Bhagavad Gita: Chapter 13, Verse 35

କ୍ଷେତ୍ରକ୍ଷେତ୍ରଜ୍ଞୟୋରେବମନ୍ତରଂ ଜ୍ଞାନଚକ୍ଷୁଷା ।
ଭୂତପ୍ରକୃତିମୋକ୍ଷଂ ଚ ଯେ ବିଦୁର୍ଯାନ୍ତି ତେ ପରମ୍ ।।୩୫।।

କ୍ଷେତ୍ର-ଶରୀର; କ୍ଷେତ୍ରଜ୍ଞୟୋଃ- ଶରୀରର ଜ୍ଞାତା; ଏବଂ-ଏହିପରି; ଅନ୍ତରଂ-ପାର୍ଥକ୍ୟ; ଜ୍ଞାନ-ଚକ୍ଷୁଷା -ଜ୍ଞାନ ଚକ୍ଷୁରେ; ଭୂତ-ଜୀବ; ପ୍ରକୃତିମୋକ୍ଷଂ- ଭୂତପ୍ରକୃତିରୁ ମୁକ୍ତି; ଚ-ଏବଂ; ଯେ-ଯେଉଁମାନେ; ବିଦୁଃ-ଜାଣନ୍ତି; ଯାନ୍ତି- ପହଞ୍ଚନ୍ତି; ତେ-ସେମାନେ; ପରମ୍‌-ପରମ ।

Translation

BG 13.35: ଯେଉଁ ବ୍ୟକ୍ତିମାନେ ଜ୍ଞାନ ଚକ୍ଷୁରେ, ଶରୀର ଏବଂ ଶରୀରର ଜ୍ଞାତା ମଧ୍ୟରେ ପାର୍ଥକ୍ୟ ଏବଂ ଭୌତିକ ପ୍ରକୃତିରୁ ମୁକ୍ତ ହେବାର ଉପାୟ ଦର୍ଶନ କରିପାରନ୍ତି, ସେମାନେ ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।

Commentary

ବର୍ତ୍ତମାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ଶୈଳୀରେ କ୍ଷେତ୍ର ଏବଂ କ୍ଷେତ୍ରଜ୍ଞଙ୍କ ବିଷୟରେ ଯାହାସବୁ କହିଥିଲେ, ତା’ର ସାରାଂଶ କହି ବିଷୟଟି ଶେଷ କରିବାକୁ ଯାଉଛନ୍ତି । ମାୟିକ କ୍ଷେତ୍ର (କର୍ମକ୍ଷେତ୍ର) ଏବଂ ଦିବ୍ୟ କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା) ମଧ୍ୟରେ ପାର୍ଥକ୍ୟ ଜାଣିବା ହିଁ ପ୍ରକୃତ ଜ୍ଞାନ ଅଟେ । ଯେଉଁମାନେ ଏହିପରି ବିବେକୀ ଜ୍ଞାନ ଧାରଣ କରିଥାଆନ୍ତି, ସେମାନେ ନିଜକୁ ଭୌତିକ ଶରୀର ମନେ କରନ୍ତି ନାହିଁ । ସେମାନେ ନିଜକୁ ଦିବ୍ୟ ଗୁଣ ସମ୍ପନ୍ନ, ଭଗବାନଙ୍କର କ୍ଷୁଦ୍ର ଅଂଶବିଶିଷ୍ଟ, ଆତ୍ମା ରୂପରେ ଜାଣନ୍ତି । ସେଥିପାଇଁ ସେମାନେ ଆଧ୍ୟାତ୍ମିକ ଉନ୍ନତି ଏବଂ ମାୟା ନିବୃତ୍ତିର ପଥ ଅନୁସନ୍ଧାନ କରନ୍ତି । ତା’ପରେ ଆଧ୍ୟାତ୍ମିକ ଜ୍ଞାନୋଦୟର ପଥରେ ଯାତ୍ରା କରି ଏହିପରି ଜ୍ଞାନୀ ବ୍ୟକ୍ତିମାନେ ତାଙ୍କର ଭଗବତ୍ ପ୍ରାପ୍ତି ରୂପୀ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରନ୍ତି ।