Bhagavad Gita: Chapter 6, Verse 19

ଯଥା ଦୀପୋ ନିବାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା ।
ଯୋଗିନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନଃ ।।୧୯।।

ଯଥା - ଯେପରି; ଦୀପଃ - ଦୀପ; ନିବାତସ୍ଥଃ - ପବନ ବହୁ ନଥିବା ସ୍ଥାନରେ; ନ ଇଙ୍ଗତେ - ହଲଚଲ ହୁଏ ନାହିଁ; ସା -ଏହି; ଉପମା - ଉପମା; ସ୍ମୃତା - ପରି; ଯୋଗିନଃ - ଯୋଗୀର; ଯତ-ଚିତ୍ତସ୍ୟ - ଯାହାର ମନ ସଂଯତ; ଯୁଞ୍ଜତଃ - ସତତ ଯୁକ୍ତ; ଯୋଗମ୍ - ଧ୍ୟାନ; ଆତ୍ମାନଃ - ପରମାତ୍ମାଙ୍କର ।

Translation

BG 6.19: ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।

Commentary

ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଦୀପଶିଖାର ଉପମା ଦେଇଛନ୍ତି । ପବନରେ ଶିଖାଟି ହଲ୍‌ଚଲ୍ ହୋଇଥାଏ ଏବଂ ତାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଗୋଟିଏ ବାୟୁଚଳାଚଳ ହେଉନଥିବା ସ୍ଥାନରେ, ଏହି ଶିଖା ଏକ ଚିତ୍ର ପରି ନିଶ୍ଚଳ ରହେ । ସେହିପରି, ମନ ସ୍ୱଭାବତଃ ଅସ୍ଥିର ହୋଇଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଠିନ ଅଟେ । କିନ୍ତୁ ଯୋଗୀର ମନ ଯେତେବେଳେ ଭଗବାନଙ୍କ ଠାରେ ନିତ୍ୟ ଯୁକ୍ତ ହୋଇଯାଏ, ତାହା କାମନା ରୂପୀ ବାୟୁପ୍ରବାହରୁ ସୁରକ୍ଷିତ ରହେ । ସେପରି ଜଣେ ଯୋଗୀ, ଭକ୍ତି ବଳରେ ନିଜର ମନକୁ ପୂର୍ଣ୍ଣ ଶୃଙ୍ଖଳିତ ରଖିଥାଆନ୍ତି ।