Bhagavad Gita: Chapter 13, Verse 1

ଅର୍ଜୁନ ଉବାଚ
ପ୍ରକୃତିଂ ପୁରୁଷଂ ଚୈବ କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ ।
ଏତଦ୍‌ବେଦିତୁମିଚ୍ଛାମି ଜ୍ଞାନଂ ଜେ୍ଞୟଂ ଚ କେଶବ ।।୧।।

ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ପ୍ରକୃତିଂ -ପ୍ରକୃତି; ପୁରୁଷଂ - ପୁରୁଷ (ଭୋକ୍ତା ବା ଉପଭୋଗକାରୀ); ଚ -ଏବଂ; ଏବ - ନିଶ୍ଚିତଭାବେ; କ୍ଷେତ୍ରଂ -ଶରୀର; କ୍ଷେତ୍ରଜ୍ଞଂ - କ୍ଷେତ୍ରଜ୍ଞ (କ୍ଷେତ୍ରର ଜ୍ଞାତା); ଏବ -ବାସ୍ତବରେ; ଚ -ମଧ୍ୟ; ଏତଦ୍‌-ଏସବୁ; ବେଦିତୁମ୍ - ଜାଣିବାକୁ; ଇଚ୍ଛାମି - ମୁଁ ଇଚ୍ଛାକରେ; ଜ୍ଞାନଂ -ଜ୍ଞାନ; ଜେ୍ଞୟଂ - ଜେ୍ଞୟ (ଜ୍ଞାନର ବିଷୟ ବସ୍ତୁ); ଚ - ଏବଂ; କେଶବ - ହେ କୃଷ୍ଣ ।

Translation

BG 13.1: ଅର୍ଜୁନ କହିଲେ, “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ?”