Bhagavad Gita: Chapter 17, Verse 11

ଅଫଳାକାଙ୍‌କ୍ଷିଭିର୍ଯଜେ୍ଞା ବିଧିଦୃଷ୍ଟୋ ଯ ଇଜ୍ୟତେ ।
ଯଷ୍ଟବ୍ୟମେବେତି ମନଃ ସମାଧାୟ ସ ସାତ୍ତ୍ୱିକଃ ।।୧୧।।

ଅଫଳ-ଆକାଙ୍‌କ୍ଷିଭିଃ - ଫଳାକାଙ୍‌କ୍ଷାଶୂନ୍ୟ; ଯଜ୍ଞଃ - ଯଜ୍ଞ; ବିଧି-ଦୃଷ୍ଟଃ - ଶାସ୍ତ୍ର ବିଧିସମ୍ମତ; ଯଃ -ଯାହା; ଇଦ୍ୟତେ- ଅନୁଷ୍ଠାନ କରାଯାଏ; ଯଷ୍ଟବ୍ୟମ୍‌-ଏବ-ଇତି -ସମର୍ପିତ କରାଯିବା ଉଚିତ୍‌; ମନଃ -ମନ; ସମାଧାୟ -ବିଶ୍ୱାସର ସହିତ; ସ -ତାହା; ସାତ୍ତ୍ୱିକଃ - ସାତ୍ତ୍ୱିକ ଗୁଣ ।

Translation

BG 17.11: ଯେଉଁ ଯଜ୍ଞ ଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ଦୃଢ଼ ବିଶ୍ୱାସର ସହିତ କୌଣସି ଫଳାସକ୍ତି ନ ରଖି କର୍ତ୍ତବ୍ୟ ଦୃଷ୍ଟିରୁ ସମ୍ପାଦିତ ହୋଇଥାଏ, ତାହା ସ୍ୱାତ୍ତିକ ଗୁଣଯୁକ୍ତ ଅଟେ ।

Commentary

ଯଜ୍ଞର ପ୍ରକାର ମଧ୍ୟ ତିନି ଗୁଣ ଅନୁସାରେ ହୋଇଥାଏ । ଶ୍ରୀକୃଷ୍ଣ ସାତ୍ତ୍ୱିକ ଗୁଣଯୁକ୍ତ ଯଜ୍ଞ ବିଷୟରେ ବର୍ଣ୍ଣନା ଆରମ୍ଭ କରିଛନ୍ତି । ଅଫଳ-ଆକାଂକ୍ଷିଭିଃ ଅର୍ଥାତ୍ କୌଣସି ଫଳ ଆଶା ନ ରଖି ଯଜ୍ଞ କରାଯିବା ଉଚିତ । ବିଧି ଦୃଷ୍ଟଃର ଅର୍ଥ ଏହା ଶାସ୍ତ୍ର ନିୟମ ଅନୁଯାୟୀ କରାଯିବା ଆବଶ୍ୟକ । ଯଷ୍ଟବ୍ୟମ୍ ଏବୈତି ର ଅର୍ଥ, ଏହା ଶାସ୍ତ୍ର ନିର୍ଦ୍ଦେଶ ଅନୁସାରେ କେବଳ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହେବା ଉଚିତ୍ । ଏହି ପ୍ରକାର ଯଜ୍ଞର ଅନୁଷ୍ଠାନ ସାତ୍ତ୍ୱିକ ଶ୍ରେଣୀଭୁକ୍ତ ଅଟେ ।