Bhagavad Gita: Chapter 17, Verse 17

ଶ୍ରଦ୍ଧୟା ପରୟା ତପ୍ତଂ ତପସ୍ତତ୍ ତ୍ରିବିଧଂ ନରୈଃ ।
ଅଫଳାକାଙ୍‌କ୍ଷିଭିର୍ଯୁକ୍ତୈଃ ସାତ୍ତ୍ୱିକଂ ପରିଚକ୍ଷ୍ୟତେ ।।୧୭।।

ଶ୍ରଦ୍ଧୟା - ଶ୍ରଦ୍ଧାରେ; ପରୟା - ଦିବ୍ୟ; ତପ୍ତଂ -ଅଭ୍ୟସ୍ତ; ତପଃ - ତପସ୍ୟା; ତତ୍ -ତାହା; ତ୍ରି-ବିଧଂ- ତିନିପ୍ରକାର; ନରୈଃ - ମନୁଷ୍ୟମାନଙ୍କ ଦ୍ୱାରା; ଅଫଳାକାଙ୍‌କ୍ଷିଭିଃ - ଫଳାସକ୍ତି ରହିତ; ଯୁକ୍ତୈଃ -ସ୍ଥିର; ସାତ୍ତ୍ୱିକଂ - ସାତ୍ତ୍ୱିକ; ପରିଚକ୍ଷ୍ୟତେ - କୁହାଯାଏ ।

Translation

BG 17.17: ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ ତପସ୍ୟା ଭାବରେ ଅଭିହିତ କରାଯାଏ ।

Commentary

ଶରୀର, ମନ ଓ ବାଣୀର ସଂଯମ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ସାତ୍ତ୍ୱିକ ସ୍ୱଭାବଯୁକ୍ତ ହୋଇ ଆଚରଣ କରାଯାଉଥିବା ସଂଯମର ଲକ୍ଷଣ ନିର୍ଦ୍ଦେଶ କରୁଛନ୍ତି । ସେ କହୁଛନ୍ତି ଯେ ତପସ୍ୟା ଆଚରଣରେ ଯେତେବେଳେ କୌଣସି ଭୌତିକ ଲାଭର ଆଶା ରହିଥାଏ, ତା’ର ପବିତ୍ରତା ନଷ୍ଟ ହୋଇଯାଏ । ଏହା ଫଳାସକ୍ତି ରହିତ ହୋଇ ନିଷ୍କାମ ଭାବରେ କରାଯିବା ଆବଶ୍ୟକ । ତା ସହିତ ଉଭୟ ସଫଳତା ଓ ବିଫଳତାରେ ଏହା ପ୍ରତି ଶ୍ରଦ୍ଧା ଅତୁଟ ରହିବା ଆବଶ୍ୟକ ଏବଂ ଆଳସ୍ୟ ଓ ଅସୁବିଧା ଯୋଗୁଁ ଏହାକୁ ତ୍ୟାଗ କରିବା ଉଚିତ ନୁହେଁ ।