Bhagavad Gita: Chapter 6, Verse 32

ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯୋଽର୍ଜୁନ ।
ସୁଖଂ ବା ଯଦି ବା ଦୁଃଖଂ ସ ଯୋଗୀ ପରମୋ ମତଃ ।।୩୨।।

ଆତ୍ମøପମ୍ୟେନ- ନିଜ ସଦୃଶ; ସର୍ବତ୍ର -ସବୁଠାରେ; ସମଂ -ସମଭାବରେ; ପଶ୍ୟତି -ଦେଖେ; ଯଃ -ଯିଏ; ଅର୍ଜୁନ -ହେ ଅର୍ଜୁନ; ସୁଖଂ -ସୁଖ; ବା -କିମ୍ବା; ଯଦି -ଯଦି; ବା -କିମ୍ବା; ଦୁଃଖଂ - ଦୁଃଖ; ସଃ- ସେ; ଯୋଗୀ -ଯୋଗୀ; ପରମଃ -ଶ୍ରେଷ୍ଠ; ମତଃ -ବିବେଚିତ ।

Translation

BG 6.32: ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।

Commentary

ଆମେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ବୋଲି ବିଚାର କରିଥାଏ ଏବଂ ଯେ କୌଣସି ଅଙ୍ଗର ହାନିରେ ସମାନ ଭାବରେ ଚିନ୍ତିତ ରହିଥାଏ । ଯେ କୌଣସି ଗୋଟିଏ ଅଙ୍ଗର ହାନିକୁ, ନିଜର ହାନି ମନେ କରିଥାଏ । ସେହିପରି ଯେଉଁମାନେ ସମସ୍ତଙ୍କଠାରେ ଭଗବାନଙ୍କୁ ଦେଖନ୍ତି, ସେମାନେ ଅନ୍ୟର ସୁଖ ଦୁଃଖକୁ ନିଜର ମନେ କରନ୍ତି । ଏପରି ଯୋଗୀମାନେ ସମସ୍ତଙ୍କର ହିତାକାଂକ୍ଷୀ ଅଟନ୍ତି ଏବଂ ସେମାନେ ସମସ୍ତଙ୍କର ଆତ୍ୟନ୍ତିକ ଲାଭ ପାଇଁ ସର୍ବଦା ଚେଷ୍ଟିତ ଥାଆନ୍ତି । ଜଣେ ସିଦ୍ଧ ଯୋଗୀଙ୍କର ଏହା ହିଁ ସମଦର୍ଶନ (ଦୃଷ୍ଟିରେ ସମାନତା) ଅଟେ ।