିଛନ୍ତି ।