Bhagavad Gita: Chapter 16, Verse 17

ଆତ୍ମସମ୍ଭାବିତାଃ ସ୍ତବ୍‌ଧା ଧନମାନମଦାନ୍ୱିତାଃ ।
ଯଜନ୍ତେ ନାମଯଜେ୍ଞୌସ୍ତେ ଦମ୍ଭେନାବିଧିପୂର୍ବକମ୍ ।।୧୭।।

ଆତ୍ମ-ସମ୍ଭାବିତାଃ - ଆତ୍ମାଭିମାନୀ; ସ୍ତବ୍ଧା - ଅବିବେକୀ ବା ଧୃଷ୍ଟ; ଧନ -ଧନ;ମାନ -ସମ୍ମାନ; ମଦ -ଗର୍ବ; ଅନ୍ୱିତାଃ -ପରିପୂର୍ଣ୍ଣ; ଯଜନ୍ତେ -ଯଜ୍ଞାନୁଷ୍ଠାନ କରନ୍ତି; ନାମ -ନାମକୁ ମାତ୍ର; ଯଜେ୍ଞୌଃ -ଯଜ୍ଞ; ତେ- ସେମାନେ; ଦମ୍ଭେନ -ଆଡମ୍ବରପୂର୍ଣ୍ଣ ଭାବରେ ; ଅବିଧି ପୂର୍ବକମ୍ - ଶାସ୍ତ୍ରର ବିଧି-ବିଧାନ ଅନୁସରଣ ନ କରି ।

Translation

BG 16.17: ଏହିପରି ଆତ୍ମାଭିମାନୀ ଏବଂ ଦାମ୍ଭିକ ବ୍ୟକ୍ତିମାନେ ଧନର ଗର୍ବରେ ଉଦ୍ଧତ ହୋଇ, ଶାସ୍ତ୍ର ବିଧି ଅନୁସରଣ ନ କରି, କେବଳ ନାମକୁ ମାତ୍ର ଆଡ଼ମ୍ବରପୂର୍ଣ୍ଣ ଯଜ୍ଞର ଅନୁଷ୍ଠାନ କରିଥାନ୍ତି ।

Commentary

ଧାର୍ମିକ ବ୍ୟକ୍ତିମାନେ ନିଜକୁ ଶୁଦ୍ଧ ଏବଂ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କରିଥାନ୍ତି । ବିଡ଼ମ୍ବନା ଏହା ଯେ ସେହି ଯଜ୍ଞ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟରେ କରିଥାନ୍ତି । ସେମାନେ ବହୁ ଆଡ଼ମ୍ବରରେ କର୍ମକାଣ୍ଡର ଅନୁଷ୍ଠାନ କରିଥାନ୍ତି, ଯେପରିକି ସମାଜ ଆଖିରେ ସେମାନେ ଧାର୍ମିକ ଦେଖାଯିବେ, କିନ୍ତୁ ସେମାନେ ଶାସ୍ତ୍ରବିଧିର ଅନୁସରଣ କରନ୍ତି ନାହିଁ । ସେମାନେ ନିଜର ପ୍ରଚାର ଏବଂ ଛଳନାତ୍ମକ ପ୍ରଦର୍ଶନ ପାଇଁ ଯଜ୍ଞ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ: ଗୂହିତସ୍ୟ ଭବେଦ୍ ବୃଦ୍ଧିଃ କୀର୍ତିତସ୍ୟ ଭବେତ୍ କ୍ଷୟଃ (ମହାଭାରତ) “ଯଦି ଆମେ କରିଥିବା କୌଣସି ମହତ୍ କର୍ମର ପ୍ରଚାର କରୁ, ତା’ହେଲେ ତାହାର ମୂଲ୍ୟ କ୍ଷୟ ହୋଇଥାଏ; କିନ୍ତୁ ଯଦି ତାହାକୁ ଆମେ ଗୁପ୍ତ ରଖୁ, ତାହାର ମହତ୍ୱ ବୃଦ୍ଧିପାଏ ।” ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଆସୁରିକ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା କର୍ମକାଣ୍ଡ ଅନୁଷ୍ଠାନକୁ ତ୍ରୁଟୀପୂର୍ଣ୍ଣ କହି ବରଖାସ୍ତ କରିଛନ୍ତି ।